MP Aparajita Sarangi Targets Odisha Govt
ଡେରାସ ଜମି ଦୁର୍ନୀତି ବିରୋଧରେ ବିଶାଳ ଜନ ଆନ୍ଦୋଳନ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଡେରାସ ଅଂଚଳରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଶାଳ ଜନ ଆନ୍ଦୋଳନ ସମାବେଶ କରାଯାଇଛି ।
ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଜମି ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ଭୁବନେଶ୍ୱର ସାଂସଦ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ପ୍ରାୟ ୧୫୦ ଏକରରୁ ଊର୍ଦ୍ଧ୍ୱ ଜମିକୁ ଘେରିବନ୍ଦୀ କରି ଅବରୋଧ କରାଯାଇଛି।
ଏହା ଭିତରେ ସରକାରୀ ଅନାବାଦୀ ଜମି, ବେସରକାରୀ ଜମି, ଠାକୁର ଜମି ଓ କେନାଲ ରହିଛି। ଏଥିଯୋଗୁ ଚାଷୀମାନେ ଦୁଇ ବର୍ଷ ଧରି ପାଣି ମୁନ୍ଦାଏ ପାଇ ନଥିବା ସାଂସଦ ଅପରାଜିତା ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଡେରାସ୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଜବରଦଖଲ ହୋଇଥିବା ନେଇ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ ଆଣିଥିଲେ । ଅଭିଯୋଗର ଦିନକ ପରେ ପ୍ରଶାସନ ମଧ୍ୟ ଏହାକୁ ସ୍ୱୀକାର କରିଥିଲା । ଅପରାଜିତା ଅଭିଯୋଗ ଆଣିବା ସହ ନିଜେ କୋଦାଳ ଧରି ମାଟି ଖୋଳି ଘଟଣାର ପ୍ରମାଣ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1697366792.jpg)