EC issues show cause notice to Rahul over remarks against PM Modi
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ । ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ । ୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ, ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜସ୍ଥାନର ବାରମେରରେ ଏକ ନିର୍ବାଚନ ରାଲିରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ନିର୍ବାଚନ କମିଶନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନୋଟିସ କରିଛନ୍ତି ।
ନିର୍ବାଚନ ରାଲିରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମକୁ ନେଇ ଅନେକ କିଛି କହିବା ସହ ସେ କହିଥିଲେ ଯେ, ମୋଦିଙ୍କ କାମ ହେଉଛି ଦୃଷ୍ଟି ଆକର୍ଷଣ କରିବା । ସେ ଆଗରୁ ଟିଭିରେ ଆସି ହିନ୍ଦୁ-ମୁସଲମାନ, ବିମୁଦ୍ରୀକରଣ ଏବଂ ଜିଏସ୍ଟି ପ୍ରସଙ୍ଗ ଉଠାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରନ୍ତି ।
ତାହା ସହ ସେହି ସମୟରେ ଆଦାନୀ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ରାହୁଲ ଗାନ୍ଧି ଆହୁରି ଅନେକ ଟିପ୍ପଣୀ ଦେଇଥିବା ବିଜେପି ଅଭିଯୋଗ ଆଣିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700741045.jpg)