Maheswar Mohanty Last Rites
ଶେଷ ଯାତ୍ରାରେ ମହେଶ୍ୱର ମହାନ୍ତି । ପୁରୀ ସ୍ୱର୍ଗଦ୍ୱାରରେ ମହେଶ୍ୱରଙ୍କ ଶେଷକୃତ୍ୟ ସମ୍ପର୍ନ୍ନ ହୋଇଛି । ଲୁହ ଭିଜା ଆଖିରେ ବିଦାୟ ଜଣାଇଛନ୍ତି ସମସ୍ତେ । ମହେଶ୍ୱରଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପର୍ନ୍ନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ । ଭୋର ୩ଟା ୨୫ରେ ଶେଷ ନିଶ୍ବାସ ତ୍ୟାଗ ସୂଚନା । ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ମହେଶ୍ୱର ମହାନ୍ତି ।
ମହେଶ୍ୱରଙ୍କ ବିୟୋଗରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସମସ୍ତେ । ପୋଷା କୁକୁରଠୁ ଆରମ୍ଭ କରି ଡ୍ରାଇଭର ଯାଏଁ । ମହେଶ୍ୱରଙ୍କୁ ଏବେ ଝୁରୁଛି ତାଙ୍କ ପ୍ରିୟର କୁକୁର । ଘର ସାରା ଏଣେ ତେଣେ ବୁଲୁଛି । ସତେ ଯେମିତି ସେ ନିଜ ଦୁଃଖ ପ୍ରକାଶ କରୁଛି କିନ୍ତୁ କଥା କହି ପାରୁନଥିବାରୁ ସେ ବି ହତବାକ୍ ହୋଇପଡ଼ିଛି । ସେହିପରି ମହେଶ୍ୱରଙ୍କ ଡ୍ରାଇଭର୍ ବି ତାଙ୍କୁ ଝୁରୁଛନ୍ତି । ସବୁ ଦିନେ ପାଖରେ ପାଖରେ ରହୁଥିଲେ ହେଲେ ନା ଆଜି ସେ ଅଛନ୍ତି ନା ଆଉ ସେଭଳି ମାହୋଲ୍ ।
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି କାର୍ଯ୍ୟାଳୟରେ ମହେଶ୍ୱର ମହାନ୍ତିଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସେହିପରି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସୋସିଆଲ ମିଡିଆରେ ବୈଜୟନ୍ତ ଟ୍ୱିଟ୍କରି ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699360450.jpg)