Advertisment

‘INDIA’ ମେଣ୍ଟକୁ ପୁଣି ଝଟକା, ଜାମ୍ମୁ କାଶ୍ମୀରରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କଲେ ଫାରୁକ୍‌

ଫାରୁକ୍‌ କହିଛନ୍ତି, ‘ମୁଁ ଭାବୁଛି ଜାମ୍ମୁ କାଶ୍ମୀରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ। ତେବେ ଆଗାମୀ ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ ଏଥିରେ କୌଣସି ଦ୍ୱିମତ ନାହିଁ’।

farooq abdullah

farooq abdullah

Advertisment

ଆଉ କିଛି ଦିନ ପରେ ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ। ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଜୋରସୋରରେ ଆରମ୍ଭ କରିସାରିଲେଣି ପ୍ରସ୍ତୁତି। ତେବେ ଏହାରି ମଧ୍ୟରେ ବିରୋଧୀ ମେଣ୍ଟ ‘INDIA’କୁ ଲାଗିଛି ଆଉ ଏକ ଝଟକା। NDA ମେଣ୍ଟରେ ସାମିଲ ହେବା ପାଇଁ ସଙ୍କେତ ଦେଲେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫେରେନ୍ସ ପାର୍ଟି ମୁଖ୍ୟ ଫାରୁକ୍‌ ଅବଦୁଲ୍ଲା। ମିଡିଆ ସହ ଆଲୋଚନା ସମୟରେ ଫାରୁଖ୍‌ କହିଛନ୍ତି କି ଆଗାମୀ ନିର୍ବାଚନରେ ସେ କୌଣସି ଦଳ ସହ ମେଣ୍ଟ କରିବେ ନାହିଁ। ଜାମ୍ମୁ କାଶ୍ମୀରରେ ନ୍ୟାସନାଲ୍‌ କନଫରେନ୍ସ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି ଫାରୁଖ ଅବଦୁଲ୍ଲା।

Advertisment

ଫାରୁକ୍‌ କହିଛନ୍ତି, ‘ମୁଁ ଭାବୁଛି ଜାମ୍ମୁ କାଶ୍ମୀରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ। ତେବେ ଆଗାମୀ ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ ଏଥିରେ କୌଣସି ଦ୍ୱିମତ ନାହିଁ’। ତେବେ ଇଣ୍ଡିଆ ବ୍ଲକ୍‌ରେ ସିଟ୍‌ ବଣ୍ଟାକୁ କଥାବାର୍ତ୍ତା ଫେଲ୍‌ ହେବା ପରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଫାରୁଖ୍‌।

ତେବେ ଭବିଷ୍ୟତରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ୍‌ ହେବାର ସମ୍ଭାବନାକୁ ମଧ୍ୟ ସେ ଏଡ଼ାଇ ଦେଇ ନାହାନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଫାରୁକ କହିଛନ୍ତି ଯେ ଅଟଳବିହାରୀଙ୍କ ସମୟରେ ନ୍ୟାସ୍‌ନାଲ କନଫରେନ୍ସ ଏନ୍‌ଡିଏରେ ସାମିଲ୍ ଥିଲା। ଫାରୁକଙ୍କର ଏଭଳି ବୟାନ୍‌ରେ ସେ ଏନ୍‌ଡିଏକୁ ଫେରିବାର ସଂକେତ ଜଣାପଡ଼ୁଛି।

Advertisment

ତେବେ ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିଲେ। ତେବେ ଟିଏମ୍‌ସି ପଶ୍ଚିମବଙ୍ଗରେ ପ୍ରଥମେ ଦୁଇଟି ସିଟ୍‌ କଂଗ୍ରେସକୁ ଅଫର୍‌ କରିଥିଲା। କିନ୍ତୁ ପରେ ସମସ୍ତ ୪୨ ସିଟ୍‌ରେ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିଲା TMC। ସେହିପରି ପଞ୍ଜାବରେ ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛି AAP।

India NDA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ