Advertisment

କାଟ ଖାଇଲା ଅନାସ୍ଥା, ଭୋଟିଂ ପୂର୍ବରୁ କକ୍ଷ ତ୍ୟାଗ କରିସାରିଥିଲେ ବିରୋଧୀ

ବାଚନିକ ଭୋଟ ପୂର୍ବରୁ କକ୍ଷତ୍ୟାଗ କରିସାରିଥିଲେ ବିରୋଧୀ ।

No Confidence Motion

No Confidence Motion

Advertisment

ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ଭୋଟ କାଟ ଖାଇଲା । ବାଚନିକ ଭୋଟରେ କାଟ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ । ବାଚନିକ ଭୋଟ ପୂର୍ବରୁ କକ୍ଷତ୍ୟାଗ କରିସାରିଥିଲେ ବିରୋଧୀ । 

Advertisment

ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଥିବା ବେଳେ କଂଗ୍ରେସ ସଦସ୍ୟ ଅଧିର ରଂଜନ ସସ୍‌ପେଣ୍ଡ କରିଛି ଗୃହ । କଂଗ୍ରେସ ସଦସ୍ୟ ଅଧିର ରଂଜନ ଚୌଧୁରୀଙ୍କୁ ଗୃହରୁ ସସ୍‌ପେଣ୍ଡ କରାଯାଇଛି । ଗୃହରେ ବାରମ୍ବାର ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି । ପ୍ରିଭିଲେଜ୍‌ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍‌ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍‌ ବାଚସ୍ପତି ।

ସେହିଭଳି ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସାଂସଦ। ବିରୋଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖନ୍ତୁ ବୋଲି ଦାବି କରି ନିରାଶ ହେବା ପରେ ଏପରି ପଦକ୍ଷେପ ନେଇଛନ୍ତି।

Advertisment

Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ