Advertisment

ବଢୁଛି ତୈଳ ଦର: ଟ୍ରଲି, ସାଇକେଲ୍, ଶଗଡ଼ରେ ବସି ପ୍ରତିବାଦ କଲେ ବିଜେଡ଼ି ନେତା

ଦରବୃଦ୍ଧି ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି। ଟ୍ରଲି, ସାଇକେଲ୍, ଶଗଡ଼ରେ ବସି ପ୍ରତିବାଦ ଜଣାଇଛନ୍ତି ବିଜେଡି ନେତା ଓ ବିଧାୟକ। ବିକ୍ଷୋଭ ଶୋଭାଯାତ୍ରା କରିବା ସହ ରାଜଭବନ ନିକଟରେ ଆନ୍ଦୋଳନ କରିଛନ୍ତି

BJD

BJD

Advertisment

ଭୁବନେଶ୍ୱର: ଦରବୃଦ୍ଧି ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି। ଟ୍ରଲି, ସାଇକେଲ୍, ଶଗଡ଼ରେ ବସି ପ୍ରତିବାଦ ଜଣାଇଛନ୍ତି ବିଜେଡି ନେତା ଓ ବିଧାୟକ। ବିକ୍ଷୋଭ ଶୋଭାଯାତ୍ରା କରିବା ସହ ରାଜଭବନ ନିକଟରେ ଆନ୍ଦୋଳନ କରିଛନ୍ତି। ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି କାଠ ଚୁଲି ଧରି ବସିଥିଲେ ବିଜେଡି ମହିଳା ନେତ୍ରୀ । ଏହାପରେ ରାଜ୍ୟପାଳଙ୍କୁ ଭେଟି ଏନେଇ ସ୍ମାରକ ପତ୍ର ଦେଇଛି ଦଳ। ବଢ଼ୁଥିବା ତୈଳ ଓ ରନ୍ଧନ ଗ୍ୟାସ ଦର ଖାଉଟିକୁ ବାନ୍ଧୁଥିବା ବେଳେ ଏହାର ପ୍ରଭାବ ସମସ୍ତ ଲୋକଙ୍କ ଉପରେ ପଡ଼ୁଛି ।

Advertisment

ତେଣୁ ଆଗାମୀ ଦିନରେ ସାରା ରାଜ୍ୟରେ ଏନେଇ ବିକ୍ଷୋଭ କରିବାକୁ ବିଜେଡି ଯୋଜନା ରଖିଛି । ସେପଟେ ସରକାରୀ ଦଳର ଏପରି ବିକ୍ଷୋଭ ସମାବେଶକୁ ସମାଲୋଚନା କରିଛନ୍ତି ବିରୋଧୀ। ବିଜେଡି ଓ କଂଗ୍ରେସ ଏହାକୁ ଡାଇଭର୍ଟ ପଲିଟିକ୍ସ ବୋଲି କହିଛନ୍ତି । ସାରା ରାଜ୍ୟରେ ମମିତା ମେହରକୁ ନେଇ ନିଆଁ ଲାଗିଥିବା ବେଳେ ଏଥିରୁ ନଜର ହଟାଇବାକୁ ବିଜେଡି ଏପରି କରିଥିବା ବିଜେପି କହିଛି । ସେପଟେ ଏତେ ଦିନ ଧରି ବିଜେଡି କଣ କରୁଥିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ?

Advertisment
BJD Oil Price Hike BJD Workers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ