Advertisment

ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା, ପ୍ରତିକ୍ରିୟା ରଖିଲେ ଜୟନାରାୟଣ

ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରି ଥିବାବେଳେ ସେମାନେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି।

BJP MLAs Delhi Visit

BJP MLAs Delhi Visit

Advertisment

ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରି ଥିବାବେଳେ ସେମାନେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। 

Advertisment

ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିବା ପରେ ଜୟନାରାୟଣ କହିଛନ୍ତି, ଦୀର୍ଘଦିନ ଧରି ଅସୁସ୍ଥ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ୨୦ ଜଣ ବିଜେପି ବିଧାୟକ ଦିଲ୍ଲୀରେ ଭେଟିଥିଲୁ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରେ ରହି ଚିକିତ୍ସିତ ହେଉଛନ୍ତି। 

ଏଥିସହ ବିଧାୟକମାନେ ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ତେବେ ଦଳର କେନ୍ଦ୍ରୀୟ ନେତୃତ୍ୱ କିମ୍ବା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ସାକ୍ଷାତ ହୋଇନାହିଁ, କି ସେଭଳି କୌଣସି କାର୍ଯ୍ୟକ୍ରମ ମଧ୍ୟ ନଥିଲା ବୋଲି ଜୟନାରାୟଣ କହିଛନ୍ତି।   

Advertisment

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଦଳୀୟ କାର୍ଯ୍ୟକ୍ରମରେ ଦିଲ୍ଲୀ ଯାଇଥିଲେ ଏବଂ ତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଡାକିଥିଲେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। 

BJP Pradipta Naik Jayanarayan Mishra BJP MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ