ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ଜୟନାରାୟଣ ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ଗତ ୨୮ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

Jaynarayan Mohanty

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଏମସରେ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେଲା ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ଥିଲେ ଜୟନାରାୟଣ । ସେ ଜଳେଶ୍ୱରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ଥିଲେ ।

ଜୟନାରାୟଣ ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ଗତ ୨୮ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ସେ ଜଳେଶ୍ୱରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ଥିଲେ। ସେ ଜଣେ କଂଗ୍ରେସର ଟାଣୁ ନେତା ଥିଲେ । ପରବର୍ତ୍ତୀ ସମୟରେ ୨୦୧୯ରେ ସେ ବିଜେପିରେ ସାମିଲ ହୋଇଥିଲେ । ଜଳେଶ୍ୱର ନିର୍ବାଚନ ମଣ୍ଡଳୀରୁ ସେ ବିଜେପରୁ ପ୍ରାର୍ଥୀ ହୋଇଥିଲେ । ୧୯୪୮ ମସିହାରେ ଜୟନାରାୟଣ ମହାନ୍ତି ଜନ୍ମଗ୍ରହଣ କରିଥିଲେ ।