Ex-MLA Pravat Tripathy appears before ED
ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ୯ ଘଣ୍ଟାର ଜେରା ପରେ ଛାଡ଼ିଲା ED(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଗତକାଲି ଇଡିରେ ହାଜର ହୋଇଥିଲେ। ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍ରେ ତାଙ୍କୁ ହାଜର ପାଇଁ ED ପକ୍ଷରୁ ନୋଟିସ୍ ହୋଇଥିଲା।
ଇଡି ଅଫିସରେ ଏକ ୫ ଜଣିଆ ଟିମ୍ ତାଙ୍କୁ ଜେରା କରିଥିଲେ। AT ଗ୍ରୁପ୍ ଲିଙ୍କରେ ତାଙ୍କୁ ଜେରା ହୋଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ୨୦୧୯ରେ ପ୍ରଭାତଙ୍କୁ ସମାନ ଘଟଣାରେ ଜେରା କରିଥିଲା ଇଡି।
ଏଟି ଗ୍ରୁପ୍ ସହ ୪୦ ଲକ୍ଷ ଟଙ୍କା କାରବାର ଘଟଣାରେ ତାଙ୍କଠୁ ତଥ୍ୟ ଓ କାଗଜପତ୍ର ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ତଦନ୍ତକାରୀ ସଂସ୍ଥା ତାଙ୍କୁ ଡାକିଥିଲା ବୋଲି ସେତେବେଳେ ପ୍ରଭାତ ତ୍ରିପାଠୀ କହିିଥିଲେ। ତେବେ ପୁଣି ୩ ବର୍ଷ ବ୍ୟବଧାନ ପରେ ପ୍ରଭାତଙ୍କୁ ପୁଣି ଇଡି ଜେରା କରିଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।
ସୂଚନାଥାଉ କି, ୨୦୧୪ ମସିହା ଅକ୍ଟୋବର ୩୧ରେ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ଲିଙ୍କ୍ ମାମଲାରେ ପ୍ରଭାତ ତ୍ରିପାଠୀ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ଏଟି ଗ୍ରୁପ୍ ଠାରୁ ୪୦ ଲକ୍ଷରୁ ଅଧିକ ଟଙ୍କା ହାତେଇ ଥିବା ଲିଙ୍କ୍ରେ ସିବିଆଇ ତାଙ୍କୁ ଗିରଫ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1654311161.jpg)