Advertisment

ସରି ସରି ଆସୁଛି BJD ଆୟୁଷ ! BJP-Congରେ ମିଶିବାକୁ ଗୋଡ଼ ଟେକି ବସିଛନ୍ତି ନେତା

ବିଜେଡି ଘର ସ୍ଥିତି ଦିନକୁ ଦିନ ବିଗୁଡୁଥିବାବେଳେ ନବୀନ କେମିତି ସଂଗଠନକୁ ସୁଦୃଢ କରି ରଖିପାରୁଛନ୍ତି ତାଉପରେ ନଜର।

undefined

Odisha Politics BJD

Advertisment

ସତରେ ଭାଙ୍ଗିଯିବ କି ବିଜେଡି ? ନିର୍ବାଚନ ବିପର୍ଯ୍ୟୟ ପରଠୁ ଜଣକ ପରେ ଜଣେ ବିଜେଡି ସାଂସଦ ଦଳର ହାତ ଛାଡ଼ିବା, ଜଣଙ୍କ ପରେ ଜଣେ ନେତା ବିସ୍ଫୋରଣ ମୁଦ୍ରାକୁ ଆସିବା ପରେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ହଇଚଇ। ଜୟନାରାୟଣ ଖାଲି ବିଜେଡି ଛିନଛତ୍ର ହେବା କହି ନାହାନ୍ତି, ତା ’ହିତ ବିଜେଡିର ବହୁ ନେତା ବିଜେପି ଯୋଗାଯୋଗରେ ଥିବା କଥା ଦୋହରାଇ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ବିଜେପିକୁ ଆସିବାକୁ ଚାହୁଁଥିବା ଦୁର୍ନୀତିମୁକ୍ତଙ୍କ କଥା ଦଳ ବିଚାର କରିବ। ବିଜେଡି, ନେତାଙ୍କୁ ଚାକର ଭଳି ରଖିଥିଲା, ଆଉ ପରାଜୟ ପରେ ସେମାନେ ଏବେ ରିଭେଞ୍ଜ୍ ମୁଡରେ। ଏଥିସହ ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ ବୋଲି ବି କହିଛନ୍ତି ଜୟନାରାୟଣ।

ଏପଟେ ବିଜେଡି ଭାଙ୍ଗିଯିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ବୟାନ। ମୋକିମ୍ କହିଛନ୍ତି, ବହୁ ବିଜେଡି ନେତା କଂଗ୍ରେସ ସହ ବି ଯୋଗାଯୋଗରେ ଅଛନ୍ତି। ପିସିସି ସଭାପତିଙ୍କ ନାଁ ଘୋଷଣା ହେବା ପରେ ବିଜେଡି ଓ ବିଜେପିର ନେତା କଂଗ୍ରେସକୁ ଆସିବେ। ବିଶେଷକରି ବିଜେଡିର ବହୁ ନେତା କଂଗ୍ରେସ ସମ୍ପର୍କରେ ଅଛନ୍ତି ବୋଲି ମୋକିମ୍ କହିଛନ୍ତି।

Advertisment

ସେପଟେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡାଇ ବିଜେଡି ବିପର୍ଯ୍ୟୟର ପାଞ୍ଚ କାରଣ କହି ତେରଚ୍ଛା ବାଣ ମାରିଛନ୍ତି। କହିଛନ୍ତି ପ୍ରାର୍ଥୀ, ପରିଚାଳନା, ପାଣ୍ଠି, ପରିସ୍ଥିତି ଓ ଦାୟିତ୍ୱ ହେଉଛି ବିଜେଡି ପରାଜୟର ମୁଖ୍ୟ କାରଣ। ବିଜେଡି ନେତାମାନେ ନିଜ ଭିତରେ କାଦୁଅ ଫିଙ୍ଗା ରାଜନୀତି ନକରି ଏକାଠି ହେଲେ ଦଳ ଆଗକୁ ବଢିପାରିବ।

ଅନ୍ୟପଟେ ପ୍ରତିକ୍ରିୟାରେ ବିଜେଡି କହିଛି ବିଜେପି ଓ କଂଗ୍ରେସ ନିଜ ଘର କଥା ଚିନ୍ତା ନକରି ବିଜେଡି କଥା ଭାବୁଛନ୍ତି। ଦିନରେ ସ୍ୱପ୍ନ ନଦେଖନ୍ତୁ। 

Advertisment

ତେବେ ବିଜେଡି ଘର ସ୍ଥିତି ଦିନକୁ ଦିନ ବିଗୁଡୁଥିବାବେଳେ ନବୀନ କେମିତି ସଂଗଠନକୁ ସୁଦୃଢ କରି ରଖିପାରୁଛନ୍ତି ତାଉପରେ ନଜର।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ