Advertisment

୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ ରାଜ୍ୟରେ ବାଜିଲା ସେମିଫାଇନାଲ୍ ବିଗୁଲ

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ସମେତ ୫ ରାଜ୍ୟରେ ଭୋଟ୍ ବିଗୁଲ୍ । ନଭେମ୍ବର ୭ରୁ ୩୦ ଭିତରେ ହେବ ବିଧାନସଭା ମତଦାନ ।

undefined

5 State Election

Advertisment

୨୪ ଫାଇନାଲ ପୂର୍ବରୁ ସେମିଫାଇନାଲ ଫାଇଟ୍ । ସାଧାରଣ ନିର୍ବାଚନର ପାଖାପାଖି ୫ ମାସ ପୂର୍ବରୁ ୫ ରାଜ୍ୟରେ ହେବାକୁ ଯାଉଛି ହାଇଭୋଲଟେଜ୍ ଲଢେଇ । ଏଥିପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ନଭେମ୍ବର ୭ ତାରିଖରେ ଛତିଶଗଡ ଓ ମିଜୋରାମରେ ପଡିବ ଭୋଟ୍ । ନଭେମ୍ବର ୧୭ରେ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମଧ୍ୟପ୍ରଦେଶରେ ବି ସେହିଦିନ ଅର୍ଥାତ୍ ନଭେମ୍ବର ୧୭ ତାରିଖରେ ଭୋଟ୍ ନିଆଯିବ।

Advertisment

ସେହିପରି ରାଜସ୍ଥାନରେ ନଭେମ୍ବର ୨୩ ଏବଂ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ମତଦାନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଡିସେମ୍ବର ୩ ତାରିଖରେ ସମସ୍ତ ୫ ରାଜ୍ୟର ଭୋଟ ଗଣତି ହେବ । ମଧ୍ୟପ୍ରଦେଶରେ ବର୍ତ୍ତମାନ ବିଜେପି ସରକାର ରହିଛି। ୨୦୧୮ରେ ଏଠାରେ ହୋଇଥିଲା ନେକ୍ ଟୁ ନେକ୍ ଫାଇଟ୍ । ୨୩୦ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ୍ ନମ୍ବର ୧୧୬ ଥିବା ବେଳେ କଂଗ୍ରେସ ୧୧୪ ଏବଂ ବିଜେପି ୧୦୯ଟି ଆସନରେ ବିଜୟୀ ହୋଇଥିଲା।

ସେହିପରି ରାଜସ୍ଥାନରେ ଆସନ ସଂଖ୍ୟା ୨୦୦ ଥିବା ବେଳେ ଗତଥର ଶହେ ସିଟ୍ ଜିତି ସରକାର ଗଢିଥିଲା କଂଗ୍ରେସ । ବିଜେପି ପାଇଥିଲା ୭୩ ସିଟ୍ । ତେଣୁ ଏଥର ବି ମୈଦାନରେ ହେବ ବିଜେପି ଏବଂ କଂଗ୍ରେସ ମଧ୍ୟରେ କାଣ୍ଟେ କି ଟକ୍କର । ଉଭୟ ଦଳ କହିଛନ୍ତି ଆମେ ଗଢିବୁ ସରକାର ।

Advertisment

୨୦୦୦ରେ ଗଠନ ହୋଇଥିବା ରାଜ୍ୟ ଛତିଶଗଡରେ ବର୍ତ୍ତମାନ କ୍ଷମତାରେ ରହିଛି କଂଗ୍ରେସ । ୨୦୧୮ରେ ଦଳ ୯୦ ଆସନରୁ ୬୮ଟି ପାଇ ଏକାକୀ ସଂଖ୍ୟାଗରିଷ୍ଠ ଦଳ ସହ ସରକାର ଗଢିଥିଲା । ବିଜେପି ପାଇଥିଲା ମାତ୍ର ୧୫ଟି ସିଟ୍ । ସେପଟେ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାରେ ଏକାକୀ ଦବଦବା ଜାରି ରଖିଥିବା ମୁଖ୍ୟମନ୍ତ୍ରୀ କେସିଆର ପୁଣିଥରେ ସରକାର ଗଢିବେ ବୋଲି କହିଛନ୍ତି । ଗତଥର କେସିଆରଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ୧୧୯ଟି ସିଟରୁ ୮୮ଟିରେ ବିଜୟୀ ହୋଇଥିଲା। ଏବେ ଦଳର ନାଁ ବଦଳି ଭାରତ ରାଷ୍ଟ୍ର ସମିତି ହୋଇଛି। ମିଜୋରାମରେ ବିଜେପିର ସହଯୋଗୀ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାର ରହିଛି। ୨୦୧୮ରେ ଦଳ ୪୦ ଆସନରୁ ୨୭ଟି ପାଇ ସରକାର ଗଢିଥିଲା ।

୫ ରାଜ୍ୟ ନିର୍ବାଚନ ଅବସରରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକେଟ ଦେଲେ କାରଣ କହିବ ପାର୍ଟି । ନାଁରେ କିଛି ମାମଲା ଥିଲେ ଲୋକଙ୍କୁ ଅବଗତ ପାଇଁ ୩ ଥର ଖବରକାଗଜରେ ବିଜ୍ଞାପନ ଦେବେ ପ୍ରାର୍ଥୀ । ସେପଟେ ତାରିଖ ଘୋଷଣା ହେଉ ହେଉ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି ।

Advertisment

BJP Congress TRS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ