Advertisment

ହରିୟାଣା ବିଧାନସଭା ନିର୍ବାଚନ ପାଇଁ BJP ପ୍ରାର୍ଥୀ ତାଲିକା ଘୋଷଣା

ଲଡୱାରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି । ଅମ୍ବାଲା କ୍ୟାଣ୍ଟରୁ ଅନୀଲ ଭିଜ୍ ହେଲେ ବିଜେପି ପ୍ରାର୍ଥୀ ।

Haryana BJP

Haryana BJP

Advertisment

ହରିୟାଣା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଯୋଦ୍ଧା ତାଲିକା ପ୍ରକାଶ କଲା BJP। ପ୍ରଥମ ପର୍ଯ୍ୟାୟରେ ୬୭ ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଛି। ଲଡୱାରୁ ଲଢ଼ିବେ
ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ଏବଂ ଅମ୍ବାଲା କ୍ୟାଣ୍ଟରୁ ଅନୀଲ ଭିଜ୍ ହେଲେ ବିଜେପି ପ୍ରାର୍ଥୀ। ଆଦମପୁରରୁ ଲଢ଼ିବେ ଭବ୍ୟ ବିଷ୍ଣୋଇ। ସେହିପରି କାଲକାରୁ ଶକ୍ତିରାନୀ ଶର୍ମା, ପଞ୍ଚକୁଲାରୁ ଜ୍ଞାନଚାନ୍ଦ ଗୁପ୍ତା ଲଢ଼ିବେ। ଆସନ୍ତା ୫ ତାରିଖରେ ହରିୟାଣାରେ ହେବ ବିଧାନସଭା ନିର୍ବାଚନ।

Advertisment

ପୂର୍ବତନ ମନ୍ତ୍ରୀ ଅନୀଲ ବିଜଙ୍କୁ ଦଳ ଟିକେଟ ଦେଇଛି। ସେ ପୁଣି ଅମ୍ବାଲା କ୍ୟାଣ୍ଟନମେଣ୍ଟ ଆସନରୁ ଲଢ଼ିବେ। ସେ ୨୦୦୯ରୁ ଏହି ଆସନରୁ ବିଜୟୀ ହୋଇଆସୁଛନ୍ତି। ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ଅମ୍ବାଲା ମେୟର ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିନୋଦ ଶର୍ମାଙ୍କ ପତ୍ନୀ ଶକ୍ତିରାଣୀ ଶର୍ମା। ଦଳ ତାଙ୍କୁ କାଲକା ଆସନରୁ ଟିକେଟ ଦେଇଛି। କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଶ୍ରୁତି ଚୌଧୁରୀଙ୍କୁ ତୋଶାମ ଆସନରୁ ଟିକେଟ ପାଇଛନ୍ତି। ଜନନାୟକ ଜନତା ପାର୍ଟିର ତିନି ଜଣ ପୂର୍ବତନ ବିଧାୟକଙ୍କୁ ବିଜେପି ଟିକେଟ ଦେଇଛି। ବିଜେପିରୁ ଟିକେଟ ପାଇଥିବା ଏହି ନେତାମାନେ ହେଉଛନ୍ତି- ଦେବେନ୍ଦର ସିଂହ ବବଲି, ରାମ କୁମାର ଗୌତମ ଓ ଅନୁପ ଧାନକ। ଦେବେନ୍ଦର ସିଂହଙ୍କୁ ତୋହାନାରୁ ଦଳ ପ୍ରାର୍ଥୀ କରିଥିବା ବେଳେ ରାମ କୁମାରଙ୍କୁ ସଫିଦୋଁ ଓ ଅନୁପ ଧାନକଙ୍କୁ ଉକଲାନାରୁ ଟିକେଟ ଦେଇଛି ଦଳ।

ଜାତୀୟ କବାଡ଼ି ଟିମ୍‌ର ପୂର୍ବତନ ଅଧିନାୟକ ଦୀପକ ହୁଡାଙ୍କୁ ମେହମରୁ ଟିକେଟ ଦେଇଛି ବିଜେପି। ସେହିପରି ଟିକେଟ ନମିଳିଲେ କଂଗ୍ରେସରେ ମିଶିଯିବାକୁ ଧମକ ଦେଇଥିବା ରାଓ ନରବୀର ସିଂହଙ୍କୁ ବିଜେପି ପ୍ରାର୍ଥୀ କରିଛି। ତାଙ୍କୁ ବାଦଶାହପୁର ଆସନ ପାଇଁ ଟିକେଟ ଦେଇଛି ଦଳ। କୁରୁକ୍ଷେତ୍ର ସାଂସଦ ନବୀନ ଜିନ୍ଦଲଙ୍କ ମା’ ସାବିତ୍ରୀ ଜିନ୍ଦଲଙ୍କୁ ହିସାରରୁ ବିଜେପି ପ୍ରାର୍ଥୀ କରିପାରେ ବୋଲି ଜୋର ଚର୍ଚ୍ଚା ହେଉଥିଲା। ତେବେ ଦଳ ଏଠାରୁ କମଲ ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି।

Advertisment

ପ୍ରଥମ ପର୍ଯ୍ୟାୟ ତାଲିକାରୁ ୯ ଜଣ ବିଧାୟକଙ୍କୁ ବାଦ୍ ଦିଆଯାଇଛି। ଏହା ସହିତ ଦୁଇ ଜଣ ବିଧାୟକଙ୍କ ଆସନ ପରିବର୍ତ୍ତନ କରାଯାଇଛି। ପଲୱଲ ବିଧାୟକ ଦୀପକ ମଙ୍ଗଳା, ଫରିଦାବାଦ ବିଧାୟକ ନରେନ୍ଦ୍ର ଗୁପ୍ତା, ଗୁରୁଗ୍ରାମ ବିଧାୟକ ସୁଧୀର ସିଂଘଲ, ଭବାନୀ ଖେରା ବିଧାୟକ ବିଶମ୍ବର ମଲ୍ଲିକ, ରନିୟା ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ରଞ୍ଜତ ଚୌଟାଲା, ଅଟେଲୀ ବିଧାୟକ ସୀତାରାମ ଯାଦବ, ପେହୱା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସନ୍ଦୀପ ସିଂହ, ସୋହନା ବିଧାୟକ ସଞ୍ଜୟ ସିଂହ ଓ ରତିୟା ବିଧାୟକ ଲକ୍ଷ୍ମଣ ନାପାଙ୍କୁ ଦଳ ଟିକେଟ ଦେଇ ନାହିଁ। ଦଳର ଏହି ତାଲିକାରେ ମାତ୍ର ୮ ଜଣ ମହିଳା ଅଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ