Eggs Hurled Minister Tusharkanti Behera’s Vehicle
ଭବାନୀପାଟଣା: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଶାସକ ବିଜେଡି ଦଳର ନେତାମାନଙ୍କୁ ପ୍ରବଳ ବିରୋଧ କରାଯାଉଛି। ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଛି। ହେଲେ ଏସବୁ ସତ୍ତ୍ୱେ ରାଜ୍ୟ ସରକାର ଚୁପ୍ ବସିଛନ୍ତି।
ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ତେଣୁ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଓ ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ବିଭିନ୍ନ ସ୍ଥାନରେ କଂଗ୍ରେସ ଓ ବିଜେପି କର୍ମୀ ଶାସକ ଦଳର ନେତାଙ୍କୁ ପ୍ରବଳ ବିରୋଧ କରି ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି।
Also Read
ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି। ମନ୍ତ୍ରୀଙ୍କ ଗାଡ଼ିକୁ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିବା ସହ କଳା ପତାକା ଦେଖାଇଥିଲେ। ମମିତା ଘଟଣାକୁ ବିରୋଧ କରି କଂଗ୍ରେସ କର୍ମୀ ଏହି ଅଣ୍ଡାମାଡ଼ ଓ କଳା ପତାକା ଦେଖାଇଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ ମନ୍ତ୍ରୀ ତୁଷାରକାନ୍ତିଙ୍କୁ କଂଗ୍ରେସ କର୍ମୀ ବିରୋଧ କରିଥିଲେ।
ଅନ୍ୟପକ୍ଷେ, ମମିତା ମେହେର ମାମଲାକୁ ନେଇ ଆଜି ନବୀନ ନିବାସ ଘେରାଉ ବେଳେ ଏବିଭିପି କର୍ମୀ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏବିଭିପିର ଶହ ଶହ କର୍ମୀ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶିଶୁ ଭବନ ଛକରେ ପୋଲିସ୍ ସେମାନଙ୍କୁ ଅଟକାଇଥିଲେ। ଏହାପରେ ସେମାନଙ୍କୁ ରାସ୍ତାରୁ ଉଠାଇ ନେଇଛି ପୋଲିସ୍। ଆଜି ବହୁ ସଂଖ୍ୟାରେ ଏବିଭିପି କର୍ମୀ ଭୁବନେଶ୍ୱରରେ ବିଶାଳ ଶୋଭାଯାତ୍ରା କରିଥିଲେ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଏହି ବିକ୍ଷୋଭ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636530086.jpg)


