Advertisment

ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ, ବିଜେପିରେ ମିଶିବେ ଚମ୍ପାଇ ସୋରେନ୍ !

ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ବନିଥିଲେ ଜେଏମ୍ଏମ୍‌ରର ବରିଷ୍ଠ ନେତା ଚମ୍ପାଇ ସୋରେନ୍ ।

ଅଦ୍ୟତନ ହୋଇଛି
Champai Soren

Champai Soren

Advertisment

ବିଧାନସଭା ନିର୍ବାଚନ ଆଗରୁ ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗିପାରେ ବଡ଼ ଝଟକା । ଜେଏମଏମ୍ ଛାଡ଼ି ବିଜେପିରେ ମିଶିପାରନ୍ତି ବିଦ୍ରୋହ ମୁଡରେ ଥିବା ଚମ୍ପାଇ ସୋରେନ୍ । ଲମ୍ବା ସୋସିଆଲ୍ ମିଡିଆ ପୋଷ୍ଟ ଓ ଦିଲ୍ଲୀ ଗସ୍ତ ପରେ ବଢ଼ିଲା ଚର୍ଚ୍ଚା ।

Advertisment

ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ବନିଥିଲେ ଜେଏମ୍ଏମ୍‌ରର ବରିଷ୍ଠ ନେତା ଚମ୍ପାଇ ସୋରେନ୍ । ତେବେ ହେମନ୍ତ ଜେଲରୁ ମୁକୁଳିବା ପରେ ଜୁଲାଇ ୩ରେ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ । ଏକ ଲମ୍ବା ସୋସିଆଲ ମିଡିଆ ପୋଷ୍ଟରେ ସେ ନିଜର କ୍ଷୋଭ ଉଗାରିବା ସହ ଦଳୀୟ ନେତୃତ୍ବ ଉପରେ ବର୍ଷିଛନ୍ତି । ଲେଖିଛନ୍ତି, ଅଚାନକ ମୋ ସହ କୌଣସି ଆଲୋଚନା ନ କରି ମୋର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଗଲା ଏବଂ ୩ ଜୁଲାଇ ବିଧାୟକ ଦଳର କୌଣସି ଆଜେଣ୍ଡା ନ ଜଣାଇ, ହଠାତ୍ ବୈଠକରେ ମୋତେ ଇସ୍ତଫା ଦେବାକୁ କୁହାଗଲା । ୪ ଦଶନ୍ଧିର ରାଜନୈତିକ ଜୀବନରେ ମୁଁ ପ୍ରଥମ ଥର ଭିତରୁ ଭାଙ୍ଗିପଡ଼ିଲି ବୋଲି ଲେଖିଛନ୍ତି ଚମ୍ପାଇ ।

Advertisment

ଅପମାନଜନକ ବ୍ୟବହାର, ମୁଖ୍ୟମନ୍ତ୍ରୀ ଥାଉ ଥାଉ ଅନ୍ୟ ବ୍ୟକ୍ତିଙ୍କ ଏକତରଫା ନିଷ୍ପତ୍ତି ଓ ଆତ୍ମସମ୍ମାନ ପାଇଁ ମୁଁ ବିକଳ୍ପ ରାସ୍ତା ଖୋଜିବାକୁ ବାଧ୍ୟ ହୋଇଛି । ଏନେଇ ବିଧାୟକ ଦଳ ବୈଠକରେ ଘୋଷଣା କରିଥିବା କହିଛନ୍ତି ଚମ୍ପାଇ। ସେ ଆହୁରି ଲେଖିଛନ୍ତି ଯେ, ତାଙ୍କ ପାଖରେ ଏବେ ୩ଟି ବିକଳ୍ପ ଅଛି । ରାଜନୀତିରୁ ସନ୍ନ୍ୟାସ, ନିଜସ୍ବ ସଂଗଠନ ତିଆରି ଏବଂ ଯଦି କୌଣସି ସାଥି ମିଳନ୍ତି, ତେବେ ତାଙ୍କ ସହ ଆଗକୁ ଯାତ୍ରା ଜାରି ରଖିବା। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଯାଏଁ ତାଙ୍କ ପାଖରେ ଏହି ସମସ୍ତ ବିକଳ୍ପ ଖୋଲା ଅଛି ବୋଲି ଲେଖିଛନ୍ତି ଚମ୍ପାଇ।

ସେପଟେ ଚଂପାଇଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ, ସେ ବିଜେପିରେ ମିଶିପାରନ୍ତି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ସେ କୋଲକାତାରେ ଶୁଭେନ୍ଦୁ ଅଧିକାରୀଙ୍କୁ ଏକ ହୋଟେଲରେ ଭେଟିଥିଲେ ଏବଂ ଦିଲ୍ଲୀରେ ଶିବରାଜ ସିଂ ଚୌହାନଙ୍କ ଯୋଗାଯୋଗରେ ଅଛନ୍ତି । ତାଙ୍କ ସହ ଜେଏମ୍ଏମ୍‌ର ୬ ବିଧାୟକ ମଧ୍ୟ ଦିଲ୍ଲୀ ଯାଇଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ କେହି କିଛି ସ୍ପଷ୍ଟ କରିନଥିବା ବେଳେ, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚମ୍ପାଇ କହିଛନ୍ତି ଯେ, ସେ ବ୍ୟକ୍ତିଗତ କାମରେ ଦିଲ୍ଲୀ ଆସିଥିଲେ ।

Advertisment

BJP Hemant Soren JMM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ