Advertisment

ରାଜ୍ୟସଭାରେ ମୋଦିଙ୍କ ନବୀନଙ୍କୁ ପ୍ରଶଂସା ନେଇ ଘେରିଲା କଂଗ୍ରେସ

ରାଜ୍ୟସଭାରେ ନବୀନଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି? ଖଣି କ୍ଷେତ୍ରରେ ଓଡିଶାରେ ସଂସ୍କାର ଆସିଥିବାରୁ ପ୍ରଶଂସା କଲେ କି? କ’ଣ ହେଇଛି ପରିବର୍ତ୍ତନ? ଜାଣିବା ପାଇଁ ପଢନ୍ତୁ…

ଅଦ୍ୟତନ ହୋଇଛି
In the Rajya Sabha, Modi praised Naveen

In the Rajya Sabha, Modi praised Naveen

Advertisment

ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ନେଇ ଚର୍ଚ୍ଚା। ତେବେ କେଉଁ କାରଣରୁ ନବୀନଙ୍କୁ ଖୋଲାଖୋଲି ପ୍ରଶଂସା କଲେ ମୋଦି? ଖଣି କ୍ଷେତ୍ରରେ ଓଡିଶାରେ ସଂସ୍କାର ଆସିଥିବାରୁ ପ୍ରଶଂସା କି କଲେ ପ୍ରଧାନମନ୍ତ୍ରୀ? କାରଣ ଯାହା ବି ହେଉନା କାହିଁକି ପାର୍ଲାମେଣ୍ଟରେ ମୋଦିଙ୍କ ମୁହଁରେ ଓଡ଼ିଶା ଓ ନବୀନଙ୍କ ଉଦାହରଣ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। କଂଗ୍ରେସ୍, ବିଜେଡି-ବିଜେପି ଏକ ବୋଲି ଅଭିଯୋଗ କରିଥିବା ବେଳେ ଉଭୟ ଦଳ ଏହାର ଜବାବ ରଖିଛନ୍ତି।

Advertisment

କୋଇଲା ଓ ଖଣି କ୍ଷେତ୍ରରେ ସଂସ୍କାର ଆଣିଥିବାରୁ ରାଜ୍ୟସଭାରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଖଣି କ୍ଷେତ୍ରରେ କ’ଣ ହୋଇଛି ସଂସ୍କାର? ବେଆଇନ ଖଣି ଖନନକୁ ନେଇ ଦିନେ ଚର୍ଚ୍ଚାରେ ଥିବା ଓଡ଼ିଶାରେ କିଭଳି ହୋଇଛି ପରିବର୍ତ୍ତନ? ଏମ୍ଏମ୍‌ଡିଆର୍ ସଂଶୋଧନ ପରେ ଖଣି କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି। ନୂଆ ନିୟମ ଅନୁସାରେ ଏବେ ସୁଦ୍ଧା ରାଜ୍ୟରେ ୩୦ରୁ ଅଧିକ ମିନେରାଲ୍ ବ୍ଲକ୍‌ ଇ-ଅକ୍‌ସନ୍ ହୋଇଛି। ମାର୍ଚ୍ଚ ୩୧, ୨୦୨୦ରେ ଲିଜ୍ ଡିଡ୍ ଶେଷ ହେଉଥିବା ଖଣିଗୁଡ଼ିକର ଇ-ଅକ୍‌ସନ୍ ହୋଇଥିଲା। ଯେଉଁଥିରୁ ରାଜ୍ୟକୁ ସର୍ବାଧିକ ରାଜସ୍ୱ ମିଳୁଛି।

ଗତ ନଭେମ୍ବର ସୁଦ୍ଧା ଖଣିରୁ ପ୍ରାୟ ୨୮ ହଜାର କୋଟି ଟଙ୍କାର ରାଜସ୍ୱ ପାଇଛି ଓଡ଼ିଶା। ୨୦୨୧-୨୨ ଆର୍ଥିକ ବର୍ଷରେ ଖଣି ରାଜସ୍ୱ ୪୦ ହଜାର କୋଟି ହେବ ବୋଲି ଟାର୍ଗେଟ୍ କରିଛନ୍ତି ରାଜ୍ୟ ସରକାର। ୧୯-୨୦ରେ ଏହି ପରିମାଣ ପ୍ରାୟ ୧୧ ହଜାର କୋଟି ଓ ୨୦-୨୧ରେ ପ୍ରାୟ ୧୩ ହଜାର କୋଟି ଥିଲା। ଏବେ ଏହାର ପ୍ରାୟ ତିନିଗୁଣା ରାଜସ୍ୱ ଆଦାୟ ଲକ୍ଷ୍ୟ ରହିଛି। ତାସହ କେନ୍ଦ୍ର ସରକାର କୋଇଲା ବ୍ଲକ୍ ଇ-ଅକ୍ସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Advertisment

କୋଇଲା ରୟାଲ୍‌ଟି ବାବଦରେ ରାଜ୍ୟକୁ ଅର୍ଥ ମିଳିବା ସହ ଡିଷ୍ଟ୍ରି ମିନେରାଲ୍ ଫଣ୍ଡ୍ ବାବଦରେ ବି ପ୍ରାୟ ୧୬ ହଜାର କୋଟି ଟଙ୍କା ମିଳି ସାରିଛି। ଏହା ସହ ଖଣିଜ ପଦାର୍ଥ ଉତ୍ତୋଳନ ଓ ପରିବହନ ଲାଗି ଇଣ୍ଟିଗ୍ରେଟେଡ୍ ମାଇନସ୍ ମିନେରାଲ୍‌ ମ୍ୟାନଜେମେଣ୍ଟ୍‌ ସିଷ୍ଟମ ବା ଆଇ ଥ୍ରୀଏମ୍ ଏସ୍ ଲାଗୁ କରାଯାଉଛି। ଏସବୁକୁ ନେଇ ମୋଦି ଓଡ଼ିଶାକୁ ପ୍ରଂଶସା କରିଥିବା କୁହାଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ କହିଥିଲେ ଯେ, ଖଣି ସଂସ୍କାରରୁ ଓଡ଼ିଶା ୩୦ ହଜାର କୋଟି ଟଙ୍କାର ରାଜସ୍ୱ ପାଇଛି।

ଏପଟେ ମମିତା ହତ୍ୟାକାଣ୍ଡ, ମଣ୍ଡି ଅବ୍ୟବସ୍ଥା, ତୃଣମୂଳ ସ୍ତରରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ବିଜେପି ବିଜେଡିକୁ ଘେରୁଥିବାବେଳେ ବିଜେଡି ଉଷୁନା ଚାଉଳ FCI ନ ଉଠାଇବା, ଆବାସ ଯୋଜନାରେ ଘର ନ ମିଳିବା, ଏମ୍ଏସ୍‌ପି ବୃଦ୍ଧି ପ୍ରସଙ୍ଗ ଉଠାଇ କେନ୍ଦ୍ର ବିରୋଧରେ ଗର୍ଜନ କରୁଛି ପଞ୍ଚାୟତ। ନିର୍ବାଚନ ମାହୋଲ ଭିତରେ ରାଜ୍ୟରେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି ବିଜେପି-ବିଜେଡି। ଆଉ ଏତିକି ବେଳେ ନବୀନଙ୍କୁ ମୋଦିଙ୍କୁ ପ୍ରଂଶସା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

Advertisment

କଂଗ୍ରେସ ଅଭିଯୋଗ କରିଛି ଯେ ବିଜେଡି-ବିଜେପି ଏକ ସଂସଦରେ କେନ୍ଦ୍ର ସରକାରଙ୍କ ସବୁ ବିଲ୍‌କି ବିଜେଡି ସମର୍ଥନ କରୁଛି। ରାଜ୍ୟରେ ଯାହା ଚାଲିଛି ତାହା କେବଳ ନାଟକ ଜବାବରେ ବିଜେଡି କହିଛି। ମୁଖ୍ୟମନ୍ତ୍ରୀ ନେତୃତ୍ୱରେ ଅନେକ ସଂସ୍କାର ଆସିଥିବାରୁ ଖଣି ଦୁର୍ନୀତି ହେଉନାହିଁ। ସେପଟେ ବିଜେପିର କହିବା କଥା ହେଲା, ସଂସଦୀୟ ଗଣତନ୍ତ୍ରରେ ଆବଶ୍ୟକତାକୁ ଦେଖି ପ୍ରଶଂସା କି ବିରୋଧ କରାଯାଏ । କିନ୍ତୁ ତାହା ହେଉ ନାହିଁ।

ପୂର୍ବରୁ ଅନେକ ଥର ମୋଦି-ନବୀନ ମଧୁର ସଂପର୍କକୁ ନେଇ ଚର୍ଚ୍ଚା ହୋଇଛି। ସଂସଦରେ ଅଧିକାଂଶ ବିଲ୍‌କୁ ବିଜେଡିର ସମର୍ଥନ କରିଥିବା ବେଳେ ପଞ୍ଜାବ ଗସ୍ତ ସମୟରେ ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ନବୀନ ଟୁଇଟ୍ କରି ନିନ୍ଦା କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସହମତି ରହୁଥିବା ବେଳେ ଏବେ ଖୋଲା ପ୍ରଶଂସା ରାଜନୀତିରେ କି ପ୍ରଭାବ ପକାଉଛି, ତା ଉପରେ ରହିଛି ନଜର।

(ରିପୋର୍ଟ: ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତ, ନାରାୟଣପାଟଣାରୁ ପି. ଗୋବିନ୍ଦ ରାଜୁ ସୁବୁଦ୍ଧି, ପଦ୍ମପୁରରୁ ସମେଶ ମହାନ୍ତି, ଓ ଭୁବନେଶ୍ୱରରୁ ହରିହର ଚାନ୍ଦ)

National News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ