Ink attack on 5T secretary Bhaskar Sahoo released by police
5T ସଚିବ ଭି.କେ ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ଭାସ୍କର ସାହୁଙ୍କୁ ଛାଡିଦେଲା ପୋଲିସ। ସତ୍ୟବାଦୀରେ ପାଣ୍ଡିଆନଙ୍କ ଉପରେ କାଳିମାଡ଼ ପରେ ଭାସ୍କର ସାହୁଙ୍କୁ ପୋଲିସ ଅଟକ ରଖିଥିଲା।
ଗତକାଲି 5T ସଚିବ ନିମାପଡ଼ା, କାକଟପୁରରେ କାର୍ଯ୍ୟକ୍ରମ ସାରି ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ। ମହିଳାଙ୍କ ସହ 5T ସଚିବ ହାତ ମିଳାଉଥିବାବେଳେ ପିଚକାରୀରେ ଭାସ୍କର କାଳିମାଡ଼ କରିଥିଲେ।
ସିଧାସଳଖ କାଳି 5T ସଚିବ ଓ ଜିଲ୍ଲାପାଳଙ୍କ ମୁହଁରେ ପଡ଼ିଥିଲା। ଏହାପରେ ଭାସ୍କରଙ୍କୁ ପୋଲିସ ଥାନାରେ ଅଟକ ରଖିବା ପରେ ଛାଡ଼ି ଦେଇଛି। ଗତ ପଞ୍ଚାୟତ ନିର୍ବାଚନରେ ଭାସ୍କର ବଡ଼ାଲ ପଞ୍ଚାୟତର ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/a_1692502175.jpg)