Advertisment

କେନ୍ଦ୍ର କ୍ୟାବିନେଟ୍‌ ମିଟିଂରେ ବଡ଼ ନିଷ୍ପତ୍ତି, ରାଜ୍ୟମାନଙ୍କୁ କୋଭିଡ୍‌ ପାଇଁ ୨୩,୧୨୩ କୋଟି

ନୂଆ ଟିମ୍ ପରେ କେନ୍ଦ୍ର କ୍ୟାବିନେଟ ମିଟିଂରେ ବଡ଼ ନିଷ୍ପତ୍ତି । ରାଜ୍ୟମାନଙ୍କ ପାଇଁ କୋଭିଡ୍‌ ପାଣ୍ଠି ଅନୁଦାନ ନେଇ ନିଷ୍ପତ୍ତି । ୨୩,୧୨୩ କୋଟିର କୋଭିଡ୍‌ ପାଣ୍ଠି ପାଇଁ ନିଷ୍ପତ୍ତି ।

ଅଦ୍ୟତନ ହୋଇଛି
୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

Prime Minister Narendra Modi

Advertisment

ନୂଆଦିଲ୍ଲୀ: ନୂଆ ଟିମ୍ ପରେ କେନ୍ଦ୍ର କ୍ୟାବିନେଟ ମିଟିଂରେ ବଡ଼ ନିଷ୍ପତ୍ତି । ରାଜ୍ୟମାନଙ୍କ ପାଇଁ କୋଭିଡ୍‌ ପାଣ୍ଠି ଅନୁଦାନ ନେଇ ନିଷ୍ପତ୍ତି । ୨୩,୧୨୩ କୋଟିର କୋଭିଡ୍‌ ପାଣ୍ଠି ପାଇଁ ନିଷ୍ପତ୍ତି । ୨୩ ହଜାର କୋଟିରୁ କେନ୍ଦ୍ର ୧୫ ହଜାର, ରାଜ୍ୟ ୮ ହଜାର କୋଟି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏନେଇ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଚାଷୀଙ୍କ ସହାୟତା ପାଇଁ ୧ ଲକ୍ଷ କୋଟି ଅନୁଦାନକୁ ମଂଜୁରୀ ମିଳିଛି । ମଣ୍ଡି ଭିତ୍ତିଭୂମି ସୁଦୃଢ଼ କରିବାକୁ ଏହି ରାଶି ମଞ୍ଜୁରୀ । ପ୍ରେସମିଟ୍‌ରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସୂଚନା ।

Advertisment

ଆଜି ଦିନ ତମାମ ନିଜ ମନ୍ତ୍ରାଳୟର ଦାୟିତ୍ୱ ନେବା ପରେ କ୍ୟବିନେଟ୍ ବୈଠକ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀଙ୍କ ସହ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି ।  

Advertisment

ପୂରା ଜୋସ୍‌ରେ ମୋଦିଙ୍କ ନୂଆ ଟିମ୍ । ସକାଳ ପ୍ରାୟ ସାଢ଼େ ୯ଟାରେ ରେଳ ଏବଂ ୧୧ଟା ପୂର୍ବରୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟ ଦାୟିତ୍ୱ ଗ୍ରହଣ କରିଥିଲେ ଅଶ୍ୱିନୀ ବୈଷ୍ଣବ । ମୟୂରଭଞ୍ଜରୁ ପ୍ରଥମ ଥର ପାଇଁ ପାର୍ଲାମେଣ୍ଟକୁ ଯାଇଥିବା ଇଂଜିନିୟର ବିଶ୍ୱେଶ୍ୱର ଟୁଡୁ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମନ୍ତ୍ରାଳୟର ବରିଷ୍ଠ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ତାଙ୍କୁ ଫୁଲୋତୋଡ଼ା ଦେଇ ସ୍ୱାଗତ କରିଥିଲେ ।

ସେହିପରି ମୋଦି ସରକାରର ପ୍ରଥମ ପାଳିରୁ ଏଯାଏଁ ପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜ ନୂଆ ବିଭାଗ, ଦକ୍ଷତା ବିକାଶ ଓ ପ୍ରାଦ୍ୟୋଗିକ ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତାଙ୍କୁ ଶିକ୍ଷା ବିଭାଗ ବି ମିଳିଛି । ସେପଟେ ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଥମେ ସମର୍ଥକଙ୍କୁ ଭେଟି ବିଜେପି ମୁଖ୍ୟାଳୟ ଯାଇଥିଲେ । ତା’ପରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, MSME ମନ୍ତ୍ରୀ ନାରାୟଣ ରାଣେ, ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡି, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ପଶୁପତି ପାରସ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ନିଜ ମନ୍ତ୍ରାଳୟର ଦାୟିତ୍ୱ ନେଇଥିଲେ । ସେପଟେ ଚାରା ରୋପଣ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

Advertisment
BJP Cabinet Meeting Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ