liquor scam
ଆନ୍ଧ୍ର ପ୍ରଦେଶରେ ଅଭିଯୋଗ ହୋଇଥିବା ୩୫୦୦ କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ନାଁ ସ୍ଥାନ ପାଇଛି । ୩୦୫ ପୃଷ୍ଠା ବିଶିଷ୍ଟ ଚାର୍ଜଶିଟରେ ତାଙ୍କ ନାଁ ରହିଛି । ଯେଉଁଥିରେ ତାଙ୍କୁ ୨୦୧୯-୨୦୨୪ ମଧ୍ୟରେ ୱାଇଏସଆର କଂଗ୍ରେସ ପାର୍ଟି (ୱାଇଏସଆରସିପି) ଶାସନ ସମୟରେ ପ୍ରତି ମାସରେ ୫୦-୬୦ କୋଟି ଟଙ୍କାର କିକବ୍ୟାକ ଗ୍ରହଣକାରୀ ଭାବେ ଦର୍ଶାଯାଇଛି । ଚାର୍ଜଶିଟରେ ଜଗନଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇ ନାହିଁ ।
ସ୍ଥାନୀୟ ଅଦାଲତ ଏହା ଉପରେ ଏପର୍ଯ୍ୟନ୍ତ ସମ୍ମତି ଦେଇ ନାହାଁନ୍ତି। ଜଣେ ସାକ୍ଷୀ ଜଗନ ମୋହନ ରେଡ୍ଡିଙ୍କ ନାଁ କହିଛନ୍ତି । ଏହି ମଦ ଦୁର୍ନୀତିରେ ୩୫୦୦ କୋଟି ଟଙ୍କା କାରବାର ହୋଇଛି । ଏହା ୨୦୧୯ରୁ ୨୦୨୪ ମଧ୍ୟରେ ୱାଇଏସଆରସିପି ସରକାରଙ୍କ ଶାସନ କାଳରେ ଘଟିଥିବା କୁହାଯାଇଛି ।
ଜଗନଙ୍କ ଆଇଟି ଉପଦେଷ୍ଟା ଥିବା ରାଜଶେଖର ରେଡ୍ଡିଙ୍କୁ ଏହି ଦୁର୍ନୀତିର "ମାଷ୍ଟରମାଇଣ୍ଡ ଏବଂ ସହ-ଷଡ଼ଯନ୍ତ୍ରକାରୀ" ଭାବେ ଦର୍ଶାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ୱାଇଏସଆରସିପି ସାଂସଦ ପି.ଭି. ମିଧୁନ ରେଡ୍ଡି, ପୂର୍ବତନ ସାଂସଦ ଭି. ବିଜୟ ସାଇ ରେଡ୍ଡି, ପୂର୍ବତନ ବିଧାୟକ ଚେଭିରେଡ୍ଡି ଭାସ୍କର ରେଡ୍ଡି, ଏବଂ ଭାରତୀ ସିମେଣ୍ଟସର ନିର୍ଦ୍ଦେଶକ ବାଲାଜୀ ଗୋବିନ୍ଦପ୍ପାଙ୍କ ନାଁ ରହିଛି ।।
ଚାର୍ଜଶିଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ପ୍ରତି ମାସରେ ୫୦-୬୦ କୋଟି ଟଙ୍କାର କିକବ୍ୟାକ ସଂଗ୍ରହ କରାଯାଉଥିଲା । ରାଜଶେଖର ରେଡ୍ଡିଙ୍କ ଦ୍ୱାରା ବିଜୟ ସାଇ ରେଡ୍ଡି, ମିଧୁନ ରେଡ୍ଡି , ଏବଂ ବାଲାଜୀଙ୍କ ମାଧ୍ୟମରେ ଜଗନ ମୋହନ ରେଡ୍ଡିଙ୍କୁ ହସ୍ତାନ୍ତର କରାଯାଉଥିଲା। ଏହି ଅଭିଯୋଗ ଜଣେ ସାକ୍ଷୀଙ୍କ ବୟାନରେ କୁହାଯାଇଛି ।
ରାଜଶେଖର ରେଡ୍ଡି ଅବକାରୀ ନୀତିରେ ହେରଫେର କରିଥିବା ଅଭିଯୋଗ ହୋଇଛି। ସେ ଅଟୋମେଟେଡ ଅର୍ଡର ଫର ସପ୍ଲାଇ (OFS) ସିଷ୍ଟମକୁ ମାନୁଆଲ ପ୍ରୋସେସରେ ବଦଳାଇଥିଲେ ଏବଂ ଆନ୍ଧ୍ର ପ୍ରଦେଶ ଷ୍ଟେଟ ବେଭରେଜେସ କର୍ପୋରେସନ ଲିମିଟେଡ (APSBCL) ରେ ନିଜର ବିଶ୍ୱସ୍ତ ଅଧିକାରୀମାନଙ୍କୁ ନିଯୁକ୍ତ କରିଥିଲେ।
ରାଜଶେଖର ଶେଲ ଡିଷ୍ଟିଲେରୀ ତିଆରି କରି କିକବ୍ୟାକଗୁଡ଼ିକୁ ବାଲାଜୀ ଗୋବିନ୍ଦପ୍ପା ମାଧ୍ୟମରେ ଜଗନଙ୍କୁ ପଠାଉଥିଲେ। ଏହି ଅର୍ଥରୁ ୨୫୦-୩୦୦ କୋଟି ଟଙ୍କା ନଗଦ ରୂପେ ୱାଇଏସଆରସିପିର ନିର୍ବାଚନୀ ପ୍ରଚାର ପାଇଁ ବ୍ୟବହୃତ ହୋଇଥିଲା। ଏହାକୁ ୩୦ରୁ ଅଧିକ ଶେଲ କମ୍ପାନୀ ମାଧ୍ୟମରେ ମନି ଲଣ୍ଡରିଂ କରାଯାଇ ଜମି, ସୁନା, ଏବଂ ଦୁବାଇ ଓ ଆଫ୍ରିକାରେ ବିଳାସପୂର୍ଣ୍ଣ ଘର କିଣାଯାଇଥିଲା।
ଚାର୍ଜଶିଟରେ ଦାବି କରାଯାଇଛି ଯେ ଡିଷ୍ଟିଲେରୀ ମାଲିକମାନଙ୍କୁ OFS ଅନୁମୋଦନ ନ ଦେବାର ଧମକ ଦେଇ କିକବ୍ୟାକ ଆଦାୟ କରାଯାଉଥିଲା । ଏହା ଜୋର ଜବରଦସ୍ତ ଆଦାୟ ଅଭିଯୋଗ ଅଧୀନରେ ଆସୁଛି। କିକବ୍ୟାକର ହାର ପ୍ରାରମ୍ଭରେ ୧୨% ଥିଲା, ଯାହା ପରେ ୨୦% କୁ ବୃଦ୍ଧି କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753022409.jpg)