ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ।ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି ।

Sanjeeb Sahoo

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ।ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି । ବିଜେଡିରୁ ମୋଟ ୪ ଥର ବିଧାୟକ ଭାବେ ଜିତିଥିଲେ ସଂଜୀବ । ସେ ବୀରମହାରାଜପୁରରୁ ୨ ଥର ଓ ଆଠମଲ୍ଲିକରୁ ୨ ଥର ଜିତିଥିଲେ । ଗତ ନିର୍ବାଚନରେ ସଂଜୀବଙ୍କୁ ଟିକେଟ ଦେଇନଥିଲା ବିଜେଡି । ବିଭିନ୍ନ ବିଭାଗରେ ମନ୍ତ୍ରୀ ଦାୟିତ୍ୱରେ ମଧ୍ୟ ରହିସାରିଛନ୍ତି ସଂଜୀବ ।

ସେ ୨୦୦୩ରେ ବୀରମହାରାଜପୁର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଜିତିଥିଲେ । ତା’ପରେ ୨୦୦୪ ସାଧାରଣ ନିର୍ବାଚନରେ ସେ ପୁଣି ସେହି ଆସନରୁ ବିଜେଡି ଟିକେଟ୍‌ରେ ବିଜୟୀ ହୋଇ ବିଧାନସଭାକୁ ଆସିଥିଲେ । ତେବେ ୨୦୦୯ରେ ତାଙ୍କ ଆସନ ବଦଳି ଯାଇଥିଲା । ତାଙ୍କୁ ବିଜେଡି ଆଠମଲ୍ଲିକରୁ ପ୍ରାର୍ଥୀ କରିଥିଲା । ସେ ୨୦୦୯ ଓ ୨୦୧୪ରେ ଆଠମଲ୍ଲିକ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

୨୦୦୯ରୁ ବିଜେଡି ପଦ୍ମନାଭ ବେହେରାଙ୍କୁ ବୀରମହାରାଜପୁର ଆସନରୁ ପ୍ରାର୍ଥୀ କରି ଆସୁଛି । ସେ ଲଗାତାର ୩ ଥର ସେହି ଆସନରୁ ବିଜୟୀ ହେଲେଣି । ସେହିପରି ଆଠମଲ୍ଲିକ ଆସନରେ ଗତ ନିର୍ବାଚନରେ ବିଜେଡି ସଞ୍ଜୀବଙ୍କୁ ଟିକେଟ୍ ନଦେଇ ରମେଶ ଚନ୍ଦ୍ର ସାଇଙ୍କୁ ପ୍ରାର୍ଥୀ କରିଥିଲେ । ରମେଶ ଚନ୍ଦ୍ର ସାଇ ସେହି ଆସନରୁ ବିଜୟୀ ହୋଇଛନ୍ତି ।