Advertisment

ବିପଦରେ ହରିୟାଣା ସରକାର ! ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ୱାଧୀନ ବିଧାୟକ

ବର୍ତ୍ତମାନ ବିଜେପି ଏବଂ ଜେଜେପିର ମିଳିତ ମେଣ୍ଟ ଭାଙ୍ଗି ସାରିଛି। ଏଥିସହ ସ୍ୱାଧୀନ ବିଧାୟକଙ୍କ ସହାୟତାରେ ସରକାର ଚଳାଉଥିବା ବିଜେପିର ସରକାର ମଧ୍ୟ ଟଳମଳ ସ୍ଥିତିରେ ରହିଛି। ଯେକୌଣସି ମୁହୂର୍ତ୍ତରେ ବି ସରକାର ଭାଙ୍ଗି ଯିବା ଆଶଙ୍କା ରହିଛି।

ଅଦ୍ୟତନ ହୋଇଛି
Haryana Government

Haryana Government

Advertisment

ଲୋକସଭା ନିର୍ବାଚନ ଭିତରେ ହରିଆଣାରେ କ୍ଷମତାସୀନ ବିଜେପି ସରକାରକୁ ଶକ୍ତ ଝଟକା। ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ୱାଧୀନ ବିଧାୟକ। ଏହାପରେ ନାୟବ ସିଂ ସଇନିଙ୍କ ନେତୃତ୍ୱାଧୀନ ସରକାର ପ୍ରତି ବଢିଲା ସଂକଟ। ସମର୍ଥନ ପ୍ରତ୍ୟାହାର ଘୋଷଣା କରିଥିବା ୩ ସ୍ୱାଧୀନ ବିଧାୟକ ହେଲେ ସୋମବୀର ସାଙ୍ଗୱାନ, ରଣଧୀର ଗୋଲେନ୍ ଓ ଧର୍ମପାଲ ଗୋଣ୍ଡର। 

Advertisment

ଆଜି ରୋହତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡା ଓ ରାଜ୍ୟ ପିସିସି ସଭାପତି ଉଦୟ ଭାନଙ୍କ ସହ ପ୍ରେସମିଟରେ ବିଜେପି ସରକାରକୁ ସମର୍ଥନ ପ୍ରତ୍ୟାହାର ସହ କଂଗ୍ରେସକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି। କୃଷକ ସମସ୍ୟା ସହ ଅନେକ ପ୍ରସଙ୍ଗରେ ବିଜେପି ସରକାର ଉପରେ ସେମାନେ ନାଖୁସ ଥିଲେ। ଏଥିପାଇଁ ସମର୍ଥନ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିବା କହିଛନ୍ତି। ସେପଟେ ବାଦଶାହପୁର ବିଧାୟକ ରାକେଶ ଦୌଲତାବାଦ ମଧ୍ୟ କଂଗ୍ରେସକୁ ସମର୍ଥନ କରିପାରନ୍ତି ବୋଲି କୁହାଯାଇଛି।

ସେପଟେ କଂଗ୍ରେସ ରାଜ୍ୟ ସଭାପତି ଉଦୟଭାନ କହିଛନ୍ତି, ବିଜେପି ହରିଆଣାରେ ଜେଜେପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଚଳାଉଥିଲା। କିନ୍ତୁ ଆଜି ବିଜେପି ସରକାରଙ୍କ ପାଖରେ ଆଉ ସଂଖ୍ୟା ଗରିଷ୍ଠତା ନାହିଁ। ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଦେବା ଉଚିତ।

Advertisment

୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ଏବେ ୮୮ ବିଧାୟକ ଅଛନ୍ତି। ସରକାର ଗଠନ ପାଇଁ ଏବେ ମ୍ୟାଜିକ ନମ୍ବର ରହିଛି ୪୫। ହରିଆଣା ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୪୦। ୨ ଜଣ ସ୍ୱାଧୀନ ଓ ଜଣେ ଏଚଏଲପି ବିଧାୟକଙ୍କ ସମର୍ଥନ ବିଜେପିକୁ ଅଛି । ଏବେ ୩ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଥିବାରୁ ଏନଡିଏ ସରକାର ପ୍ରତି ସଂକଟ ବଢିଛି। ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।

ମୋଟାମୋଟି କହିବାକୁ ଗଲେ ଏ ସମସ୍ତ ସ୍ୱାଧୀନ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ମିଳିବାକୁ ନେଇ ଦୀର୍ଘ ଦିନ ହେବ ବିଜେପ ଉପରେ ଅସନ୍ତୋଷ ଥିଲେ। କଂଗ୍ରେସକୁ ସମର୍ଥନ ଜଣାଇଥିବା ସ୍ୱାଧୀନ ବିଧାୟକଙ୍କ କହିବା ମୁତାବକ, ବିଜେପି ସରକାରଙ୍କ ନୀତି ଜନବିରୋଧୀ ଅଟେ। ଏହି କାରଣରୁ ସେ କଂଗ୍ରେସକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସେ କଂଗ୍ରେସକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିବେ। 

Advertisment

ବର୍ତ୍ତମାନ ବିଜେପି ଏବଂ ଜେଜେପିର ମିଳିତ ମେଣ୍ଟ ଭାଙ୍ଗି ସାରିଛି। ଏଥିସହ ସ୍ୱାଧୀନ ବିଧାୟକଙ୍କ ସହାୟତାରେ ସରକାର ଚଳାଉଥିବା ବିଜେପିର ସରକାର ମଧ୍ୟ ଟଳମଳ ସ୍ଥିତିରେ ରହିଛି। ଯେକୌଣସି ମୁହୂର୍ତ୍ତରେ ବି ସରକାର ଭାଙ୍ଗି ଯିବା ଆଶଙ୍କା ରହିଛି।

BJP Congress General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ