Advertisment

ବିଜେପି ଛାଡ଼ିବେ କି ବରିଷ୍ଠ ନେତା ଜୟରାମ ପାଙ୍ଗି ?

ଜୟରାମ ପାଙ୍ଗି କୋରାପୁଟ ଏବଂ ଦକ୍ଷିଣ ଓଡ଼ିଶାର ଜଣେ ବରିଷ୍ଠ ଓ ଟାଣୁଆ ନେତା। ବିଜେଡିରୁ ସାଂସଦ ଏବଂ ପରେ ଗତ ନିର୍ବାଚନରେ ସେ ବିଜେପିରେ ସାମିଲ ହୋଇଥିଲେ।

BJP Leader Jayram Pangi

BJP Leader Jayram Pangi

Advertisment

ଭୁବନେଶ୍ୱର: ବିଜେପି ଛାଡ଼ିବେ କି ବରିଷ୍ଠ ନେତା ଜୟରାମ ପାଙ୍ଗି ? ପରୋକ୍ଷରେ ଦଳ ଛାଡ଼ିବା ନେଇ ସେ ଇସାରା ଦେଇଛନ୍ତି। ଗତ ୪୪ ବର୍ଷ ଧରି ସେ ରାଜନୀତି କରୁଛନ୍ତି। କିନ୍ତୁ ଏବେ ବି ଅନେକ ଅଧୁରା କାମ ରହିଗଲା। ଲୋକଙ୍କ ପାଖରେ ମୌଳିକ ସୁବିଧା ସୁଯୋଗ ଏବେ ବି ପହଞ୍ଚି ପାରିଲାନି। ତେଣୁ ସେ ଆଉ ରାଜନୀତି କରିବାକୁ ଚାହୁଁନାହାନ୍ତି। ବରଂ ବିନା କୌଣସି ଦଳରେ ରହି ଆଦିବାସୀଙ୍କ ପାଇଁ କାମ କରିବେ ବୋଲି ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି। 

Advertisment

ଏଥିପାଇଁ ସେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ନାଁରେ ଏକ ସଂଗଠନ ଗଠନ କରିଛନ୍ତି। ଅବିଭକ୍ତ କୋରାପୁଟ, ଛତିଶଗଡ଼ ଓ ଅାନ୍ଧ୍ରପ୍ରଦେଶର କିଛି ଅଞ୍ଚଳକୁ ନେଇ ଦଣ୍ଡକାରଣ୍ୟ ପର୍ବତମାଳା ଅଞ୍ଚଳକୁ ସେ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି।

ଜୟରାମ ପାଙ୍ଗି କୋରାପୁଟ ଏବଂ ଦକ୍ଷିଣ ଓଡ଼ିଶାର ଜଣେ ବରିଷ୍ଠ ଓ ଟାଣୁଆ ନେତା। ବିଜେଡିରୁ ସାଂସଦ ଏବଂ ପରେ ଗତ ନିର୍ବାଚନରେ ସେ ବିଜେପିରେ ସାମିଲ ହୋଇଥିଲେ।  

Advertisment

କିଛି ଦିନ ପୂର୍ବେ ପିସିସିର କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ ହାତ ଛାଡ଼ି ଶଙ୍ଖ ଧରିବା ନେଇ ଚର୍ଚ୍ଚା ହେଉଥିଲା । ପାଓ୍ୱାର କରିଡରରେ ରହି ଲୋକଙ୍କୁ ସେବା କରିବାର ସୁଯୋଗ ମିଳିଲେ, ଦଳ ପରିବର୍ତ୍ତନ କରିବେ କି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି, ଏପରି ସୁଯୋଗ ମିଳିଲେ ବିଚାର କରିବେ ବୋଲି କହିଥିଲେ। ହେଲେ ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଏହା ପରେ ସେ କଂଗ୍ରେସ ଅଛନ୍ତି ଓ ରହିବେ ବୋଲି କହିଥିଲେ। 

Odisha BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ