Advertisment

ପଞ୍ଚାୟତ ଭୋଟ୍ ପୂର୍ବରୁ ପଛୁଆବର୍ଗ କାର୍ଡ ଖେଳିଲା ବିଜେଡି

ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିର ଏଭଳି ଘୋଷଣା ତୁଚ୍ଛା ଭେଳିକି ବୋଲି କହିଛନ୍ତି ବିରୋଧୀ। ରାଜ୍ୟ ବିଜେପି ଓବିସି ସେଲ୍ ମୁଖ୍ୟ କହିଛନ୍ତି, ଏହା ପଛୁଆବର୍ଗଙ୍କୁ ନୁହେଁ ବରଂ ବିଜେଡି ନେତାଙ୍କୁ ଥଇଥାନ ପାଇଁ ଯୋଜନା। ରାଜ୍ୟର ପ୍ରକୃତ ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବିଜେଡି ସରକାର ବଞ୍ଚିତ କରିଆସିଛି।

ଅଦ୍ୟତନ ହୋଇଛି
ପଞ୍ଚାୟତ ଭୋଟ୍ ପୂର୍ବରୁ ପଛୁଆବର୍ଗ କାର୍ଡ ଖେଳିଲା ବିଜେଡି

Odisha politics

Advertisment

ଭୁବନେଶ୍ୱର: ପଞ୍ଚାୟତ ଭୋଟ୍ ପୂର୍ବରୁ ପଛୁଆବର୍ଗ କାର୍ଡ ଖେଳିଲା ବିଜେଡି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଦେବ ୨୭ ପ୍ରତିଶତ ଏସ୍ଇବିସି ପ୍ରାର୍ଥୀ ଏନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିବା, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ। ତେବେ କେବଳ ପଞ୍ଚାୟତ ନୁହେଁ, ପରବର୍ତ୍ତୀ ଅନ୍ୟ ନିର୍ବାଚନ ଗୁଡ଼ିକରେ ବି ବିଜୁ ଜନତା ଦଳ ୨୭ ପ୍ରତିଶତ ପଛୁଆବର୍ଗ ଲୋକଙ୍କୁ ଦଳୀୟ ଟିକଟ୍ ଦେବାକୁ ସ୍ଥିର କରିଥିବା ଘୋଷଣା କରିଛନ୍ତି ଦୁଇ ମନ୍ତ୍ରୀ। ପଛୁଆବର୍ଗଙ୍କୁ ସଂରକ୍ଷଣ ନେଇ କୋର୍ଟ କଟକଣା ଓ କେନ୍ଦ୍ରୀୟ ଆଇନ ନଥିବାରୁ ବିଜେଡି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ନେଇଛି। ଯାହାକି ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କହିଥିବାବେଳେ ବିଜେପି ଓ ଅନ୍ୟ ଦଳମାନେ ଏଥିରୁ କିଛି ଶିକ୍ଷାଲାଭ କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ।

Advertisment

ସେପଟେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିର ଏଭଳି ଘୋଷଣା ତୁଚ୍ଛା ଭେଳିକି ବୋଲି କହିଛନ୍ତି ବିରୋଧୀ। ରାଜ୍ୟ ବିଜେପି ଓବିସି ସେଲ୍ ମୁଖ୍ୟ କହିଛନ୍ତି, ଏହା ପଛୁଆବର୍ଗଙ୍କୁ ନୁହେଁ ବରଂ ବିଜେଡି ନେତାଙ୍କୁ ଥଇଥାନ ପାଇଁ ଯୋଜନା। ରାଜ୍ୟର ପ୍ରକୃତ ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବିଜେଡି ସରକାର ବଞ୍ଚିତ କରିଆସିଛି। ଗତ ବିଧାନସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ୩୫ ପ୍ରତିଶତରୁ ଅଧିକ ସିଟ୍‌ରେ ପଛୁଆବର୍ଗଙ୍କୁ ଟିକଟ୍ ଦେଇଥିଲା। ସେପଟେ କଂଗ୍ରେସ କହିଛି ଓବିସିଙ୍କୁ ବିଜେଡି ସରକାର ସବୁକ୍ଷେତ୍ରରେ ଧୋକା ଦେଇଛି। 

ନିକଟରେ କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପି ସରକାର ସମ୍ବିଧାନର ୧୨୭ତମ ସଂଶୋଧନ କରି ଗୁରୁତ୍ୱପୂର୍ଣ୍ଣ ଓବିସି ବିଲ୍ ସଂସଦରେ ପାସ୍ କରିଛି। ତେଣୁ ଏଭଳି ସମୟରେ କାଳେ ବିଜେପି ଫାଇଦା ନେଇଯିବ  ଓ ପ୍ରତିଯୋଗିତାରେ ପଛରେ ପଡ଼ିଯିବ, ସେଇ ଆଶଙ୍କାରେ ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ପ୍ରାର୍ଥୀ ଏସଇବିସିରୁ ଦେବାକୁ ଘୋଷଣା କରିଥିବା ଅନୁମାନ କରିଛନ୍ତି ରାଜନୀତି ସମୀକ୍ଷକ।

Advertisment

ଦିନକ ତଳେ ବିଜେଡି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟି ପଛୁଆବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ଏକ ଦାବିପତ୍ର ଦେଇଥିଲେ। ଯେଉଁଥିରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କୁ ମିଶାଇ ସମୁଦାୟ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ କରିବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଆଇନ୍ ଆଣିବାକୁ ଦାବି କରିଥିଲେ।

ରିପୋର୍ଟ: ଅରିନ୍ଦମ ଦାସ, ଶିବାନନ୍ଦ ରାଉତ

Odisha News Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ