Advertisment

କମଲ ହେବେ କଂଗ୍ରେସର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ?

ସେପଟେ, ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦକୁ ଦୂର କରି ଦଳ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ରଖିବାକୁ ନିଷ୍ପତ୍ତି ନେଇଛି ଦଳ। ପ୍ରଭାରୀ ହରିସ୍ ରାଓ୍ୱତ ଦେଇଥିବା ସୂଚନା ଅନୁସାରେ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହେବେ।

ଅଦ୍ୟତନ ହୋଇଛି
କମଲ ହେବେ କଂଗ୍ରେସର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ?

Kamal Nath

Advertisment

ନୂଆଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ କି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ? ଜାତୀୟ ରାଜନୀତିରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଏବଂ କିଛି ଜାତୀୟ ଗଣମଧ୍ୟମରେ କମଲନାଥ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଚର୍ଚ୍ଚା ମଧ୍ୟରେ ଆଜି ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି କମଲନାଥ।

Advertisment

ସେପଟେ, ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦକୁ ଦୂର କରି ଦଳ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ରଖିବାକୁ ନିଷ୍ପତ୍ତି ନେଇଛି ଦଳ। ପ୍ରଭାରୀ ହରିସ୍ ରାଓ୍ୱତ ଦେଇଥିବା ସୂଚନା ଅନୁସାରେ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହେବେ। ଏଭଳି ହେଲେ ସିଦ୍ଧୁଙ୍କ ପାଇଁ ହେଉଥିବା ବିବାଦର ସମାଧାନ ହୋଇପାରିବ ବୋଲି ଦଳ ଏହି ନିଷ୍ପତ୍ତି ନେଇଥିବା ପ୍ରଭାରୀ ହରିସ୍ ରାଓ୍ୱତ କହିଛନ୍ତି। ତେବେ କଂଗ୍ରେସ ରେ ଦୀର୍ଘ ଦିନ ହେବ ଦଳ ମଧ୍ୟରେ ଅନେକ ଥର ନେତାମାନେ ଅସନ୍ତୋଷ ଜାହିର କରିଛନ୍ତି।

Advertisment

ତେଣୁ କେମିତି ଓ କିପରି ଭାବରେ ଦଳରେ ନେତାମାନଙ୍କୁ ଥଇଥାନ କରାଯିବ ଏବଂ ଆଗାମୀ ଦିନରେ ଆସୁଥିବା ନିର୍ବାଚନରେ ବିଜୟ ହେବ ସେନେଇ ଦଳୀୟ ନେତା ଅଙ୍କକଷୁଥିବା ନେଇ ଚର୍ଚ୍ଚା ହେଉଛି। ସେପଟେ, ଯୁପିରେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେଣୁ ଦେଶର ସବୁଠୁ ବଡ଼ ରାଜ୍ୟରେ ଦଳ କେମିତି ସତ୍ତା ବଜାୟ ରଖିବ ସେନେଇ ବି ଖୁବ୍‌ଶୀଘ୍ର ଦିଲ୍ଲୀରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏପଟେ, ଆଜି ନରେଦ୍ର ମୋଦି ବାରାଣାସୀ ଗସ୍ତରେ ଯାଇଥିଲେ। ୧୫ ଶହ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍‌ର ମଧ୍ୟ ଘୋଷଣା କରିଛନ୍ତି। ତେବେ ଗୋଟିଏ ପଟେ ବିଜେପି ଏବେଠାରୁ ସାଧାରଣ ନିର୍ବାଚନ ଲାଗି ଏବେଠାରୁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ କଂଗ୍ରେସ ଦଳୀୟ କନ୍ଦଳର ସମାଧାନ କରି କେବେ କରିବ ତାହାକୁ ନେଇ ଚର୍ଚ୍ଚା ଚାଲିଛି।

India Congress Politics INC Kamal Nath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ