ରାଜନୀତିର ସାପ ସିଢି ଖେଳରେ ଉଚ୍ଚ ଶିକ୍ଷିତ: ରୋମାଞ୍ଚକ ହେବ ପଞ୍ଚାୟତ ନିର୍ବାଚନ

କାଲି ଯିଏ ଉପରେ ଆଜି ସିଏ ତଳେ, ତ ଆଜି ଯିଏ ତଳେ, କାଲି ଉପରେ । ଚଳିତ ପଞ୍ଚାୟତ ନିର୍ବାଚନରେ ଏ ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି । କିଛି ପ୍ରାର୍ଥୀଙ୍କ କ୍ଷେତ୍ରରେ କିଏ ପୂର୍ବତନ ମନ୍ତ୍ରୀ ତ ଆଉ କିଏ ବିଧାୟକ ହୋଇ ବି ଏଥର ପଞ୍ଚାୟତ ନିର୍ବାଚନ ଲଢିବାକୁ ପଛାଇ ନାହାନ୍ତି । ସେହିଭଳି ଏଥର ପଂଚାୟତ ନିର୍ବାଚନରେ ବହୁ ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିବାରୁ ସେମାନଙ୍କୁ ନେଇ ନିଜ ନିଜ ଅଞ୍ଚଳରେ ଖୁବ ଚର୍ଚ୍ଚା ।

Odisha Panchayat Polls

ରାଜନୀତିର ସାପ-ଶିଡ଼ି ଖେଳରେ ସବୁ ଅସମ୍ଭବ ହୋଇଯାଉଛି ସମ୍ଭବ । କାଲି ଯିଏ ଉପରେ ଆଜି ସିଏ ତଳେ, ତ ଆଜି ଯିଏ ତଳେ, କାଲି ଉପରେ । ଚଳିତ ପଞ୍ଚାୟତ ନିର୍ବାଚନରେ ଏ ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି । କିଛି ପ୍ରାର୍ଥୀଙ୍କ କ୍ଷେତ୍ରରେ କିଏ ପୂର୍ବତନ ମନ୍ତ୍ରୀ ତ ଆଉ କିଏ ବିଧାୟକ ହୋଇ ବି ଏଥର ପଞ୍ଚାୟତ ନିର୍ବାଚନ ଲଢିବାକୁ ପଛାଇ ନାହାନ୍ତି । ସେହିଭଳି ଏଥର ପଂଚାୟତ ନିର୍ବାଚନରେ ବହୁ ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିବାରୁ ସେମାନଙ୍କୁ ନେଇ ନିଜ ନିଜ ଅଞ୍ଚଳରେ ଖୁବ ଚର୍ଚ୍ଚା ।

ପୂର୍ବରୁ ଦୁଇ ଦୁଇ ଥର ମନ୍ତ୍ରୀ, ତିନି ତିନି ଥର ବିଧାୟିକା ଏବେ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀ । ସମିତି ସଭ୍ୟା ପ୍ରାର୍ଥୀ କଥାଟା କାନକୁ ଅଡୁଆ ଲାଗୁଥିଲେ ବି ମିଛ ନୁହେଁ । ମନ୍ତ୍ରୀ, ବିଧାୟକ ଭଳି ବଡ଼ ପଦରେ ନିର୍ବାଚନ ଲଢିବାର ମୋହ ଛାଡ଼ି ଏଭଳି ନୂଆ ଚରିତ୍ରରେ ଉଭା ହେବାକୁ ଯାଉଥିବା ଇଏ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଚଳି ବେହେରା । ରାଜନୀତିର ସାପ-ଶିଡ଼ି ଖେଳରେ ଅଂଜଳି କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏବେ ସେ ବିଜେପି ସମର୍ଥିତ ନୋମିନି ପ୍ରାର୍ଥୀ ଭାବେ ଢେଙ୍କାନାଳ ହିନ୍ଦୋଳ ବ୍ଲକ୍ ଗିରିଧର ପ୍ରସାଦ ପଞ୍ଚାୟତରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ହାଇରୁ ଲୋ ପ୍ରୋଫାଇଲକୁ ଖସିଥିବା ଇଏ ଆଉ ଜଣେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା । ୧୯୯୦ରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଧାୟକ ଥିଲେ ଆଉ ଏବେ ରାଜନୀତିର ଅଙ୍କାବଙ୍କା ରାସ୍ତାରେ ଆସି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ନାମାଙ୍କନ କରିଛନ୍ତି । ସେହିଭଳି ପୂର୍ବରୁ ବିଧାୟକ ମୋହର ଲାଗିଥିବା ସତ୍ତ୍ୱେ ଏବେ ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ସୁନ୍ଦରଗଡ଼ ରଘୁନାଥପାଲିର ପୂର୍ବତନ MLA ହାଲୁ ମୁଣ୍ଡାରୀ ।

ଏଥର ପଞ୍ଚାୟତ ନିର୍ବାଚନରେ ଖାଲି ବଡ଼ରୁ ସାନ ପାହ୍ୟାକୁ ଖସି ନୁହେଁ, ବରଂ ତୃଣମୂଳସ୍ତରର ପ୍ରତ୍ୟକ୍ଷ ରାଜନୀତିରେ ନିଜକୁ ସାମିଲ କରି ଚର୍ଚ୍ଚାକୁ ଆସିଛନ୍ତି । ବହୁ ଉଚ୍ଚଶିକ୍ଷତ ଯୁବକ ଓ ଯୁବତୀ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଓଡିଆରେ ସ୍ନାତକତ୍ତୋର ଶିକ୍ଷା ଗ୍ରହଣ କରୁଥିବା ସୋନି ହେମ୍ବ୍ରମ୍ ବାଲେଶ୍ୱର ରେମୁଣା ବ୍ଲକ ଶାସଙ୍କ ପଞ୍ଚାୟତରୁ ସିମିତ ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାର ୧୮ ନମ୍ବର ଜୋନରୁ ପ୍ରାର୍ଥୀ ହୋଇଥିବା ମାନସ କୁମାର ସାହୁ । ଏବେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପିଏଚଡି ଛାତ୍ର ପାଠପଢା ଭିତରେ ଜନସେବା ଲାଗି ପ୍ରତ୍ୟକ୍ଷ ରାଜନୀତିକୁ ଆସି ସେ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ।

ଏପଟେ ଯାଜପୁର ବରି ବ୍ଲକ ଅଲିପୁର ପଞ୍ଚାୟତରୁ ଚଳିତ ଥର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ରମେଶ ଚନ୍ଦ୍ର ବେହେରା । କ୍ରାଇମବ୍ରାଞ୍ଚ୍ ଏସପି ଭାବେ ଅବସର ଗ୍ରହଣ ପରେ ତୃଣମୂଳ ରାଜନୀତିକୁ ଆସି ଚର୍ଚ୍ଚାରେ ରହିଛନ୍ତି ଏହି ପୂର୍ବତନ ପୋଲିସ ଅଧିକାରୀ ।