Advertisment

ମୋଦିଙ୍କୁ ଚିଠି ଲେଖିଲେ ସୋନିଆ, କହିଲେ କାହାକୁ ନେଇ ହେବ ସ୍ୱତନ୍ତ୍ର ଅଧିବେଶନ..?

ସେପ୍‌ଟେମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର। କିନ୍ତୁ କ’ଣ ଆଲୋଚନା ହେବ, ତାହା କେନ୍ଦ୍ର ସରକାର ସ୍ପଷ୍ଟ କରି ନାହାନ୍ତି । ଚର୍ଚ୍ଚା ହେଉଛି ଏକକ ନିର୍ବାଚନ ନେଇ ବିଲ୍ ଆସିବ।

ଅଦ୍ୟତନ ହୋଇଛି
Sonia Gandhi Letter To Modi

Sonia Gandhi Letter To Modi

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି। ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନରେ ୯ ପ୍ରସଙ୍ଗରେ ଆଲୋଚନା କରିବାକୁ ସେ ମୋଦିଙ୍କୁ ଆହ୍ୱାନ ଦେଇଛନ୍ତି। ଚିଠିରେ ସୋନିଆ ଉଲ୍ଲେଖ କରିଛନ୍ତି, କେଉଁ ପ୍ରସଙ୍ଗରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି, ସେ ସଂପର୍କରେ ସରକାର କୌଣସି ପାର୍ଟି ସହିତ ଆଲୋଚନା କରିନାହାନ୍ତି।

Advertisment

ତେଣୁ ଏଜେଣ୍ଡା ସଂପର୍କରେ ସମସ୍ତେ ଅନ୍ଧାରରେ ଅଛନ୍ତି। ରାଜନୈତିକ ଦଳଗୁଡ଼ିକ ସହିତ ଆଲୋଚନା କରି ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ ଠିକ୍ ହୋଇଥାନ୍ତା। ଏହି ସ୍ୱତନ୍ତ୍ର ଅଧିବେଶନରେ ୯ଟି ପ୍ରସଙ୍ଗରେ ଆଲୋଚନା କରାଯାଉ ବୋଲି କହିଛନ୍ତି ସୋନିଆ ଗାନ୍ଧି।

ସେଗୁଡ଼ିକ ହେଲା...

ବର୍ତ୍ତମାନର ଆର୍ଥିକ ସ୍ଥିତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ବୃଦ୍ଧି । ଦ୍ୱିତୀୟରେ ଚାଷୀଙ୍କ ସମସ୍ୟା। ତୃତୀୟରେ ଅଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ । ଚତୁର୍ଥରେ ମଣିପୁର ସ୍ଥିତି । ପଞ୍ଚମରେ ହରିୟାଣା ପରି ରାଜ୍ୟରେ ସାଂପ୍ରଦାୟିକ ବିଦ୍ୱେଷ ବୃଦ୍ଧି । ଷଷ୍ଠରେ ଚୀନ ସହିତ ବର୍ଡର ବିବାଦ। ସପ୍ତମରେ ଜାତି ଗଣନା। ଅଷ୍ଟମରେ କେନ୍ଦ୍ର-ରାଜ୍ୟ ସଂପର୍କ ଓ ନବମରେ ଅଛି ବିଭିନ୍ନ ରାଜ୍ୟର ବନ୍ୟା ଓ ମରୁଡ଼ି ସ୍ଥିତି ।

Advertisment

ସେପଟେମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର। କିନ୍ତୁ କଣ ଆଲୋଚନା ହେବ, ତାହା କେନ୍ଦ୍ର ସରକାର ସ୍ପଷ୍ଟ କରି ନାହାନ୍ତି । ଚର୍ଚ୍ଚା ହେଉଛି ଏକକ ନିର୍ବାଚନ ନେଇ ବିଲ୍ ଆସିବ।

Narendra Modi Sonia Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ