Telengana BJP
ବିଜେପି ବିରୋଧରେ ପୁଣି ଅପରେସନ ଲୋଟସ ଅଭିଯୋଗ । ତେଲେଙ୍ଗାନାର ଶାସକ ଦଳ TRSର କିଛି ବିଧାୟକ ଏପରି ଅଭିଯୋଗ କରିଛନ୍ତି । ଏପରିକି ସେମାନଙ୍କୁ ପ୍ରଲୋଭିତ କରି ବିଜେପି ପକ୍ଷରୁ କିଣିବାକୁ ଚେଷ୍ଟା କରାଯାଉଥିବା ପୋଲିସ୍ ନିକଟରେ ଅଭିଯୋଗ ହୋଇଛି । ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ଦଳ ବଦଳାଇବା ପାଇଁ ସେମାନଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରାଯାଇଛି । ଆଗକୁ ତେଲେଙ୍ଗାନାର ମୁନୁଗୋଡ଼େ ଆସନ ପାଇଁ ଉପର୍ନିବାଚନ ଅନୁଷ୍ଠିତ ହେବ ।ତେଣୁ ଏବେଠୁ ବିଜେପି ନିଜ ଗେମ୍ ଖେଳିବା ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି ।
ଟିଆରଏସର ୪ ବିଧାୟକଙ୍କ ଅଭିଯୋଗ ଅନୁଯାୟୀ, ଦଳ ବଦଳ ନିମନ୍ତେ ସେମାନଙ୍କୁ ମୁଣ୍ଡ ପିଛା ଶହେ କୋଟିର ଅଫର ଦିଆଯାଇଥିଲା । ଖବର ପାଇ ପୋଲିସ୍ ଗତକାଲି ରାତିରେ ଅଜିଜ ନଗରସ୍ଥିତ ଏକ ଫାର୍ମହାଉସରେ ଚଢାଉ କରି ୩ ଜଣଙ୍କୁ ଅଟକ ରଖିଛି । ଘଟଣାସ୍ଥଳରୁ ଏକ କାର୍ ସହ ସେଥିରେ ଥିବା ପ୍ରାୟ ୧୫ କୋଟି ଟଙ୍କା ଜବତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ବୟାନ ଦିଆଯାଇନାହିଁ ।
ଟିଆରଏସ୍ ଅଭିଯୋଗ ଅନୁଯାୟୀ ବିଜେପି ପକ୍ଷରୁ ପାର୍ଟିର ୪ ଏମଏଲଏଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରାଯାଉଛି । ଫଳରେ ଆସନ୍ତା ୩୧ ତାରିଖରେ ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା ମୁନୁଗୋଡ଼େ ପ୍ରଚାର ପାଇଁ ଆସିବା ବେଳେ ସେମାନଙ୍କୁ ଦଳରେ ସାମିଲ କରାଯାଇଥାନ୍ତା । ଅନ୍ୟପଟେ ବିଜେପି ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯିବା ସହ ଏହା ଏକ ପଲଟିକାଲ ଡ୍ରାମା ବୋଲି କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666887213.jpg)