Advertisment

ମନ୍ତ୍ରୀ ଯଦି ଦୋଷୀ ନୁହନ୍ତି ତେବେ ୨୧ ଦିନ କାହିଁକି ଆତ୍ମଗୋପନ କରିଥିଲେ?

ମମିତା ମେହେର ହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଆଜି ଦିବ୍ୟଶଙ୍କର ଉପରେ ପୁଣି ବର୍ଷିଲେ ଲେଖାଶ୍ରୀ

Lekhashree

Lekhashree

Advertisment

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାରେ ପୁଣି ବର୍ଷିଲା ବିଜେପି। ଆଜି ପ୍ରେସ୍‌ମିଟ୍‌ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ବର୍ଷିଛନ୍ତି। ପୋଲିସ ତଦନ୍ତ କରୁଛି କିନ୍ତୁ ମନ୍ତ୍ରୀ ଜଜ୍ ହୋଇ ନିଜକୁ ନିଜେ କ୍ଳିନ ଚିଟ୍ ଦେଇଦେଲେ ବୋଲି କହି ଟାର୍ଗେଟ କରିଛନ୍ତି ଲେଖାଶ୍ରୀ। ଏହା ଗଣତନ୍ତ୍ର ଏବଂ ଓଡ଼ିଶାବାସୀଙ୍କ ପ୍ରତି ଉପହାସ ବୋଲି କହିବା ସହ ତେବେ ଯଦି ମନ୍ତ୍ରୀ ଦୋଷୀ ନୁହଁନ୍ତି, ୨୧ ଦିନ କାହିଁକି ଆତ୍ମଗୋପନ କରିଥିଲେ? ମୁଖ୍ୟମନ୍ତ୍ରୀଙ୍କ ବାରିପଦା ସଭାକୁ କାହିଁକି ଆସିଲେନି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।

Advertisment

ବିଜେପି ଏବେବି ଅଭିଯୋଗ କରୁଛି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ହିଁ ମୁଖ୍ୟ ଷଡଯନ୍ତ୍ରକାରୀ। ତେଣୁ ମନ୍ତ୍ରୀ ଇସ୍ତଫା ନଦେଲେ ନିରପେକ୍ଷ ତଦନ୍ତ ହେବନି ବୋଲି ବିଜେପି କହିଆସୁଛି। ଗତକାଲି ସେ ସନସାଇନ୍ ସ୍କୁଲ ଯାଇନଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ମନ୍ତ୍ରୀ ଦିବ୍ୟଶଙ୍କର। ତେବେ ଲେଖାଶ୍ରୀଙ୍କ ଅଭିଯୋଗ ନେଇ ମନ୍ତ୍ରୀ ଦିବ୍ୟଶଙ୍କର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ଗତକାଲି ମମିତା ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ ନିଜକୁ ଦିର୍ଦ୍ଦୋଷ ବୋଲି ପୁଣି ଥରେ ସଫେଇ ଦେଇଥିଲେ । ଖାଲି ସେତିକି ନୁହେଁ ପୁରୁଣା କଥାକୁ ପୁଣି ଥରେ ଦୋହରାଇଥିଲେ । ଆଉ ଅଜବ ଯୁକ୍ତି ରଖିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି କେବଳ ନିଜ ପକ୍ଷ ରଖିଥିଲେ । ସେ କହିଥିଲେ ହତ୍ୟା ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । କାରଣ ସେ ଭାରତୀୟ ବାୟୁସେନାର ଜଣେ ପାଇଲଟ୍‌, ଦେଶ ପାଇଁ ଲଢ଼ିଛନ୍ତି । ତେଣୁ ସେ କେବେ ବେଆଇନ୍ କାର୍ଯ୍ୟ କରିପାରିବେ ନାହିଁ ବୋଲି ଗତକାଲି କହିଥିଲେ। । ତେବେ ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଆଜି ପ୍ରେସମିଟ୍‌ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ।

Advertisment
BJP Politics Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ