Advertisment

ସୂର୍ଯ୍ୟ ପାତ୍ରଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର, ଦିଗପହଣ୍ଡିରେ ହେବ ଅନ୍ତିମ ସଂସ୍କାର

ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ । ବିଭିନ୍ନ ଦଳର ନେତାଙ୍କ ସହ ବିଶିଷ୍ଟ ବ୍ୟକ୍ତିଙ୍କ ଶେଷ ଦର୍ଶନ । ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Surjya Narayan Patro

Surjya Narayan Patro

Advertisment

ଆଜି ଅପରାହ୍ଣରେ ସୂର୍ଯ୍ୟନାରାୟଣ ପାତ୍ରଙ୍କ ହେବ ଶେଷକୃତ୍ୟ । ଅପରାହ୍ଣ ୩ଟାରେ ଦିଗପହଣ୍ଡି ସ୍ଥିତ ଆରଏମସି କପାମଣ୍ଡି ନିକଟରେ ଥିବା ନିଜସ୍ୱ ଜାଗାରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷକୃତ୍ୟ ସଂପନ୍ନ ହେବ । ଭୁବନେଶ୍ୱର ଠାରୁ ବ୍ରହ୍ମପୁର, ଲାଞ୍ଜପଲ୍ଲୀ ବାଇପାସ, କମାପଲ୍ଲୀ, ଟାଟାବେଞ୍ଚ ଛକ, ଖଲ୍ଲିକୋଟ କଲେଜ ଦେଇ ପିଭିଏନ ପେଟ୍ରଲ ପମ୍ପ, ସିଟି ହସ୍ପିଟାଲ, ଗେଟବଜାର, ଆସ୍କାରୋଡ୍ ଦେଇ ଦଗପହଣ୍ଡି ଯିବ ବୋଲି ସୂଚନା ମିଳିଛି ।

Advertisment

ସେପଟେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ସେ ସୂର୍ଯ୍ୟଙ୍କ ବାସଭବନକୁ ଯାଇ ଅନ୍ତିମ ଦର୍ଶନ କରିଛନ୍ତି, ପରିବାର ଲୋକେଙ୍କୁ ସମବେଦନା ଜଣାଇଛନ୍ତି। ଏହା ପରେ ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନକୁ ନିଆଯାଇଥିଲା। ସେଠାରେ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ପରେ ତାଙ୍କୁ ନିଆଯାଇଥିଲା ବିଧାନସଭା।

ସେଠାରେ ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା ପରେ ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀରକୁ ବ୍ରହ୍ମପୁର ଦେଇ ଦିଗପହଣ୍ଡି ନିଆଯାଉଛି। ଅପରାହ୍ନରେ ଦିଗପହଣ୍ଡିରେ ହିଁ ଶେଷ କୃତ୍ୟ ହେବାର ଅଛି। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ...

Advertisment
Surjya Narayan Patro Guard Of Honour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ