Advertisment

ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର,୧୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କ‌ଲେ କେନ୍ଦ୍ରମନ୍ତ୍ରୀ

ବିଶ୍ୱବିଦ୍ୟାଳୟରେ ୮ ମହଲା ବିଶିଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଭବନ ହେବ, ସେହିପରି ୫ ମହଲା ମହିଳା ଛାତ୍ରାବାସ, ପୁରୁଷ ଛାତ୍ରାବାସର ବି ଶିଳାନ୍ୟାସ ହୋଇଛି ..

ଅଦ୍ୟତନ ହୋଇଛି
Dharmendra Pradhan

Dharmendra Pradhan

Advertisment

ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର । ଏଥିପାଇଁ ଶହେ କୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୋମ ଯଜ୍ଞରେ ଆହୁତି ଦେଇ ଧର୍ମେନ୍ଦ୍ର ପ୍ରଧାନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାସହ ପ୍ରଫେସର ହରେକୃଷ୍ଣ ଶତପଥିଙ୍କ ଦ୍ୱାରା ଅନୁବାଦିତ ଲକ୍ଷ୍ମୀ ପୁରାଣର ସଂସ୍କୃତ ସଙ୍କଳନ ଏହି ଅବସରରେ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି।

Advertisment

ଆଜି ଠାରୁ ତିନିଦିନ ବ୍ୟାପୀ ଆନ୍ତର୍ଜାତିକ ସ୍ତରରେ ହେବାକୁ ଥିବା ଆଲୋଚନା ବିଶ୍ୱବିଦ୍ୟାଳୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ। କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ଆର୍ଥିକ ଅନୁଦାନରେ ୮ ମହଲା ବିଶିଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଭବନ, ପାଞ୍ଚମହଲା ବିଶିଷ୍ଟ ତଥା ତିନିଶହ କ୍ଷମତା ସମ୍ପନ୍ନ ମହିଳା ଛାତ୍ରାବାସ ଓ ତିନିଶହ କ୍ଷମତା ସମ୍ପନ୍ନ ପୁରୁଷ ଛାତ୍ରାବାସ ଓପାଞ୍ଚମହଲା ବିଶିଷ୍ଟ ଅତିଥି ଭବନର ଶିଳାନ୍ୟାସ କରିଛନ୍ତି ମନ୍ତ୍ରୀ। ଏଥିସହ ବାହାର ରାଜ୍ୟରୁ ଆସୁଥିବା ବିଶ୍ୱବିଦ୍ୟାଳୟ କର୍ମଚାରୀ ଓ ଅଧିକାରୀଙ୍କ ନିମନ୍ତେ ଷ୍ଟାଫ୍ କ୍ୱାଟର ପାଇଁ ମଧ୍ୟ ଶିଳାନ୍ୟାସ ହୋଇଛି ।

ସଂସ୍କୃତ ଭାଷା ସବୁ ଭାଷାର ଜନନୀ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସମସ୍ତ ସଂସ୍କୃତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ନବୀକରଣ କରାଯାଉଛି । ସଂସ୍କୃତ ବିଦ୍ୱାନ ମାନେ ସଂସ୍କୃତ ଭାଷାର ମର୍ଯ୍ୟାଦା ରଖିବା ସହ ପ୍ରତ୍ୟେକ ଜୀବନରେ ଅନୁଭବ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଜ ଅଭିଭାଷଣରେ ମତ ରଖିଛନ୍ତି ।

Advertisment

୧୫୮ ବର୍ଷ ତଳେ ପଣ୍ଡିତ ସଦାଶିବ ରଥଶର୍ମା ଓ ଆଚାର୍ଯ୍ୟ ହରିହର ସସ୍କୃତ ଭାଷାର ଟୋଲ୍ ତିଆରି କରି ଏହାର ମୂଳଦୁଆ ପକାଇଥିଲେ। ମା ମହାଲକ୍ଷ୍ମୀଙ୍କର ମହିମା ପ୍ରତ୍ୟେକ ଭାରତୀୟଙ୍କ ପାଖରେ ପହଞ୍ଚିବା ସହ ନାରୀ ସଶକ୍ତିକରଣ ଏବଂ ପ୍ରଗତିର ବାର୍ତ୍ତା ବହନ କରିବ । ଲକ୍ଷ୍ମୀ ପୁରାଣ ସମସ୍ତ ଭାଷାରେ କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଲକ୍ଷ୍ମୀ ପୁରାଣର ବିଭିନ୍ନ ଭାଷାରେ ଅନୁବାଦ ପାଇଁ ସେ ନ୍ୟାସନାଲ ବୁକ୍ ଟ୍ରଷ୍ଟ ସହ କଥା ହେବେ ।

ସେପଟେ ଜାତପ୍ରଥାର ବିଲୋପ, ସ୍ୱଚ୍ଛତା ଓ ନାରୀ ଶସକ୍ତିକରଣର ବାର୍ତ୍ତା ଦେଉଥିବା ଲକ୍ଷ୍ମୀ ପୁରାଣ ଆମ ଓଡିଆଙ୍କ ପାଇଁ ଗର୍ବ ଗୌରବର କଥା ଅନ୍ୟପଟେ ୧୦୦କୋଟି ବିଶ୍ୱବିଦ୍ୟାଳୟର ମାନ ଉଚ୍ଚ କରିବ।

Advertisment
Puri Dharmendra Pradhan Union Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ