Advertisment

‘ମୋତେ ଡର ଲାଗୁଛି, ମୋ PSO ଆଉ ଗୋପାଳ ଦାସ ହୋଇଯିବନି ତ ? ’

ମଝିରେ ମଝିରେ ସରକାର ଓ ପ୍ରଶାସନ ଉପରେ ରୋଚକ ମନ୍ତବ୍ୟ ଦେଇ ସରକାରଙ୍କୁ ଅଡୁଆରେ ପକାଉଥିବା ସୌମ୍ୟଙ୍କ ଆଜିର ଗୁଗଲି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଅଦ୍ୟତନ ହୋଇଛି
I fear my bodyguard might turn into Gopal Das : Soumya Ranjan on Naba Das' murder

I fear my bodyguard might turn into Gopal Das : Soumya Ranjan on Naba Das' murder

Advertisment

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ପୁଣି ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି। ମଝିରେ ମଝିରେ ସରକାର ଓ ପ୍ରଶାସନ ଉପରେ ରୋଚକ ମନ୍ତବ୍ୟ ଦେଇ ସରକାରଙ୍କୁ ଅଡୁଆରେ ପକାଉଥିବା ସୌମ୍ୟଙ୍କ ଆଜିର ଗୁଗଲି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ସୌମ୍ୟ କହିଛନ୍ତି,‘ନବ ଦାସଙ୍କ ହତ୍ୟା ଘଟଣାକୁ ମୁଁ ସହଜରେ ବିଶ୍ୱାସ କରିପାରୁନି। ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କୁ ଗୁଳି କରି ମାରିବା ଘଟଣାକୁ ସହଜରେ ଗ୍ରହଣ କରିବା ସମ୍ଭବ ନୁହେଁ। ଏ ଘଟଣାକୁ ନେଇ ମୁଁ ମଧ୍ୟ ଭୟଭୀତ। କାରଣ ମୋର ବି ଜଣେ ପିଏସ୍‌ଓ ଅଛି। ସେ ଆଉ ଗୋପାଳ ଦାସ ହୋଇ ଯିବନି ତ ?  

ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ  ଏବେ ବି ବିଶ୍ୱାସ କରିପାରୁ ନାହାନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।  ଜଣେ ପାୱାରଫୁଲ ମନ୍ତ୍ରୀଙ୍କୁ ଜଣେ ପୋଲିସ ASI ଗୁଳି କରି ହତ୍ୟା କରିବା ପୁରା ଆଶ୍ଚର୍ଯ୍ୟଜନକ। ଏହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ସୌମ୍ୟ କହିଛନ୍ତି।  ଆଜି କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୌମ୍ୟ କହିଛନ୍ତି, ବର୍ତ୍ତମାନ ଘଟଣାକୁ ନେଇ ବହୁତ ଗସିପ୍ ହେଉଛି ।  ପୋଲିସ ବାବୁମାନେ ଏହାର ତଦନ୍ତ କରି  ଅସଲ କାରଣ ଖୋଜିବା ଦରକାର। ପୋଲିସ ଯେତେ ଶୀଘ୍ର ସତ ପଦାକୁ  ଆଣିବ, ସେତେ ଶୀଘ୍ର ଏହି ଚର୍ଚ୍ଚା ବନ୍ଦ ହେବ ବୋଲି ସୌମ୍ୟ କହିଛନ୍ତି।

Advertisment

ସେହିପରି  ପୋଲିସ ଡିଜିଙ୍କ ଜଗନ୍ନାଥ ଜାଣିଥିବା ମନ୍ତବ୍ୟ ଉପରେ  ସୌମ୍ୟ କହିଛନ୍ତି,  ଡିଜିପି ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଜାଣନ୍ତୁ, ଆମକୁ ଜଣାନ୍ତୁ । ଜଗନ୍ନାଥ ସବୁ ଜଣେଇଦେଲେ ବୋଥ୍ରା ବାବୁ ଯେଉଁ ହନ୍ତସନ୍ତ ହେଉଛନ୍ତି ଆଉ ହେବେନି । ତେବେ ପୋଲିସ ଉପରେ ଭରସା କରିବାକୁ ପଡ଼ିବ, ନଚେତ ଅରାଜକତା ବ୍ୟାପି ଯିବ ବୋଲି  ସୌମ୍ୟ କହିଛନ୍ତି।  ସେହିପରି ସବୁ ପୋଲିସ ଖରାପ ନୁହଁନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ଦଳ ଏବଂ ସରକାର ହେଉଛନ୍ତି ଦୁଇଟି ଆଖି। ସେଇ ଆଖିରେ ଯଦି ମିଡିଆ ସବୁ କିଛି ଦେଖିବ, ତେବେ ସତ ବାହାରିବ ନାହିଁ । ସୁତରାଂ ମିଡିଆକୁ ତୃତୀୟ ନୟନର ଭୂମିକା ନେଇ ସତକୁ ସାମ୍ନାକୁ ଆଣିବାକୁ ପଡ଼ିବ।

Advertisment
Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ