Advertisment

ବଦଳିଗଲା ଚିତ୍ର; ତେଲେଙ୍ଗାନାରେ ଗେମ୍‌ ଚେଞ୍ଜର ପାଲଟିଲେ ରେଭନ୍ଥ !

ତେଲେଙ୍ଗାନାରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରହିଛି ରେଭନ୍ଥ ରେଡ୍ଡୀଙ୍କ ମୁଖ୍ୟ ଭୂମିକା । କାରଣ ପଲିଟିକାଲ ପସାପାଲିରେ ରେଭନ୍ଥଙ୍କ ଗୋଟି ଚାଳନା ଆଜି କଂଗ୍ରେସକୁ ସଫଳତା ଆଣିଦେବାକୁ ଯାଉଛି ।

ଅଦ୍ୟତନ ହୋଇଛି
Revanth Reddy

Revanth Reddy

Advertisment

ସାରା ଦେଶରେ ନିର୍ବାଚନୀ ମାହୋଲ । ୪ ରାଜ୍ୟର ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛି ପୂରା ଦେଶ । ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଚାଲିଛି ଭୋଟ ଗଣତି । ସଂଧ୍ୟା ସୁଦ୍ଧା କାହାପାଖକୁ ଯିବ କେତେ ଆସନ ? ଆଉ କିଏ ଗଢ଼ିବ ସରକାର ସ୍ପଷ୍ଟ ହେବ । ହେଲେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ୩ ରାଜ୍ୟରେ ଆଗୁଆ ରହିଛି କଂଗ୍ରେସ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଟ୍ରେଣ୍ଡ କରୁଛି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ତେଲେଙ୍ଗାନାରେ ପଟ୍ଟ ପରିବର୍ତ୍ତନ କରିବାକୁ ଯାଉଛି କଂଗ୍ରେସ ।

Advertisment

କାରଣ ବହୁ ଜନମତ କଂଗ୍ରେସ ଆଡ଼କୁ ଯାଉଥିବାବେଳେ ବିଆରଏସ୍‌ ସରକାର ଭାଙ୍ଗିବାକୁ ଯାଉଛି । ବିଆରଏସ୍‌ ଏବେ ସୁଦ୍ଧା ୩୬ଟି ଆସନରେ ଆଗକୁ ଥିବାବେଳେ କଂଗ୍ରେସ ୬୬ଟି ଆସନ ଆଗରେ ରହିଛି । ହେଲେ ବିଆର୍‌ଏସ୍‌ ଗଡ଼ରେ କଂଗ୍ରେସ କେମତି ଜିତିଲା ଲୋକଙ୍କ ମନ ? କେଉଁ କାରଣରୁ ଚଳିତ ନିର୍ବାଚନରେ କଂଗ୍ରେସକୁ ଭରସା କରିଛନ୍ତି ତେଲେଙ୍ଗାନା ଜନତା ? ଆସନ୍ତୁ ଜାଣିବା...

ତେଲେଙ୍ଗାନାରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରହିଛି ରେଭନ୍ଥ ରେଡ୍ଡୀଙ୍କ ମୁଖ୍ୟ ଭୂମିକା । କାରଣ ପଲିଟିକାଲ ପସାପାଲିରେ ରେଭନ୍ଥଙ୍କ ଗୋଟି ଚାଳନା ଆଜି କଂଗ୍ରେସକୁ ସଫଳତା ଆଣିଦେବାକୁ ଯାଉଛି । ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବରେ ରେଭନ୍ଥ ରେଡ୍ଡୀଙ୍କ କାର୍ଯ୍ୟ ଶୈଳୀ ଦଳକୁ ସୁଦୃଢ଼ କରିଛି । ରେଭାନ୍ଥ ରେଡ୍ଡୀ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ବିପକ୍ଷରେ କାମାଡେଡିରେ ନେତୃତ୍ୱ ନେଉଛନ୍ତି ।

Advertisment

୨୦୨୧ ଜୁଲାଇରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବେ ରେଭନ୍ଥ ରେଡ୍ଡୀ ଦାୟିତ୍ୱ ନେଇଥିଲେ । ଶାସକ ବିଆରଏସ ସରକାରଙ୍କ ବିରୋଧରେ ଅନେକ ପ୍ରସଙ୍ଗକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ । ରେଭନ୍ଥ ରେଡ୍ଡୀ କଂଗ୍ରେସ ନେତୃତ୍ୱ ନେଇ ଯାହାବି ପଦକ୍ଷେପ ନେଉଥିଲେ ଦଳ ତା’କୁ ଦୃଢ଼ ସମର୍ଥନ ଜଣାଇ ଆସୁଥିଲା । କଂଗ୍ରେସ ଦଳର କାର୍ଯ୍ୟକୁ ନେଇ ରେଭନ୍ଥ ରେଡ୍ଡୀ ଲୋକଙ୍କ ନିକଟରେ ପହଞ୍ଚିବା ସହ ବଡ଼ ବଡ଼ ସମାବେଶ କରି ସମ୍ବୋଧନ କରୁଥିଲେ । ଫଳରେ ତାଙ୍କୁ ଜାତୀୟ ଚେହେରା ଭାବେ ମନେକରାଯାଉଥିଲା । ଏପରିକି ରେଭନ୍ଥ ରେଡ୍ଡୀଙ୍କ ଆହୁରି ଅନେକ କିଛି ପଦକ୍ଷେପ ପାଇଁ ଆଜି ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢ଼ିବାକୁ ଯାଉଥିବା କୁହାଯାଉଛି ।

ପୂର୍ବରୁ ରାଜ୍ୟ କଂଗ୍ରେସର ରହିଥିବା ମୁଖ୍ୟ ଚଳିତ ନିର୍ବାଚନ ଦଳ ପାଇଁ ଭୂ ସ୍ଖଳନ ହେବାନେଇ ପୂର୍ବାନୁମାନ କରିଥିଲେ । ହେଲେ ଏକଜିଟ୍ ପୋଲ୍ ତେଲେଙ୍ଗାନାରେ କଂଗ୍ରେସ ବିଜୟର ଆକଳନ କରିବାର ଠିକ୍ ପରେ ଶ୍ରୀ ରେଡ୍ଡୀ କହିଛନ୍ତି, "କଂଗ୍ରେସ ଏଥର ଭୂସ୍ଖଳନ ଜିତିବାକୁ ଯାଉଛି, ଏକଜିଟ୍ ପୋଲରେ ମଧ୍ୟ ସମାନ କଥା ପ୍ରତିଫଳିତ ହୋଇଛି । ଆମେ ୮୦ରୁ ଅଧିକ ସିଟ୍ ପାଇବାକୁ ଯାଉଛୁ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି ।’

Advertisment

ହେଲେ ରେଭନ୍ଥ ରେଡ୍ଡୀଙ୍କ ଏପରି ଦୃଢ଼ୋକ୍ତି ପରେ ବି ରେଭନ୍ଥ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ ନା ଅନ୍ୟ କେଉଁ ଚେହେରାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ତାହା ସ୍ପଷ୍ଟ ହୋଇନାହିଁ ।

Congress Telangana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ