Advertisment

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ହଟହଟା : ହୋହଲ୍ଲା କରିବା ସହ ମୁର୍ଦ୍ଦାବାଦ୍ ନାରା ଦେଲେ ବିଜେଡି କର୍ମୀ

ଗୋପାଳପୁର କମଳାପୁର ଗାଁରେ ପ୍ରଦୀପଙ୍କ ଗସ୍ତକୁ ବିଜେଡି କର୍ମୀଙ୍କ ପ୍ରବଳ ବିରୋଧ

ଅଦ୍ୟତନ ହୋଇଛି
Special story

Special story

Advertisment

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ହଟହଟା । ନିଜ ନିର୍ବାଚନ ମଣ୍ଡଳୀ ଗୋପାଳପୁର ଗସ୍ତକୁ ଯାଇଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଗୋପାଳପୁର କମଳାପୁର ଗାଁରେ ପ୍ରଦୀପ ପାଣିଗ୍ରାହୀ ଆଜି ପତାକା ଉତ୍ତୋଳନ କରିବାକୁ ଯାଇଥିଲେ ।

Advertisment

ହେଲେ ଏହି ସମୟରେ କିଛି ବିଜେଡି କର୍ମୀ ସେଠି ପହଞ୍ଚି ପ୍ରଦୀପଙ୍କୁ ବିରୋଧ କରିଥିଲେ । ଖୋଲାଖୋଲି ଭାବେ ମୁର୍ଦ୍ଦାବାଦ୍ ନାରା ଦେବା ସହ ହୋହଲ୍ଲା କରିଥିଲେ । ଏପରିକି ପ୍ରଦୀପଙ୍କୁ ଠେଲାପେଲା ମଧ୍ୟ କରାଯାଇଥିବା ସୂଚନା ମିଳିଛି ।

ବିଧାୟକ ଗାଡ଼ିରୁ ଓହ୍ଲାଇ ବିଜେଡି କର୍ମମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ତାଙ୍କ କଥାକୁ ଶୁଣି ନଥିଲେ। ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିଜେଡି କର୍ମୀ ଓ ବିଧାୟକଙ୍କ ସମର୍ଥଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ପତାକା ଉତ୍ତୋଳନ କରିଥିଲେ ପ୍ରଦୀପ ପାଣିଗ୍ରାହୀ ।

Advertisment

ସୂଚନାଯୋଗ୍ୟଯେ, ଦୁର୍ନୀତି ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହି ମାମଲାରେ ସେ ଗିରଫ ବି ହୋଇଥିଲେ ।

Pradeep Panigrahi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ