Advertisment

ମୁଁ ବିଜେପିର ଦୃଢ଼ ସମର୍ଥକ, ମାତ୍ର ପ୍ରାଥମିକ ସଦସ୍ୟ ନୁହେଁ: ଗୋବିନ୍ଦଙ୍କ ଓକିଲ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ୍‌ ଶର୍ମାଙ୍କ ବିଜେପି ସହ ସମ୍ପର୍କ ନେଇ ବିଜେଡି ଅଭିଯୋଗ ଆଣିଛି। ବିଜେଡିର ଏହି ଅଭିଯୋଗ ପରେ ମୋହନ ଲାଲ୍‌ ପ୍ରତିକ୍ରିୟା ରଖିଛନ୍ତି।

Govinds advocate mohanlals statement on BJP link

Govinds advocate mohanlals statement on BJP link

Advertisment

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ୍‌ ଶର୍ମାଙ୍କ ବିଜେପି ସହ ସମ୍ପର୍କ ନେଇ ବିଜେଡି ଅଭିଯୋଗ ଆଣିଛି। ବିଜେଡିର ଏହି ଅଭିଯୋଗ ପରେ ମୋହନ ଲାଲ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୁଁ ବିଜେପିର ଦୃଢ଼ ସମର୍ଥକ, ମାତ୍ର ପ୍ରାଥମିକ ସଦସ୍ୟ ନୁହେଁ। ନିର୍ବାଚନରେ ବିଜେପିର ପ୍ରାର୍ଥୀ ହେବାକୁ କେବେ ବି ଚାହିଁନି। ରାଷ୍ଟ୍ରବାଦ ପାର୍ଟି ହୋଇଥିବାରୁ ବିଜେପିର ଦୃଢ଼ ସମର୍ଥକ।’ 

Advertisment

ଗୋବିନ୍ଦଙ୍କ ଓକିଲ ଆହୁରି କହିଛନ୍ତି, ‘ମୋ ବାପା ଜନସଂଘ କର୍ମକର୍ତ୍ତା ଥିଲେ। ଆମ ରକ୍ତରେ ରାଷ୍ଟ୍ରବାଦ ରହିଛି। ଆୟୁବ୍ ଖାନ୍‌ ବିଧାୟକ ସମୟରେ ବିଜେଡି ସରକାରରେ ସରକାରୀ ଓକିଲ ଥିଲି। କିଛି ଦିନ ପରେ ସରକାରୀ ଓକିଲ ଦାୟିତ୍ୱରୁ ଅବ୍ୟାହତି ନେଇଥିଲି। ହାତକୁ କେସ୍ ନେବା ବେଳେ ମୁଁ ଓକିଲାତି ଧର୍ମକୁ ପାଳନ କରେ।  ମହକିଲର ଜାତି, ଧର୍ମ କିମ୍ବା ବର୍ଣ୍ଣକୁ ବିଚାରକୁ ନିଏ ନାହିଁ। ବିଜେଡି ସମର୍ଥକଙ୍କ ବେଶି କେସ୍ ଲଢିଥିବା ଗୋବିନ୍ଦଙ୍କ ଓକିଲ ମୋହନ ଲାଲ୍‌ ଶର୍ମା କହିଛନ୍ତି।

ଗତକାଲି ପରି ଆଜି ମଧ୍ୟ ବିଧାନସଭାରେ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ଆରମ୍ଭରୁ ଗୃହ ମଧ୍ୟଭାଗରେ ସବୁ ଦଳର ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଏଥିଯୋଗୁ ଗୃହରେ ଅଚଳାବସ୍ଥା ଦେଖା ଦେଇଥିଲା। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲଙ୍କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ।  

Advertisment

ବିଜେପି ସଦସ୍ୟମାନେ ଗୋବିନ୍ଦଙ୍କ ସହ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବାର ଏକ ଫଟୋ ଗୃହରେ ଦେଖାଇଥିଲେ। ସେହିପରି ବିଜେଡି ସଦସ୍ୟମାନେ ମଧ୍ୟ ଗୋବିନ୍ଦଙ୍କ ଓକିଲ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିବା ଫଟୋ ଦେଖାଇ ଥିଲେ।  ହଟ୍ଟଗୋଳ କାରଣରୁ ବାଚସ୍ପତି  ପ୍ରଥମେ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ। 

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିଥିଲେ।  ବିଜେପି ସଦସ୍ୟ  ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଓ କଳା ଗାମୁଛା ପକାଇଥିଲେ। କଂଗ୍ରେସ ବି ପ୍ଲାକାର୍ଡ ଦେଖାଇ ଜୋରଦାର ପ୍ରତିବାଦ କରିଥିଲା। ଏଥିଯୋଗୁ ଆଉ ୩୦ ମିନିଟ ପାଇଁ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ। ଗୃହକୁ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ସତ୍ତ୍ୱେ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ଫଳରେ ଗୃହକୁ ଅପରାହ୍ନ ୪ଯା ଯାଏ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି।

Advertisment
BJD BJP Mamita Meher Muder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ