Tathagata Satpathy
ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ନଦେବାକୁ ନିଷ୍ପତ୍ତି କରିବା ପ୍ରସଙ୍ଗରେ ବିଜୁ ଜନତା ଦଳକୁ ତେରଛା ବାଣ ମାରିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ । ଏହା ପଲିଟିକାଲ ସୁଇସାଇଡ୍ ବୋଲି ସେ କହିଛନ୍ତି । ଯାହା ବି କିଛି ରାଜନୈତିକ ଅସ୍ତିତ୍ବ ବଞ୍ଚିଥିଲା ସେତେକ ବି ଗଲା ବୋଲି ତାଚ୍ଛଲ୍ୟ କରିଛନ୍ତି ତଥାଗତ ।
ଏଥିପାଇଁ ସେ ଏକ ଜାପାନିଜ୍ ଶବ୍ଦ hara kiri-ed ର ବ୍ୟବହାର କରିଛନ୍ତି । ଯାହାର ଅର୍ଥ ନିଜକୁ ନିଜେ ଶେଷ କରିବା, କିମ୍ବା ଅନ୍ୟର ସମ୍ମାନ ପାଇଁ ନିଜକୁ ବଳିଦେବା । ଅର୍ଥାତ ବର୍ତ୍ତମାନର ରାଜନୈତିକ ସ୍ଥିତି ଅନୁସାରେ ଏହାକୁ ପଲଟିକାଲ ସୁଇସାଇଡ୍ ବୋଲି ଉଲ୍ଲେଖ କରିଛନ୍ତି ତଥାଗତ । ଏହାସହ ବିଜେଡି ଲୋଗୋକୁ ଛାଡ଼ି ବାକି ଫଟୋରେ କଳା ବୋଳି ଏକ ଫଟୋକୁ ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757392446.jpg)