Advertisment

ସର୍ତ୍ତ ମାନିଲେ ମିଳିବ PMAY

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ରେ ବ୍ୟାପକ ଅନିୟମିତତା ହୋଇଛି। ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ଅମାତଙ୍କ ଉପସ୍ଥିତିରେ ଆଜି ସେ ଏପରି କହିଛନ୍ତି।

Giriraj Singh

Giriraj Singh

Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଧିକ ଘର ଦେବାକୁ ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗିରିରାଜ ସିଂହ କହିଛନ୍ତି ଯେ, ଓଡ଼ିଶାରେ ପିଏମ୍ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ଘର ତିଆରିରେ ସ୍ୱଚ୍ଛତା ରହିବା ଉଚିତ । ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ପତ୍ର ଲେଖିବା ପରେ ଆଉ ୮ ଲକ୍ଷ ଘର ପାଇଁ କେନ୍ଦ୍ର ଅନୁଦାନ ଦେବ ।

Advertisment

ସେପଟେ ପ୍ରଦୀପ ଅମାତ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଦୁର୍ନୀତି ହୋଇଛି । ଏହି ଘଟଣାରେ ୨୨ ଜଣଙ୍କୁ ରାଜ୍ୟ ନିଲମ୍ବନ କରିଥିବା ବେଳେ ୪୪ ଅଫିସରଙ୍କୁ ସସ୍‌ପେଣ୍ତ କରିଥିବା କହିଛନ୍ତି ପ୍ରଦୀପ ଅମାତ । ତା ସହିତ ୨୬୮ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ରାଜ୍ୟ ସରକାର ଦୁର୍ନୀତିକୁ ସହ୍ୟ କରନ୍ତି ନାହିଁ ଓ ଆଗାମୀ ଦିନରେ ସ୍ୱଚ୍ଛତା ବଜାୟ ରହିବ ବୋଲି ସେ କହିଛନ୍ତି । ପିଏମ୍ ଆବାସ ଯୋଜନା ପାଇଁ ଓଡ଼ିଶାକୁ ୭ ହଜାର କୋଟି ଟଙ୍କା ଦିଆଯାଇଥିବା ସୂଚନା ମିଳିଛି । ତେବେ ଘର ବଣ୍ଟନ ପାଇଁ କେନ୍ଦ୍ର ସରକାର କେତେକ ସର୍ତ୍ତ ରଖିଛନ୍ତି । ଅସଂପୂର୍ଣ୍ଣ ଘର ଯଥା ଶୀଘ୍ର ସଂପୂର୍ଣ୍ଣ କରିବାକୁ ପଡ଼ିବ । ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । କେନ୍ଦ୍ର ସରକାରଙ୍କ ଲୋଗୋ ରହିବ ବୋଲି ମଧ୍ୟ କୁହାଯାଇଛି ।

Advertisment
PMAY Irregularities In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ