Advertisment

ଧାମନଗର ଉପନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।

ଅଦ୍ୟତନ ହୋଇଛି
Odisha CM

Odisha CM

Advertisment

ବିଜେଡି ଉପନିର୍ବାଚନ ବିଜୟ ଧାରାରେ ବଡ଼ ବ୍ରେକ୍। ଧାମନଗରର ଅପ୍ରତ୍ୟାଶିତ ଫଳାଫଳ ଦଳକୁ ଦେଇଛି ଶକ୍ତ ଧକ୍କା। ୨୦୦୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ କୌଣସି ଉପନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛି ବିଜେଡି, ଫୁସକି ଯାଇଛି ଶଙ୍ଖ ପ୍ରମାଣିତ ହୋଇଛି- ବିଜେଡି ନା ତ ଅପରାଜେୟ, ନା ହିଁ ଅପ୍ରତିଦ୍ୱନ୍ଦ୍ୱୀ। ନବୀନଙ୍କ ପଞ୍ଚମ ପାଳିରେ ଧାମନଗରକୁ ଛାଡ଼ି ୨୦୧୯ ଠୁ ୨୦୨୨ ଭିତରେ ରାଜ୍ୟର ୫ଟି ଆସନରେ ହୋଇଥିଲା ଉପନିର୍ବାଚନ।

୨୦୧୯ରେ ବିଜେପୁର, ୨୦୨୦ରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ, ୨୦୨୧ରେ ପିପିଲି ଏବଂ ଚଳିତବର୍ଷ ମେରେ ବ୍ରଜରାଜନଗର ୫ଟି ଯାକ ବାଇଲେକ୍ସନରେ କହିବାକୁ ଗଲେ ବିଜେଡି ଏକତରଫା ବିଜୟ ହାସଲ କରିଥିଲା। ଲାଗୁଥିଲା ଯେମିତି ନବୀନ ମ୍ୟାଜିକର କିଛି ବି ତୋଡ଼୍ ନାହିଁ। ହେଲେ ଏସବୁ ଭୁଲ୍ ବୋଲି ଅାଜି ପ୍ରମାଣ କରିଦେଇଛନ୍ତି ଧାମନଗର ଭୋଟର୍।

ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଇଞ୍ଜିନିୟରରୁ ରାଜନେତା ଆଉ ଏବେ ବାପାଙ୍କ ରାସ୍ତାରେ ପୁଅ । ବାପାଙ୍କ ଗଡ଼ରେ ପୁଅ ଦବଦବା ଜାହିର କରିଛନ୍ତି । ପୁଣି ଥରେ ଧାମନଗରରରେ ଫୁଟିଛି ପଦ୍ମ । । ଡେବ୍ୟୁ ମ୍ୟାଚରେ ସୂର୍ଯ୍ୟବଂଶୀ ସୂରଜ ଶତକ ମାରିଛନ୍ତି । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବଡ଼ ବଡ଼ିଆ ନେତାଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବିଷ୍ଣୁ ସେଠୀଙ୍କ ପୁଅ ବିଜେଡିକୁ କଡ଼ା ଟକ୍କର ଦେଇ ବିଜୟୀ ହୋଇଛନ୍ତି ।

Advertisment

ବିଜେଡିକୁ ପଛରେ ପକାଇ ମୋଟ୍‌ ୮୦,୩୫୧ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି ସୂର୍ଯ୍ୟବଂଶୀ । ସେପଟେ ସୂର୍ଯ୍ୟବଂଶୀଙ୍କ ବିଜୟ ପରେ ଉତ୍ସାହିତ ହୋଇପଡ଼ିଛନ୍ତି ସ୍ଥାନୀୟ ନେତା ଓ କର୍ମୀ । 

ଧାମନଗର ଉପନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କିଛି ଦିନ ତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା। ଦିବଂଗତ ବିଧାୟକ ବହୁତ ଲୋକପ୍ରିୟ ଥିଲେ ବୋଲି ନବୀନ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ବିଜେପି ତାଙ୍କ ପୁଅଙ୍କୁ ଟିକେଟ ଦେଇଥିଲା। ତାଙ୍କ ପୁଅଙ୍କର ଜିତିବାର ସମ୍ଭାବନା ଥିଲା। ଆମେ ଜନମତକୁ ସମ୍ମାନ ଦେଉଛୁ।

Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ