Advertisment

ଓଡ଼ିଶା ରାଜନୀତିରେ ଆଗକୁ ଅନେକ ଘଟଣା ଘଟିବ: ଅମର ଶତପଥୀ

ପାଣ୍ଡିଆନଙ୍କ ପାଇଁ ବିଜେଡି ପରାଜିତ ହେଲା । ଆଉ ତାଙ୍କରି ପାଇଁ ମୁଁ ଦଳ ଛାଡ଼ିଲି ।

ଅଦ୍ୟତନ ହୋଇଛି
undefined

Politics

Advertisment

ପାଣ୍ଡିଆନଙ୍କ ପାଇଁ ବିଜେଡି ପରାଜିତ ହେଲା । ଆଉ ତାଙ୍କରି ପାଇଁ ମୁଁ ଦଳ ଛାଡ଼ିଲି । ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି କିନ୍ତୁ ଏହାକୁ ଟିକେଟ ନମିଳିବାର ହତାଶାଭାବ କହିଛି । ଅନ୍ୟପଟେ ଆଜି ପୁଣି ବିଜେଡି ଉପରେ ବର୍ଷିଲେ ଅମର ଶତପଥୀ କହିଛନ୍ତି ଆଗକୁ ଓଡ଼ିଶା ରାଜନୀତିରେ ଅନେକ ଘଟଣା ଘଟିବାକୁ ଯାଉଛି । ଯାହାକୁ ନେଇ ଚର୍ଚ୍ଚା ବଢିଛି ।

Advertisment

ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଖାଲି ସେତିକି ନୁହେଁ କ୍ଷୋଭର ସହ କହିଛନ୍ତି ଯେଉଁ ବିଜେଡିକୁ ଗଢିଥିଲି ତାକୁ ଛାଡିବା ଦୁଃଖଦାୟକ । ପାଣ୍ଡିଆନ୍‌ଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା । ୨୪ ବିପର୍ଯ୍ୟୟ ପରେ ସମସ୍ତେ ପାଣ୍ଡିଆନ୍‌ଙ୍କ ହିଁ ଦାୟୀ କରୁଛନ୍ତି ।

ବିଜେଡି ନେତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ରାଜନୀତି କରିବା ପାଇଁ ବହୁତ ଭଲ ଲୋକ ଅଛନ୍ତି । ପାଣ୍ଡିଆନ୍‌ଙ୍କ ଗୋଡ଼ାଣିଆ କାହିଁକି ହେଉଛ? ଯେଉଁ ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କଲେ ସେଠି ଆଉ କଣ ହେବ? ମୁଁ ପାଣ୍ଡିଆନ୍‌ଙ୍କୁ ପାଇଁ ହିଁ ଦଳ ଛାଡିଛି । ଖାଲି ଏତିକି ନୁହଁ, ବିଜେଡିକୁ ନେଇ ଅମର ଶତପଥୀଙ୍କ ବୟାନକୁ ବି ସମର୍ଥନ କରିଛନ୍ତି ।

Advertisment

ଏହାର ଜବାବରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ପ୍ରସନ୍ନ ପାଟ୍ଟଶାଣୀ ଗତ ନିର୍ବାଚନରେ ୪ଟି ଟିକେଟ୍ ମାଗିଥିଲେ । ମନା କରାଯିବା ପରେ ସେ ଅସନ୍ତୁଷ୍ଟ ଥିଲେ । ସେ କଣ କହୁଛନ୍ତି ନିଜେ ଜାଣୁ ନାହାଁନ୍ତି । ତାସହିତ ଅଭିଯୋଗ କରିଛନ୍ତି, ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ କଥାରେ ସେ ଏଭଳି ଟିପ୍ପଣୀ ଦେଉଛନ୍ତି ।

ଏ ନେଇ ବୈଜୟନ୍ତଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ, ଖୋଦ୍ ପାଟ୍ଟଶାଣୀ ଏହାକୁ ଖଣ୍ଡନ କରିଛନ୍ତି । ସେପଟେ ଆଜି ପୁଣି ବର୍ଷିଛନ୍ତି ଅମର ଶତପଥୀ । ପରାଜୟର ଦାୟିତ୍ୱ ନବୀନ ବାବୁ ନେବା ଉଚିତ୍ ବୋଲି ମନ୍ତବ୍ୟକୁ ବିଜେଡି ନେତାମାନେ ସମର୍ଥନ ଦେଇଥିବା କହିଛନ୍ତି । ମାତ୍ର ଖୋଲାଖୋଲି ଭାବେ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି ।

Advertisment

ଆଞ୍ଚଳିକ ଦଳ ଭାବେ ଓଡ଼ିଆ ଅସ୍ମିତା ବିଜେଡିର ମୁଦ୍ଦା ହେବା କଥା, ମାତ୍ର ୨୪ ନିର୍ବାଚନରେ ଏହା ବିଜେପିର ମୁଖ୍ୟ ମୁଦ୍ଦା ହେଲା । ଯାହାକୁ ଲୋକେ ସମର୍ଥନ କଲେ । ବିଜେପି ଓଡିଶାରେ ନିଜର କାୟା ବିସ୍ତାର କରୁଛି । ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଅନେକ ଘଟଣା ଘଟିବାକୁ ଯାଉଛି । ଦୁଇ ଦୁଇ ଜଣ ବିଜେଡି ପ୍ରତିଷ୍ଠାତା ସଦସ୍ୟଙ୍କ ଏଭଳି ବିସ୍ଫୋରଣ ପରେ ପ୍ରଶ୍ନ ଉଠୁଛି, ବିଜେଡି କଣ ତା ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଛି କି?

ଦଳର ହିତ ପାଇଁ ବରିଷ୍ଠ ନେତା ପରାମର୍ଶ ଦେଲେ ମୁଖପାତ୍ରଙ୍କ ଦ୍ୱାରା ଦଳ ଛାଡି ଚାଲିଯିବାକୁ କୁହାଯିବା, କେତେ ଯୁକ୍ତିଯୁକ୍ତ? ଦଳରେ ତ ମାଳମାଳ ଅସନ୍ତୁଷ୍ଟ, ତାମାନେ କଣ ବିଜେଡି ସବୁ ଅସନ୍ତୁଷ୍ଟଙ୍କୁ ବାହାର ରାସ୍ତା ଦେଖାଇବ? ଅନ୍ୟପଟେ ଅମର ଶତପଥୀ ଯେଉଁ ବୟାନ ଦେଇଛନ୍ତି ଯେ ଆଗକୁ ଅନେକ ଘଟଣା ଘଟିବାକୁ ଯାଉଛି ତାହା କେଉଁ ଦିଗକୁ ଇଙ୍ଗିତ କରୁଛି?

କଣ ଅଧିକାଂଶ ଅସନ୍ତୁଷ୍ଟ ବିଜେଡି ନେତା ଦଳ ଛାଡିବାକୁ ସଜବାଜ ହେଉଛନ୍ତି କି? ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡି କନ୍ଦଳକୁ ମ୍ୟାନେଜ କରାନଗଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ । ପୂର୍ବରୁ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ, ନବୀନ ନିବାସରେ ପାଣ୍ଡିଆନଙ୍କ ଉପସ୍ଥିତିରେ ନବୀନଙ୍କ ସହ କଥା ହୋଇଥିବା କହିଥିଲେ ।

ଆଉ ଆଜି ପାଟ୍ଟଶାଣୀ, ପାଣ୍ଡିଆନଙ୍କ ଉପସ୍ଥିତି ଦଳରେ ଏବେବି ଥିବା ନେଇ ସଂଙ୍କେତ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ନିର୍ବାଚନ ପରାଜୟ ପରେ ପାଣ୍ଡିଆନ୍ ରାଜନୀତିରୁ ସନ୍ନ୍ୟାସ ନେବା କଥା କହିଥିଲେ, ତାହା କଣ ମିଛ ଥିଲା?

BJD VK Pandian Prasanna Patasani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ