Advertisment

ପଦ୍ମ ପୋଖରୀକୁ ଡେଇଁବେ କି ଭର୍ତ୍ତୃହରି ମହତାବ ?

ଦିଲ୍ଲୀରେ ମହତାବଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ରେଡ୍ କାର୍ପେଟ ! କିଛି ଦିନ ହେଲା ବିଜେଡିକୁ ପରୋକ୍ଷରେ କଟାକ୍ଷ କରିଛନ୍ତି ଭର୍ତ୍ତୃହରି

undefined

Dharmendra Pradhan, Bhartruhari Mahtab

Advertisment

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ରାଜନୈତିକ ଗତି କୁଆଡ଼େ। ପଦ୍ମ ଆଡ଼େ ଢଳୁଛନ୍ତି କି ଭର୍ତ୍ତୃହରି । ଗତକାଲି ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କୁ ଧର୍ମେନ୍ଦ୍ରଙ୍କ ମୁକ୍ତ ପ୍ରଶଂସା ଓ ଆଜି ତାଙ୍କ ପ୍ରତି ବିରୋଧୀଦଳ ନେତାଙ୍କ ସମାନ ଆଭିମୁଖ୍ୟକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ...

Advertisment

ବିଜେଡିରେ ଅବହେଳିତ କି ଭର୍ତ୍ତୃହରି ? ନିଜ ଦଳରେ ଭର୍ତ୍ତୃହରିଙ୍କୁ ମିଳୁନି କି ଆଉ ଆଗ ଭଳି ଗୁରୁତ୍ୱ ? ତେବେ ନିଜ ଭାଷଣରେ ଭର୍ତ୍ତୃହରି ସିଧା ସଳଖ କିଛି କହି ନଥିଲେ ବି କେବଳ କହିଥିଲେ ଯେ, ସେଦିନ ଗାନ୍ଧିଜୀ ଓଡିଶାରୁ ଭୟ ଦୂର କରିବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଭୟ ବିଷୟରେ ତାଙ୍କ ବକ୍ତବ୍ୟରେ କହିଛନ୍ତି । କାଳେ ମୋର ଅସୁବିଧା ହେବ ସେଥିପାଇଁ, ଅନେକ କଥା କହିଲେ ନାହିଁ।...

କେବଳ ଅବହେଳିତ କଥାକୁ ଇଙ୍ଗିତ କରିବା ନୁହେଁ, ଭର୍ତ୍ତୃହରିଙ୍କୁ ପ୍ରଧାନମନ୍ତ୍ରୀ ବି ଆଦର କରୁଥିବା କହି ପରୋକ୍ଷରେ ଭର୍ତ୍ତୃହରିଙ୍କ ପାଇଁ ରେଡ କାର୍ପେଟ୍ ବିଛାଇ ଦେଇଛନ୍ତି ଧର୍ମେନ୍ଦ୍ର।...

Advertisment

ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଭର୍ତ୍ତୃହରିଙ୍କ ସହ ଗୋଟିଏ ମଂଚରେ ଯୋଗ ଦେଇ ତାଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା। ଭର୍ତ୍ତୃହରିଙ୍କ ରାଜନୈତିକ ଗତି କୁଆଡ଼େ? ମୋଦି ମୁହାଁ ହେଉଛନ୍ତି କି ଭର୍ତ୍ତୃହରି? କାରଣ ଥରେ ନୁହେଁ, ପୂର୍ବରୁ ନିଜ ଖବର କାଗଜର ଧ୍ୱନି ପ୍ରତିଧ୍ୱନୀ ସ୍ତମ୍ଭ ମାଧ୍ୟମରେ ବହୁବାର ନିଜ ଦଳକୁ ତେରଛା ବାଣ ମାରି ଆସିଛନ୍ତି ଭର୍ତ୍ତୃହରି ।

ନିକଟରେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବି ସେମିତି ରାଜ୍ୟ ସରକାର ଓ ପୋଲିସକୁ କାଠଗଡ଼ାକୁ ଟାଣିଥିଲେ, ନିଜ ସଂପାଦକୀୟ ଲେଖା 'ଉଚ୍ଚାରଣ ଓ ଆଚରଣ ମାର୍ଜିତ ହେବା ଆବଶ୍ୟକ'ରେ ବିଜେପି ମତକୁ ସମର୍ଥନ କରିଥିଲେ ଭର୍ତ୍ତୃହରି । ଯାହା ପରେ ପରେ ସାର୍ବଜନୀନ ମଂଚରୁ ତାଙ୍କୁ ପ୍ରଶଂସା ସହ ଗୋଟିଏ ଗୁଳିରେ ଦୁଇଟି ଶିକାର ପାଇଁ ଉଦ୍ୟମ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର। ତେବେ କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ନୁହେଁ, ବିରୋଧୀ ଦଳ ନେତା ଜୟନାରାଣ ମିଶ୍ର ବି ଭର୍ତ୍ତୃହରିଙ୍କ ପ୍ରଶଂସାରେ ଶତମୁଖ।

Advertisment

ଏପରିକି ତାଙ୍କ ଦକ୍ଷତା ପାଇଁ ତାଙ୍କୁ ସଂସଦରେ ଉପ ବାଚସ୍ପତି କରିବାକୁ ପ୍ରଧାନମନ୍ତ୍ରୀ ଚାହୁଁଥିଲେ, ତାଙ୍କରି ଦଳରୁ ତାଙ୍କୁ ବିରୋଧ ହେବାରୁ ସେ ପଦ ପାଇଲେ ନାହିଁ ବୋଲି କହିଛନ୍ତି ଜୟନାରାୟଣ । ଯାହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଭାଗିରଥୀ ସେଠୀ। କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ତ୍ତୃହରିଙ୍କ ସୁସଂପର୍କ ରହିଛି।...

ତେବେ ପୁସ୍ତକ ଉନ୍ମୋଚନ ଉତ୍ସବରେ ଧର୍ମେନ୍ଦ୍ରଙ୍କ କୌରବ-ପାଣ୍ଡବ ଉପାଖ୍ୟାନର ବ୍ୟାଖ୍ୟା କରି ଜୟନାରାୟଣ ବିଜେଡିକୁ କୌରବ ଆଖ୍ୟା ଦେବା ସହ ଅହଂଭାବ ପାଇଁ ଦଳ ବୁଡିଯିବ ବୋଲି କହିଛନ୍ତି । ତେବେ ଜବାବରେ ବିଜେଡି କହିଛି ସେମାନେ ଓଡ଼ିଶା ପାଇଁ ଶକୁନିର କାର୍ଯ୍ୟ କରୁଛନ୍ତି ।...

Dharmendra Pradhan Bhartruhari Mahtab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ