Advertisment

ନିର୍ବାଚନ ଲଢିବେନି ଗୌତମ ଗମ୍ଭୀର... ସକ୍ରିୟ ରାଜନୀତିରୁ ନେବେ ସନ୍ନ୍ୟାସ !

ଗମ୍ଭୀର ମାର୍ଚ୍ଚ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନରେ ୬,୧୫,୧୦୧ ଭୋଟ ବ୍ୟବଧାନରେ ପୂର୍ବ ଦିଲ୍ଲୀ ଆସନରେ ବିଜୟୀ ହୋଇଥିଲେ।

ଅଦ୍ୟତନ ହୋଇଛି
Gautam Gambhir Quit Politics

Gautam Gambhir Quit Politics

Advertisment

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବେ ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀର ବର୍ତ୍ତମାନର ବିଜେପି ସାଂସଦ ଗୌତମ ଗମ୍ଭୀର। ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ ସେ ଆଉ ରାଜନୀତି କରିବେନି ବୋଲି କହିଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

Advertisment

ବିଜେପି ଲୋକସଭା ନିର୍ବାଚନ ନେଇ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବା ପୂର୍ବରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ଗମ୍ଭୀର। ଏନେଇ ସେ ଲେଖିଛନ୍ତି, , "ସକ୍ରିୟ ରାଜନୀତିରୁ ମୁକ୍ତ କରିବା ପାଇଁ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛି। ମୁଁ ରାଜନୀତିରୁ ଦୂରେଇ ରହିଲେ କ୍ରିକେଟ୍ ଉପରେ ଧ୍ୟାନ ଦେଇ ପାରିବି। ମୋତେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ହୃଦୟରୁ ଧନ୍ୟବାଦ।"

Advertisment

ଗମ୍ଭୀର, ମାର୍ଚ୍ଚ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନରେ ୬,୧୫,୧୦୧ ଭୋଟ ବ୍ୟବଧାନରେ ପୂର୍ବ ଦିଲ୍ଲୀ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥିଲେ।

ସେ ଟି-୨୦ ୱାର୍ଲ୍ଡକପ୍ ୨୦୦୭ ଓ ୱାନଡେ ୱାର୍ଲ୍ଡକପ୍ ୨୦୧୧ରେ ଭାରତୀୟ ଟିମର ସଦସ୍ୟ ଥିଲେ। ଏହି ଦୁଇଟି ୱାର୍ଲ୍ଡକପ ଫାଇନାଲରେ ସେ ଭାରତୀୟ ଟିମକୁ ଜିତାଇବା ପାଇଁ ଖେଳିଥିଲେ। ଟି-୨୦ ୱାର୍ଲ୍ଡକପ୍ ଫାଇନାଲରେ ଗମ୍ଭୀର ୫୪ବଲରେ ୭୫ରନ୍ କରିଥିଲେ। ସେହିପରି ୱାନଡେ ୱାର୍ଲ୍ଡକପରେ ୯୧ରନ୍ କରିଥିଲେ। ଗମ୍ଭୀର ଆଇପିଏଲରେ କେକେଆରର ମେଣ୍ଟର ଅଛନ୍ତି। ପୂର୍ବରୁ ସେ ଏଲଏସଜିର ମେଣ୍ଟର ବି ଥିଲେ।

Advertisment

ଏଥର IPL ୨୦୨୪ ରେ ଗମ୍ଭୀର କେକେଆର୍‌ ସହ ଦେଖିବାକୁ ମିଳିବେ। କେକେଆର୍‌ ମେଣ୍ଟର ଭାବେ ସେ କାର୍ଯ୍ୟ କରିବେ। ଗମ୍ଭୀରଙ୍କ ନେତୃତ୍ୱରେ କେକେଆର ଦୁଇ ଥର ଆଇପିଏଲ ଟ୍ରଫି ଜିତିଥିଲା। ଏବେ ଗମ୍ଭୀର ପୁଣି କେକେଆରକୁ ଫେରିଛନ୍ତି। ଗମ୍ଭୀର କେକେଆରରେ ସାମିଲ ହୋଇଥିବା କଥା ଦଳର ସିଇଓ ଭେଙ୍କୀ ମହୀଶୂର ସୂଚନା ଦେଇଥିଲେ। କେକେଆରର କୋ ଓନର ଶାହରୁଖ ଖାନ ମଧ୍ୟ ଗମ୍ଭୀରଙ୍କୁ ସ୍ୱାଗତ କରିଛନ୍ତି। ଦଳ ପାଖକୁ କ୍ୟାପ୍ଟେନ ଫେରିଥିବା ଶାହରୁଖ କହିଛନ୍ତି।

Narendra Modi Politics Gautam Gambhir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ