Advertisment

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ।

ଅଦ୍ୟତନ ହୋଇଛି
Odisha Health Minister Naba Das Shot At By Cop

Firing To Minister Naba Das

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ଦୁର୍ବୃତ୍ତ ଆଜି ଗୁଳିମାଡ଼ କରିଛନ୍ତି। ତାଙ୍କ ଛାତିରେ ଗୁଳି ବାଜିଥିବା ସୂଚନା ମିଳିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯିବାବେଳେ ନବ ଦାସଙ୍କ ଉପରୁ ଗୁଳିମାଡ଼ ହୋଇଛି।

ସୂଚନାଥାଉ କି, କିଛିଦିନ ପୂର୍ବେ ମନ୍ତ୍ରୀ ନବ ଦାସ ଶନି ମନ୍ଦିରକୁ ସୁବର୍ଣ୍ଣ କଳସ ଦାନ କରି ଚର୍ଚ୍ଚାରେ ଥିଲେ। ଏହି ସୁବର୍ଣ୍ଣ କଳସର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ। ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ୧ କେଜି ୭ ଶହ ଗ୍ରାମର ସୁନା ଓ ୫ କେଜି ରୂପାରେ ନିର୍ମିତ କଳସ ଦାନ କରିଥିଲେ। ନବ ଦାସ ନିଜ ପରିବାର ସହ ଶନି ଶିଙ୍ଗନାପୁର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

Advertisment
Naba Das Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ