Advertisment

ବିଜେପିରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁ

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ମଧ୍ୟ ସୋସିଆଲ ମିଡ଼ିଆ Xରେ ଏକ ଫଟୋ ପୋଷ୍ଟ କରି ତରନଜିତ ସିଂହ ସାନ୍ଧୁଙ୍କୁ ସ୍ୱାଗତ କରିଛନ୍ତି।

Taranjit Singh

Taranjit Singh

Advertisment

ଭାରତର ପୂର୍ବତନ ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁ ବିଜେପିରେ ଯୋଗ ଦେଇଛନ୍ତି। ସେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୦ ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କାମ କରୁଛନ୍ତି ତରନଜିତ ସିଂ ସାନ୍ଧୁ। 

Advertisment

ଶ୍ରୀଲଙ୍କା ଓ ଆମେରିକା ସହ ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ସେ କାମ କରିଛନ୍ତି ବୋଲି କହିଛନ୍ତି। ମୋଦିଙ୍କ ଲକ୍ଷ୍ୟ କେବଳ ବିକାଶ। ଏହି ବିକାଶ ଅମ୍ରିତସରରେ ମଧ୍ୟ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ତରନଜିତ ସିଂହ ସିନ୍ଧୁ। ବିଜେପିରେ ମିଶି ଜନସେବାକୁ ସେ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି। ଏହି ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅପରପକ୍ଷେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ମଧ୍ୟ ସୋସିଆଲ ମିଡ଼ିଆ Xରେ ଏକ ଫଟୋ ପୋଷ୍ଟ କରି ତରନଜିତ ସିଂହ ସାନ୍ଧୁଙ୍କୁ ସ୍ୱାଗତ କରିଛନ୍ତି।

ସେହିପରି ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ୍ ମଧ୍ୟ ଆଜି ବିଜେପିରେ ଯୋଗଦେଇଛନ୍ତି । ଜେଏମଏମର ସମସ୍ତ ପଦରୁ ଇସ୍ତଫା ଦେବା ସହ ଆଜି ବିଧିବଦ୍ଧ ଭାବେ ସୀତା ସୋରେନ୍ ଯୋଗଦେଇଛନ୍ତି। ଉଭୟ ସୀତା ସୋରେନ୍ ଏବଂ ତରନଜିତ ସିଂ ସାନ୍ଧୁଙ୍କୁ ସ୍ୱାଗତ କରିଛନ୍ତି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା।

Advertisment
BJP JP Nadda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ