Advertisment

ବବି ଫଶିଲେ, ଜିତୁ ବି ଫଶିବେ ! ପ୍ରାଇଭେଟ୍ ପ୍ଲଟ୍‌ରେ ବିଧାୟକ ଓ ସାଂସଦ ପାଣ୍ଠି ଲାଗିଲା କେମିତି ?

ସାଂସଦ ଓ ବିଧାୟକ ପାଣ୍ଠିରେ ତିଆରି ହୋଇଛି ଢାବା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ଯାଜପୁର ଧର୍ମଶାଳାର ବଲେ ବଲେ ଢାବା ଓ ଲଜ୍‌ରେ ବିନିଯୋଗ ହୋଇଛି ସାଂସଦ ଓ ବିଧାୟକ ପାଣ୍ଠି।

undefined

Pranab Balabantaray

Advertisment

ଯାଜପୁରର ଦୁଇ ଟାଣୁଆ ବିଜେଡି ନେତା ବବି ଆଉ ଜିତୁ। ଅଖଣ୍ଡ କ୍ଷମତାଶାଳୀ। ଆଉ କିପରି କ୍ଷମତାର ଅପବ୍ୟବହାର କରୁଥିଲେ ତାର ପ୍ରମାଣ ଏବେ ମିଳୁଛି। ରାଜଧାନୀରେ ବବିଙ୍କ ସରକାରୀ କ୍ୱାର୍ଟରକୁ ବିଳାସପୂର୍ଣ୍ଣ ବାସଭବନରେ ପରିଣତ କରାଯିବାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଯାଜପୁରରେ ଜିତୁଙ୍କ ଲିଙ୍କରେ ବଲେ ବଲେ ଢାବାକୁ ନେଇ ଝଡ଼। ସାଂସଦ ଓ ବିଧାୟକ ପାଣ୍ଠିରେ କେମିତି କାହିଁକି ତିଆରି ହୋଇଥିଲା ଢାବା, ବ୍ଲକ୍ ସମୀକ୍ଷା ବେଳେ ତାକୁ ଧରିଛନ୍ତି ନବନିର୍ବାଚିତ ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ସାହୁ।

Advertisment

ସାଂସଦ ଓ ବିଧାୟକ ପାଣ୍ଠିରେ ତିଆରି ହୋଇଛି ଢାବା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ଯାଜପୁର ଧର୍ମଶାଳାର ବଲେ ବଲେ ଢାବା ଓ ଲଜ୍‌ରେ ବିନିଯୋଗ ହୋଇଛି ସାଂସଦ ଓ ବିଧାୟକ ପାଣ୍ଠି। ଧର୍ମଶାଳା ଭବନରେ ଥିବା ଏହି ଢାବାକୁ ନେଇ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ବିନା କାଗଜପତ୍ରରେ ଏହି ଢାବାକୁ ଜଣେ ବିଜେଡି ନେତ୍ରୀଙ୍କୁ ଲିଜ୍‌ରେ ଦିଆଯାଇଥିଲା। ଆଉ ପ୍ରଚ୍ଛଦପଟ୍ଟରେ ଥିଲେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ। ବିଜେଡି ଶାସନ କାଳରେ ଏଭଳି ଭାବେ ଚାଲିଥିଲା କ୍ଷମତାର ଅପବ୍ୟବହାର।

ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଥିବାବେଳେ ସମସ୍ତଙ୍କୁ ଚକିତ କରିଛି ଧର୍ମଶାଳାର ବଲେ ବଲେ ଢାବା। ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହିମାଂଶୁ ସାହୁ ନିଜେ ସମୀକ୍ଷା କରି ପାଇଛନ୍ତି ଏଭଳି ଆଖି ଖୋସିଲା ଭଳି ତଥ୍ୟ। ଧର୍ମଶାଳା ବିଧାୟକ ଆହୁରି ମଧ୍ୟ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ସେହି ଢାବାରେ ଟଙ୍କା କାରବାର ଚାଲୁଥିଲା। ପୂର୍ବତନ ବିଧାୟକ ଏହି ଢାବାରେ ରଙ୍ଗୀନ କାର୍ଯ୍ୟକ୍ରମ କରୁଥିଲେ।

Advertisment

ଧର୍ମଶାଳାରେ ୩୦ ବର୍ଷ ଧରି ଏକ ପାରିବାରିକ ରାଜନୀତି ଚାଲିଥିଲା। ଖଣି ପାଣିଠୁ ନେଇ ଏକାଧିକ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଛନ୍ତି ହିମାଂଶୁ। ତେବେ ଏନେଇ ପ୍ରଣବ ବଳବନ୍ତରାୟ କି ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି। ଅନ୍ୟପଟେ ବିଧାୟକଙ୍କ ସମୀକ୍ଷା ପରେ ଆଜି ତତ୍ପରତା ପ୍ରକାଶ କରି ଜିଲ୍ଲା ପ୍ରଶାସନ ଢାବାରେ ଲଟକା ଲଗାଇଛି। ତିନି ଦିନ ଭିତରେ ଢାବା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଠି ପ୍ରଶ୍ନ କାହା ସ୍ୱାର୍ଥରେ ଆଇନକୁ ଦଳି ମକଚି ବିଜେଡି ନେତ୍ରୀଙ୍କୁ ଢାବା ଲିଜ୍ ଦିଆଗଲା ? ଏମପି ଓ ଏମ୍ଏଲ୍ଏ ପାଣ୍ଠିରେ କେମିତି ତିଆରି ହୋଇପାରିଲା ଢାବା ? ସାଧାରଣ ଲୋକଙ୍କ ସ୍ୱାର୍ଥରେ ଖର୍ଚ୍ଚ ହେଉଥିବା ପାଣ୍ଠି ଢାବା ପାଇଁ କାହା ଇଙ୍ଗିତରେ ଖର୍ଚ୍ଚ ହେଲା ? ରାଜ୍ୟରେ ସରକାର ବଦଳିବା ସହ ଧର୍ମଶାଳାବାସୀ ଏଥର ବିଜେଡିର ପ୍ରଣବ ବଳବନ୍ତରାୟଙ୍କୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି। ଆଉ ସ୍ୱାଧୀନ ବିଧାୟକ ହିମାଂଶୁ ଜିତିବା ପରେ ନିର୍ବାଚନମଣ୍ଡଳୀ ଦୁର୍ନୀତି ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛନ୍ତି। ତିନି ଦିନ ତଳେ ବିଧାୟକ ଧର୍ମଶାଳା ଭବନ, ଜାରକା ଷ୍ଟାଡିୟମ ଏବଂ ଷ୍ଟାଡିୟମ ପରିସରରେ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିଡିଓଙ୍କୁ ପଚାରିଥିଲେ। କିନ୍ତୁ ବିଡିଓ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ପ୍ରକଳ୍ପଗୁଡିକୁ ବନ୍ଦ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।

Advertisment

ଯାଜପୁରର ଦୁଇ ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ ପ୍ରଣବ ବଳବନ୍ତରାୟ ଓରଫ ଜିତୁ। ତେବେ ରାଜଧାନୀରେ ବବିଙ୍କ ସରକାରୀ କ୍ୱାର୍ଟରକୁ ବିଳାସପୂର୍ଣ୍ଣ ବାସଭବନରେ ପରିଣତ କରାଯିବାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଯାଜପୁରରେ ବଲେ ବଲେ ଢାବା ସହ ଜିତୁଙ୍କ ଲିଙ୍କକୁ ନେଇ ନେଇ ଝଡ଼।

Odisha Politics Pranab Balabantaray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ