Advertisment

ସୁନନ୍ଦାଙ୍କ ବିସ୍ଫୋରକ ବୟାନ; ବିଜେଡି ପରାଜୟର ଗୋଟି ଗୋଟି କାରଣ କହିଲେ

ବିଜେଡିରୁ ଇସ୍ତଫା ପରେ ବର୍ଷିଲେ ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ । ବିଜେଡିରେ ଅଫିସର ଟିକେଟ ବାଣ୍ଟୁଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି । ସିଧା ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କ ନାଁ ନେଇଛନ୍ତି ସୁନନ୍ଦା ।

sunanda das

sunanda das

Advertisment

ବିଜେଡିରୁ ଇସ୍ତଫା ପରେ ବର୍ଷିଲେ ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ । ବିଜେଡିରେ ଅଫିସର ଟିକେଟ ବାଣ୍ଟୁଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି । ସିଧା ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କ ନାଁ ନେଇଛନ୍ତି ସୁନନ୍ଦା । ଟିକେଟ ପାଇଁ ଏହି ୨ ଅଧିକାରୀଙ୍କୁ ଦେଖା କରିବାକୁ କୁହାଯାଇଥିଲା । ସେ ମଧ୍ୟ ସେମାନଙ୍କୁ ଟିକେଟ ପ୍ରସଙ୍ଗରେ ଦେଖା କରିଥିଲେ ବୋଲି କହିଛନ୍ତି ।

Advertisment

ତତକାଳୀନ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଉପରେ ମଧ୍ୟ ସେ ବର୍ଷିଛନ୍ତି । ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବା ଲୋକ ନୁହେଁ ବୋଲି ସେ କହୁଥିଲେ । ତେଣୁ ମୋର ତାଙ୍କ ଉପରେ ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ଥିଲା । ତେବେ ପ୍ରତିଶ୍ରୁତି ଦେଇ ଟିକେଟ କାଟିଦେଇଥିବା ସେ ଅଭିଯୋଗ ଆଣିଛନ୍ତି।

ମୁଁ ହିଁ ଟିକେଟ ଦେବା ଲୋକେ ଓ ମୁଁ ହିଁ ଟିକେଟ କାଟିବା ଲୋକ ବୋଲି ବବି କୁଆଡ଼େ ସୁନନ୍ଦାଙ୍କୁ କହିଥିଲେ । ଟିକେଟ କଟିବା ପରେ ପାଣ୍ଡିଆନ ଡାକିଥିଲେ, ନବୀନ ନିବାସ ଯାଇଥିଲି । ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ବୋଲି ଟିକେଟ କଟିଲା ବୋଲି ସେ କହିଥିଲେ । ତେବେ ମନମୁଖୀ ଶାସନ ଓ ମନଇଛା ଟିକେଟ କାଟିବାରୁ ଦଳ ହାରିଲା ବୋଲି କହିଛନ୍ତି ସୁନନ୍ଦା ।

Advertisment

ନେତାଙ୍କୁ ଅଣଦେଖାରୁ ବିଜେଡି ହାରିବାର କାରଣ କହିଲେ ସୁନନ୍ଦା । ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା। ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ। ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି। ପ୍ରଭୁ ଜଗନ୍ନାଥ ଠିକ୍‌ ବିଚାର କରିଛନ୍ତି, ମୁଁ ମଧ୍ୟ ଦେଖାକରି ଆସିଛି ବୋଲେ ସେ କହିଛନ୍ତି।

ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ। ୫ ମାସ ହେଲା ଦଳରେ ଅଣଦେଖା ହେଉଥିବା ଅଭିଯୋଗ କରି ସେ ଦଳ ଛାଡିଥିଲେ।ସୁନନ୍ଦା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟକ ହୋଇଥିଲେ। ତେବେ ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ବିଜେପି ଛାଡ଼ି ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ ଦେଇଥିଲା ବିଜେଡି। ସେ ବିଜୟୀ ମଧ୍ୟ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ