Advertisment

ବବିଙ୍କ ପ୍ରଭାବ ନା ଚଞ୍ଚକତା ? ୩ ବର୍ଷରେ ୩ ହଜାର କୋଟିରୁ ଅଧିକ ଅନୁଦାନ

ଯାଜପୁର ପାଇଁ ଭଣ୍ଡାର ଖୋଲି ଦେଇଥିଲେ କି ନବୀନ ?

undefined

Jajpur Politics

Advertisment

ରାଜ୍ୟସଭା ସାଂସଦ ପାଣ୍ଠି ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି। ଯାଜପୁର ଉପରେ ହେଉଥିଲା ପ୍ରକଳ୍ପ ବର୍ଷା। ଏହି ଜିଲ୍ଲା ପାଇଁ ଭଣ୍ଡାର ଖୋଲି ଦେଇଥିଲେ ରାଜ୍ୟ ସରାକର। ବାକି ୨୯ ଜିଲ୍ଲା ଗୋଟିଏ ପଟେ, ଆଉ ଯାଜପୁର ଥିଲା ଅନ୍ୟ ପଟେ। ୩ ବର୍ଷରେ ଖାଲି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୩ ହଜାର ୭୪ କୋଟିର ଅନୁଦାନ। ପୁଣି ୨ ବର୍ଷ ପୂର୍ବର ପ୍ରକଳ୍ପ ଆରମ୍ଭ ହୋଇନି, ହେଲେ ପୁଣି ପ୍ରକଳ୍ପ ପରେ ପ୍ରକଳ୍ପ ଅଜାଡି ଦେଇଥିଲେ ତତକାଳୀନ ବିଜେଡି ସରକାର।

Advertisment

ବିଧାନସଭାରେ ଏକ ପ୍ରଶ୍ନୋତ୍ତରରୁ ଏହି ତଥ୍ୟ ଜଣାପଡ଼ିବା ପରେ ପୁଣି ଚର୍ଚ୍ଚାରେ ଯାଜପୁର ଜିଲ୍ଲା। ବିଧାୟକ ଅମର ନାୟକଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି, ୨୦୨୧ରୁ ୨୪ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଯାଜପୁର ଜିଲ୍ଲାକୁ ୩ ହଜାର ୭୪ କୋଟି ଟଙ୍କା ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ୩ ହଜାର ୮ କୋଟି ଟଙ୍କା ଖର୍ଚ୍ଚ କରିଛି।

ବଡ଼ କଥା ହେଲା ଅନୁଦାନ ଦିଆଯାଇଥିଲେ ମଧ୍ୟ ଏଯାଏଁ ୪୩୭ଟି ପ୍ରକଳ୍ପ କାମ ସରିଥିବା ବେଳେ ୨୫୫ଟି ପ୍ରକଳ୍ପ କାମ ଚାଲୁ ରହିଛି। ଆଉ ୧ ହଜାର ୩୭ଟି ପ୍ରକଳ୍ପ କାମ ଏ ଯାଏଁ ଆରମ୍ଭ ହୋଇନାହିଁ। ୨୦୨୧-୨୨ ବର୍ଷର ୨୪ଟି ପ୍ରକଳ୍ପ କାମ ଆରମ୍ଭ ହୋଇ ନଥିଲେ ମଧ୍ୟ ପରବର୍ତ୍ତୀ ବର୍ଷରେ ବି ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଦେଇଥିଲେ ସରକାର। ପୁଣି ନିର୍ବାଚନ ପାଖେଇବାରୁ ହଠାତ୍ ଦୁଇ ଗୁଣା ହୋଇଯାଇଥିଲା ଅନୁଦାନ। ଯାହାକୁ ନେଇ ରାଜନୀତି ବି ତେଜିଛି।

Advertisment

ବିଧାନସଭାରୁ ଆସିଥିବା ତଥ୍ୟ ସହ ଗ୍ରାଉଣ୍ଡରେ ଚିତ୍ର ବି ସମାନ। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରେ ଜିଲ୍ଲାରେ ଅନେକ ପ୍ରକଳ୍ପ ଏବେ ଅଧା ପନ୍ତାରିଆ ଅବସ୍ଥାରେ । ବହୁ ଚର୍ଚ୍ଚିତ ବିରଜା ମନ୍ଦିର ପ୍ରକଳ୍ପ ପାଇଁ ୯ କୋଟିରୁ ଅଧିକ ଅନୁଦାନ ଆସିଥିଲେ ମଧ୍ୟ ମନ୍ଦିର କାମ ଅଧପନ୍ତରିଆ। ସେହିପରି ଏନ୍‌ସି କଲେଜକୁ ମିଳିଛି ୩ କୋଟିର ଅନୁଦାନ। ହେଲେ ୩ ବର୍ଷ ହେଲା ସରିପାରୁନି ବିଲ୍ଡିଂ କାମ। 

ସାଂସଦ ମମତା ମହାନ୍ତ ବିଜେଡି ଛାଡିବା ପରେ ସାମ୍ନାକୁ ଆସିଥିଲା ରାଜ୍ୟସଭା ସାଂସଦ ଫଣ୍ଡ କେଳେଙ୍କାରୀ। ବିଜେଡିର ପୂର୍ବତନ ସଂଗଠନ ସଂପାଦକ ତଥା ଦ୍ୱିତୀୟ କ୍ଷମତାଶୀଳ ପ୍ରଣବ ପ୍ରକାଶ ଦାସ କେମିତି ନିଜ ଜିଲ୍ଲାକୁ ସାଂସଦ ପାଣ୍ଠିରୁ ହାତେଇଥିଲେ ପ୍ରକଳ୍ପ। ୪ ବର୍ଷରେ ୧୧ ରାଜ୍ୟସଭା ସାଂସଦଙ୍କ ୧୫ କୋଟି ଟଙ୍କା ଯାଜପୁରରେ ଖର୍ଚ୍ଚ ହୋଇଥିଲା। ଏବେ ପୁଣି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁଦାନ ମିଳିବା ପରେ ପ୍ରଶ୍ନ ଉଠିଲାଣି, ଯାଜପୁର ପ୍ରତି କାହିଁକି ଥିଲା ସରକାରଙ୍କ ଅହେତୁକ ପ୍ରୀତି। ଏହା ପଛରେ ରହିଥିଲା କି ବବି ଦାସଙ୍କ ପ୍ରଭାବ ଆଉ ଚଞ୍ଚକତା।

Advertisment

BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ