Advertisment

ଗୋଟିଏ ମଞ୍ଚରେ ଶାହ-ନବୀନ: ପରସ୍ପରକୁ ପ୍ରଶଂସା କଲେ, ଧନ୍ୟବାଦ ଦେଲେ

ଗୋଟିଏ ମଞ୍ଚରେ ଏକାଠି ହେଲେ ବିଜେପିର ଚାଣକ୍ୟ ଓ ବିଜେଡି ସୁପ୍ରିମୋ। ପରସ୍ପରକୁ ଭୁରି ଭୁରି ପ୍ରଶଂସା ସହ ଧନ୍ୟବାଦରେ ପୋତିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Home Minister Amit Shah heaps praises on CM Naveen Patnaik

Home Minister Amit Shah heaps praises on CM Naveen Patnaik

Advertisment

୨୪ ନିର୍ବାଚନ ପାଇଁ ପାଗ ଭିଡ଼ା ଭିତରେ ସରକାରୀ କାର୍ଯ୍ୟକ୍ରମରେ ପରସ୍ପରକୁ ଢେର ପ୍ରଂଶସା ଆଉ ସାବାସୀ। ଆଜି ଭୁବନେଶ୍ୱରରେ ଜାତୀୟ ରାଜପଥ ପ୍ରକଳ୍ପର ଲୋକର୍ପଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରସ୍ପରକୁ ଧନ୍ୟବାଦ ଦେବା ସହ ପ୍ରଂଶସାରେ ପୋତିଛନ୍ତି। ଶାହ, କେନ୍ଦ୍ର ସରକାର ଓଡ଼ିଶାକୁ ଦେଇଥିବା ଅନୁଦାନର ହିସାବ ରଖିବା ସହ ମାଓ ମୁକାବିଲା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ନବୀନଙ୍କୁ ପ୍ରଶଂସା କରିଥିଲେ। ଅନ୍ୟପକ୍ଷରେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ସହଯୋଗ ପାଇଁ ନବୀନ ବି ଶାହଙ୍କୁ ଧନ୍ୟବାଦ ଦେଇଥିଲେ।

Advertisment

ଗୋଟିଏ ମଞ୍ଚରେ ଏକାଠି ହେଲେ ବିଜେପିର ଚାଣକ୍ୟ ଓ ବିଜେଡି ସୁପ୍ରିମୋ। ପରସ୍ପରକୁ ଭୁରି ଭୁରି ପ୍ରଶଂସା ସହ ଧନ୍ୟବାଦରେ ପୋତିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୪ ନିର୍ବାଚନ ପାଇଁ ପାଗଭିଡ଼ାର ଅବ୍ୟବହିତ ପୂର୍ବରୁ ଆଜି ଓଡ଼ିଶା ଲୋକସେବା ଭବନରେ ଏକ ସରକାରୀ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ ଏ ଦୁଇ ନେତା। ଅବସର ଥିଲା କାମାକ୍ଷାନଗର-ଡୁବୁରୀ ୪ ଲେନ୍ ଜାତୀୟ ରାଜପଥର ଲୋକାର୍ପଣ ଉତ୍ସବ। ଶାହ ଆଜି ଲୋକସେବା ଭବନରେ ପ୍ରବେଶ କରିବା ମାତ୍ରେ ତାଙ୍କୁ ଅତି ଆଦରରେ ପାଛୋଟି ଆଣିଥିଲେ ନିଜେ ନବୀନ। ଆଉ ମଞ୍ଚାସୀନ ହେବା ପରେ ନିଜ ବକ୍ତବ୍ୟରେ ପରସ୍ପରକୁ ଢେର୍ ପ୍ରଶଂସା କରିଛନ୍ତି ଉଭୟ ନେତା। 

ଶାହ ତାଙ୍କ ବ୍ୟକ୍ତବ୍ୟରେ ଓଡ଼ିଶାରେ ନକ୍ସଲବାଦ ନିୟନ୍ତ୍ରଣକୁ ଆସିବା ପଛରେ ମୋଦି ସରକାରଙ୍କ କାର୍ଯ୍ୟକ୍ରମ ଓ ନବୀନ ସରକାରର ସହଯୋଗ କଥା ଉଲ୍ଲେଖ କରିଥିଲେ ଶାହ। ସେହିଭଳି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ନବୀନ ଅନ୍ୟମାନଙ୍କ ମାର୍ଗଦର୍ଶକ ବୋଲି କହିଥିଲେ। ଶାହ ତାଙ୍କ ବକ୍ତବ୍ୟରେ ନବୀନଙ୍କୁ ଦୁଇ ଦୁଇ ଥର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ସହଯୋଗ ପାଇଁ ଶାହଙ୍କୁ ବି ଧନ୍ୟବାଦ ଜଣାଇଥିଲେ ନବୀନ। ଏହି ଅବସରରେ ଓଡ଼ିଶାର ବିକାଶ ପାଇଁ ନରେନ୍ଦ୍ର ମୋଦି ସରକାର ସବୁ ପ୍ରକାର ପ୍ରୟାସ କରୁଥିବା ଶାହ ଉଲ୍ଲେଖ କରିଥିଲେ।

Advertisment

 ସରକାରୀ କାର୍ଯ୍ୟକ୍ରମ ପରେ ଉଭୟ ଶାହ ଓ ନବୀନ ଲୋକସେବା ଭବନରେ ଏକ ରୁଦ୍ଧଦ୍ବାର ବୈଠକରେ ୱାନ ଟୁ ୱାନ୍ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି। ତେବେ ଦୁଇ ତୁଙ୍ଗ ନେତା କେଉଁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି, ତାହା ଗଣମାଧ୍ୟମକୁ ଆସିନଥିଲେ ବି ୨୪ ନିର୍ବାଚନ ପାଇଁ ରାଜନୈତିକ ଦଳର କମରକଷା ପ୍ରକ୍ରିୟା ଭିତରେ ଏ ବୈଠକକୁ ଅତି ଗୁରୁତ୍ବପୂର୍ଣ୍ଣ ମନେ କରୁଛନ୍ତି ରାଜନୈତିକ ସମୀକ୍ଷକ। ବିଶେଷକରି ନିକଟରେ କେନ୍ଦ୍ର ସରକାରକୁ ସଂସଦରେ ବିଜେଡିର ସମର୍ଥନ ଚର୍ଚ୍ଚା ନଥମୁଣୁ ଆଜିର ଘଟଣା କ୍ରମ ରାଜନୈତିକ ମାହୋଲକୁ ସରଗରମ କରିଛି।

ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ପରେ କେନ୍ଦ୍ର ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଜି ମାଓ ମୁକାବିଲା ଓ ବିପର୍ଯ୍ୟୟ ପରିଚାଳନା ନେଇ ଭିନ୍ନ ଭିନ୍ନ ଦୁଇଟି ବୈଠକରେ ଏକାଠି ହୋଇଥିଲେ।

Advertisment
BJD Amit Shah BJP CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ