Advertisment

ଟାଣୁଆ ନେତାଙ୍କ ଭାଗ୍ୟ ପରୀକ୍ଷା; ଜାଣନ୍ତୁ କିଏ କେଉଁଠି ଦେଲେ ଭୋଟ୍...

କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧିନଗର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଅହମ୍ମଦାବାଦର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ମଧ୍ୟପ୍ରଦେଶ ବିଦିଶାରୁ ବିଜେପି ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଅଦ୍ୟତନ ହୋଇଛି
Lok Sabha Election 2024 Phase 3 Voting

voting

Advertisment

ଭୋଟ୍‌ ଦେଉଛି ଭାରତ । ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଭୋଟ ଗ୍ରହଣ ଚାଲିଛି । ମତାଧିକାର ମାଧ୍ୟମରେ ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧୭ କୋଟିରୁ ଅଧିକ ଭୋଟର୍ । ଏଥିପାଇଁ ୧ଲକ୍ଷ ୮୫ ହଜାର ବୁଥ୍ ହୋଇଛି ।

Advertisment

ବିଭିନ୍ନ ଦଳର ବହୁ ଟାଣୁଆ ନେତାଙ୍କର ଚାଲିଛି ଭାଗ୍ୟ ପରୀକ୍ଷା । ଗଣତନ୍ତ୍ରର ମହାନ ପର୍ବରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଖୋଦ୍ ପ୍ରାର୍ଥୀ । ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଆଜି ସକାଳୁ ସକାଳୁ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । କିଛି ଦୂରରୁ ବୁଥକୁ ଚାଲି ଚାଲି ଆସିଥିଲେ । ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଭୋଟରଙ୍କ ପାଇଁ ପ୍ରେରଣା, ଦୁଇ ହାତ ନାହିଁ ତଥାପି ଦେଲେ ଭୋଟ ! ଦେଖନ୍ତୁ ଭିଡିଓ...

Advertisment

ସେହିପରି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧିନଗର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଅହମ୍ମଦାବାଦର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ମଧ୍ୟପ୍ରଦେଶ ବିଦିଶାରୁ ବିଜେପି ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। କର୍ଣ୍ଣାଟକର ଧରାୱାଡରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲ୍ଲାଦ ଜୋଶୀ ହୁବୁଲିର ଏକ ମତଦାନ କେନ୍ଦ୍ରକୁ ନିଜ ପରିବାର ସହ ଯାଇ ଭୋଟ ଦେଇଛନ୍ତି। ବାରାମତିରେ ଏକ ପୋଲିଂ ବୁଥରେ ମତଦାନ କରିଛନ୍ତି ଏନସିପି ପ୍ରାର୍ଥୀ ସୁପ୍ରିୟା ସୁଲେ । ବାରାମତିରୁ ସୁପ୍ରିୟା ଲଢୁଥିବାବେଳେ ତାଙ୍କ ବିରୁଦ୍ଧରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାର ମୈଦାନକୁ ଓହ୍ଲାଇଛନ୍ତି।

କର୍ଣ୍ଣାଟକର କାଲବୁର୍ଗିରେ ଏକ ମତଦାନ କେନ୍ଦ୍ରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଭୋଟ ଦେଇଛନ୍ତି। ତେବେ ଆଜି ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ, ଏହା ପୂର୍ବରୁ ମକ୍ ପୋଲିଂ ହୋଇଥିଲା । ଆଜି ତୃତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଗୋଆ ଏବଂ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉ ପାଇଁ ଭୋଟ ଗ୍ରହଣ ଚାଲିଛି । ତୃତୀୟ ପର୍ଯ୍ୟାୟରେ ଗୁଜରାଟର ୨୬ରୁ ୨୫ ଲୋକସଭା ଆସନରେ ନିଆଯାଉଛି ଭୋଟ । ସୁରତ ସିଟରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବାରୁ ବିଜେପିର ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

Advertisment

ସେହିପରି କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୮, ଛତିଶଗଡ଼ ୭, ବିହାର ୫ ଏବଂ ଆସାମ ଓ ପଶ୍ଚିମବଙ୍ଗର ୪ଟି ଲେଖାଏଁ ସିଟରେ ଭୋଟିଂ ହେଉଛି । ଗୋଆର ୨ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉର ୨ଟି ସିଟରେ ହେଉଛି ମତଦାନ । ଏହି ପର୍ଯ୍ୟାୟରେ ହେବାକୁ ଥିବା ଜାମ୍ମୁ ଓ କାଶ୍ମୀରର ଗୋଟିଏ ଆସନ ପାଇଁ ମତଦାନ ପରବର୍ତ୍ତୀ ପର୍ଯ୍ୟାୟକୁ ଘୁଞ୍ଚାଇ ଦିଆଯାଇଛି ।

Amit Shah PM Narendra Modi General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ