Girlfriend Somalika files objection against MLA Bijay Shankar marriage registration application
ବିବାହ ପାଇଁ ବିଧାୟକ ବିଜୟ ଶଙ୍କର ଦାସଙ୍କ ଆବେଦନ ପ୍ରସଙ୍ଗରେ କଟକ ସବ୍ ରେଜିଷ୍ଟ୍ରୀ ଅଫିସରେ ପ୍ରେମିକା ସୋମାଲିକା ଆଜି ପହଞ୍ଚିଥିଲେ। ସୋମାଲିକାଙ୍କ ପରିବର୍ତ୍ତେ ଅନ୍ୟ ଯୁବତୀଙ୍କୁ ବିବାହ ପାଇଁ ବିଜୟଶଙ୍କ ଆବେଦନ ପରେ ସୋମାଲିକା ଏପରି କରିଛନ୍ତି। ତେବେ ସବ୍ରେଜିଷ୍ଟ୍ରୀ ଅଫିସ୍ରେ ଅଭିଯୋଗ ପରେ ସୋମାଲିକା ନିଜର ପ୍ରତିକ୍ରିୟା ରଖିଛନ୍ତି।
ବିଜୟଙ୍କ ବୟସକୁ ନେଇ ସୋମାଲିକା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ‘ବିଜୟଶଙ୍କର କ’ଣ ବୟସ ବଢୁନି ? ଗତବର୍ଷ ମୋ ସହ ବିବାହ ଆବେଦନ ବେଳେ ବୟସ ୩୦ ଥିଲା। ଏବେ ଦେଢ଼ ବର୍ଷ ପରେ ବୟସ ପୁଣି ସେହି ୩୦ ଲେଖିଛନ୍ତି। ତାଙ୍କ ବୟସ କଣ ବଢୁନି କି ବୋଲି’ ସୋମାଲିକା ପ୍ରଶ୍ନ କରିଛନ୍ତି।
ସୋମାଲିକା ଆହୁରି କହିଛନ୍ତି ଯେ, ‘ବିଜୟ ଶଙ୍କର ଦଣ୍ଡିତ ନହେବା ଯାଏ ଚୁପ୍ ବସିବିନି। ବିଜୟ ଶଙ୍କରଙ୍କ ନାଁରେ ମୋ ପାଖରେ ସବୁ ପ୍ରକାର ପ୍ରମାଣ ଅଛି। କେହି ଧମକାଇଲେ କି ଡରାଇଲେ ମୁଁ ଡରିବି ନାହିଁ। ବିବାହ ପ୍ରତିଶ୍ରୁତି ଦେଲେ, ଉଭୟ ପରିବାର ଏନେଇ କଥାହେଲେ। ବାହାଘର ପାଇଁ ଆମ ପରିବାର ପୂରା ପ୍ରସ୍ତୁତ ହୋଇ ସବୁ ଜିନିଷ କିଣିଲେ। ଏବେ ଆଉ ଜଣେ ମହିଳାଙ୍କୁ ବିବାହ କରିବାକୁ ଆପ୍ଲାଏ କଲେଣି’।
‘ସେ(ବିଜୟ ଶଙ୍କର) ସେକ୍ସ ରାକେଟ୍ ସହ ସଂପୃକ୍ତ। ତାଙ୍କର ପ୍ରତିବର୍ଷ ନୂଆ ଝିଅ ଦରକାର’ ବୋଲି ସୋମାଲିକା କହିଛନ୍ତି। ବିଜୟଙ୍କ ବିବାହ ଆବେଦନ ଉପରେ ଲିଖିତ ଅଭିଯୋଗ କରିଥିବା ସୋମାଲିକା କହିଛନ୍ତି। ପୋଲିସ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବା, ମୋତେ ନ୍ୟାୟ ଦରକାର । ଲୁଚିଛପି ଏଭଳି ବିଜୟ କରିଛନ୍ତି’ ବୋଲି ସୋମାଲିକା କହିଛନ୍ତି। ଏପରିକି ପୋଲିସ୍ ହାରାସ୍ କରୁଥିବା କଥା ମଧ୍ୟ ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1696666676.jpg)