Advertisment

ବିଜେପିରେ ମିଶିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେପି ଦଳୀୟ କାର୍ଯ୍ୟାଳୟକୁ ଆସି ସାମିଲ ହେଲେ ପ୍ରଦୀପ।

ଅଦ୍ୟତନ ହୋଇଛି
Gopalpur MLA Pradeep Panigrahi joins BJP

Pradeep Panigrahi

Advertisment

ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ। ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ବିଜେପିରେ ସାମିଲ ହେବା ପରେ ଓଡ଼ିଶାରେ ବିଜେପି ସରକାର ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଦୀପ।

Advertisment

ବିଜେପିରେ ଯୋଗଦେବା ପରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ସମୟ ପରିବର୍ତ୍ତନର ସମୟ, ସଜାଗର ସମୟ ଏବଂ ସୁଦୃଢ଼ ଓଡ଼ିଶା, ସୁଦୃଢ଼ ଭାରତ ଗଠନର ସମୟ। ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଛି। ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାର ହଟାଇବା। ଏକଛତ୍ରବାଦୀ ସରକାର ହଟାଇ, ଲୋକତନ୍ତ୍ର ସରକାର ଆଣିବା। ନବୀନଙ୍କୁ ହଟାଇବା, ଓଡ଼ିଆଙ୍କୁ ଗୁରୁତ୍ୱ ଦେବା। ବିଜେପିକୁ ଥରଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ।

ପ୍ରଦୀପଙ୍କ ଶଙ୍ଖରୁ ପଦ୍ମ ପର୍ଯ୍ୟନ୍ତ ଯାତ୍ରା

  • ମୁଖ୍ୟମନ୍ତ୍ରୀଙ୍କୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚିଠି ଲେଖିବା ପରେ ବିବାଦ ସାମ୍ନାକୁ ଆସିଥିଲା।
  • ଜନବିରୋଧୀ କାର୍ଯ୍ୟକଳାପ କହି ୨୦୨୦ ନଭେମ୍ବର ୨୯ରେ ପ୍ରଦୀପଙ୍କୁ ବହିଷ୍କୃତ କରିଥିଲା ବିଜେଡି।
  • ୨୦୨୦ ଡିସେମ୍ବର ୩ ତାରିଖରେ କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଦୀପ।
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା।
  • ୨୦୨୦ ମସିହା ଡିସେମ୍ବର ୯ ତାରିଖରେ ଲୋକାୟୁକ୍ତ ନିକଟରେ ହୋଇଥିଲା ଅଭିଯୋଗ।
  • ୨୦୨୦ ଡିସେମ୍ବର ୧୧ ତାରିଖରେ ଭିଜିଲାନ୍ସକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ।
  • ୨୦୨୧ ମେ ୨୮ ତାରିଖରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିଥିଲା ଭିିଜିଲାନ୍ସ।
  • ୨୦୨୧ ଅକ୍ଟୋବର ୧୭ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା।
  • ୨୦୨୧ ଜୁନରେ ଜାମିନରେ ଆସିଥିଲେ ପ୍ରଦୀପ ପାଣିଗ୍ରାହୀ।
  • ୨୦୨୪ ଫେବୃୟାରୀ ୨୧ରେ ବିଜେପିରେ ମିଶିଲେ।
Advertisment
BJP Pradeep Panigrahi Gopalpur MLA Pradeep Panigrahi Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ