Advertisment

‘ଗୋଟିଏ ବେଡ୍‌ସିଟ୍ କେବଳ ଆଣିବାକୁ କହିଥିଲି, ଷ୍ଟୁଲ୍‌ ଓ ଟେବୁଲ୍‌ ବି ଆଣିନି’

ବୋହୂଙ୍କ ଅଭିଯୋଗ ପରେ ବିଧାୟକ ଶଶିଭୂଷଣ ବେହେରା କହିଲେ- ଅଭିଯୋଗକୁ ନେଇ ମର୍ମାହତ, ଦୁଃଖିତ ଓ ଆଶ୍ଚର୍ଯ୍ୟଚକିତ। ୨ ବର୍ଷ ତଳେ ତାଙ୍କ ବାପା ଆସି ଝିଅକୁ ନେଇ ଯାଇଥିଲେ।

ଅଦ୍ୟତନ ହୋଇଛି
Dowry harassment slur: know the reaction of BJD MLA Shashi Bhusan Behera

Dowry harassment slur: know the reaction of BJD MLA Shashi Bhusan Behera

Advertisment

ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କ ବୋହୂ ରୋନାଲି ବେହେରାଙ୍କ ଅଭିଯୋଗ ଆଧାରରେ ବାଙ୍କି ପୋଲିସ ଘଟଣାର ତଦନ୍ତ କରୁଛି। ଗତକାଲି ଘଟଣା ସାମ୍ନାକୁ ଆସିବା ପରେ ଶଶିଙ୍କ ବୋହୂ ରୋନାଲି ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି। ଆଜି ଶଶିଭୂଷଣଙ୍କ ପରିବାର ସଦସ୍ୟ ବାଙ୍କି ଥାନାକୁ ଆସି ରୋନାଲିଙ୍କ ପରିବାର ସହ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି ।

Advertisment

ଶଶିଭୂଷଣଙ୍କ ପରିବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରି ଦେଇଥିବା ବୋହୂ ରୋନାଲି ଅଭିଯୋଗ କରିଥିଲେ। ସ୍ୱାମୀ ସତ୍ୟପ୍ରକାଶ ବେହେରା  ଜଣେ ବିବାହିତ ମହିଳାଙ୍କ ସହିତ ଅନୈତିକ ସଂପର୍କ ରଖି ଥିବାର ମଧ୍ୟ ସେ ଅଭିଯୋଗ କରିଛନ୍ତି। ସେପଟେ ବିଧାୟକ ଶଶିଭୂଷଣ କିନ୍ତୁ ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।

ଶଶିଭୂଷଣ କହିଛନ୍ତି, ‘ଅଭିଯୋଗକୁ ନେଇ ମର୍ମାହତ, ଦୁଃଖିତ ଓ ଆଶ୍ଚର୍ଯ୍ୟଚକିତ। ୨ ବର୍ଷ ତଳେ ତାଙ୍କ ବାପା ଆସି ଝିଅକୁ ନେଇ ଯାଇଥିଲେ। ବୋହୂ ମୋଟ୍ ୧ ମାସ ୧୧ ଦିନ ଘରେ ରହିଥିଲା। ତେବେ ୨ ବର୍ଷ ପରେ ଏଭଳି ଅଭିଯୋଗ ଆସିବା ଦୁଃଖ ଦେଇଛି।’

Advertisment

‘ଓଡ଼ିଶାବାସୀ ଜାଣିଛନ୍ତି ମୁଁ କିଏ, ମୋ ଚରିତ୍ର ସଂପର୍କରେ ଜାଣିଛନ୍ତି। କ୍ଷମତା, ପଦପଦବୀ ସଂପର୍କରେ କେବେ ବି ଲବି କରିନି। ଯୌତୁକ କଥା ତ ବହୁତ ବଡ଼ କଥା, ଗୋଟିଏ ବି ଜିନିଷ ଆଣିନି। କେବଳ ପରମ୍ପରା ପାଇଁ ଗୋଟିଏ ବେଡ୍‌ସିଟ୍ କେବଳ ଦେବାକୁ କହିଥିଲି। ଆପୋଷ ଆଲୋଚନା ଚାଲିଥିବା ବେଳେ ଏଭଳି ଅଭିଯୋଗ ଅତ୍ୟନ୍ତ ଦୁଃଖଦାୟକ। ଏଭଳି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ’ ବୋଲି ଶଶିଭୂଷଣ କହିଛନ୍ତି।

Advertisment

ସେପଟେ ରୋନାଲିଙ୍କ ବାପା ଗୋଖା ବେହେରା କହିଛନ୍ତି,‘ଆମେ ଚାହୁଁଛୁ ମିଳାମିଶା, ସେମାନେ ଆସିଲେ ହୋଇପାରିବ। ମାତ୍ର ସେମାନେ ଆଉ ଝିଅକୁ ନିର୍ଯାତନା ଦେବେନି ପ୍ରତିଶ୍ରୁତି ଦରକାର। ଝିଅ ବାଣୀବିହାରରେ ପାଠ ପଢ଼ିବାକୁ ଭୁବନେଶ୍ୱର ଯାଉଛି। ତା’ ଜୀବନ ପ୍ରତି ବିପଦ ନାହିଁ ବୋଲି କହିପାରିବୁ ନାହିଁ। ଦରକାର ପଡ଼ିଲେ ପୋଲିସର ସୁରକ୍ଷା ମାଗିବୁ।’

ରୋନାଲିଙ୍କ ବାପା ଆହୁରି କହିଛନ୍ତି ଯେ, ‘ଏତେସବୁ ଘଟିଲା ପରେ ବର୍ତ୍ତମାନ ତାଙ୍କ ଘରକୁ ଝିଅକୁ ଛାଡ଼ିବା ବିପଦ। ଝିଅର ଜୀବନ ପ୍ରତି ବିପଦ ଥାଇପାରେ, ପ୍ରତିଶ୍ରୁତି ମିଳିଲେ ଛାଡ଼ିପାରେ। ଯଦି ରାଜି ନ ହେବେ, ଯାହା କୋର୍ଟ ନିଷ୍ପତ୍ତି ନେବେ ମାନିବୁ। ସେମାନେ ଯେତେ ହେଭିୱେଟ୍‌ ହୁଅନ୍ତୁ ମୋର ଆଦୌ ଭୟ ନାହିଁ। ନ୍ୟାୟପାଳିକା ଓ ପୋଲିସ ଉପରେ ମୋର ପୂରା ଭରସା ରହିଛି।’

ସୂଚନାଥାଉ କି, ୨୦୨୧ ମାର୍ଚ୍ଚ ୩ ତାରିଖରେ ବଡ଼ ଧୁମ୍‌ଧାମ୍‌ରେ ଶଶିଭୂଷଣଙ୍କ ପୁଅ ସତ୍ୟପ୍ରକାଶଙ୍କ ହାତ ଧରିଥିଲେ କଟକ ବାଙ୍କୀର ଗୋଖା ବେହେରାଙ୍କ ଝିଅ ରୋନାଲି । ଧୁମ୍‌ଧାମ୍‌ରେ ହୋଇଥିଲା ରିଙ୍ଗ ସେରିମନି ଏବଂ ବିବାହ । ହେଲେ ରୋନାଲିଙ୍କ ଅଭିଯୋଗ, ବିବାହର ଏ ଖୁସି ୧୦, ୧୨ ଦିନ ବି ଗଲାନି। ଯୌତୁକ ଦାବିରେ ଶାଶୁ ଘର ପକ୍ଷରୁ ତାଙ୍କ ଉପରେ ଆରମ୍ଭ ହୋଇଗଲା ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା । କେତେବେଳେ ଟଙ୍କା ପାଇଁ ତ କେତେବେଳେ ସୁନା ପାଇଁ ।

Dowry Harassment Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ