Dhamnagar Bypoll Results
ଆଜି ଧାମନଗର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ହେଲେ ତା’ପୂର୍ବରୁ ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେପି ଆଗରେ ରହିଛି। ନବମ ରାଉଣ୍ଡ ସୁଦ୍ଧା ବିଜେଡିକୁ ପଛରେ ପକାଇ ବିଜେପି ଆଗରେ ରହିଛି। ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ୪୧,୦୮୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୩୫,୮୨୪ ଖଣ୍ଡ ଭୋଟ୍ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୫,୫୫୭ ଖଣ୍ଡ ଭୋଟ୍ ମିଳିଛି। ଏହି ୩ ଦଳର ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି।
୯ମ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ ଥିବାବେଳେ ଦଳୀୟ କର୍ମୀମାନେ ସେଲିବ୍ରେସନ୍ ଆରମ୍ଭ କରି ଦେଇଛନ୍ତି। ବିଜେପିର ପ୍ରଦର୍ଶନକୁ ନେଇ ନେତା ଓ କର୍ମୀ ଖୁସିରେ ମିଠା ବାଣ୍ଟିବା ସହ ପରସ୍ପରକୁ ମିଠା ଖୁଆଉଥିବା ଦେଖିବାକୁ ମିଳିଛି। ଏସବୁ ଭିତରେ ବିଜେଡି ଶିବିରରେ କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଜେଡି କ୍ୟାମ୍ପରେ କେଉଁଠି ମହିଳାଙ୍କ ହାତରେ ପଦ୍ମ ଦେଖିବାକୁ ମିଳିଛି ତ ଆଉ କେଉଁଠି ଅଶୋକ ଚକ୍ର ଦେଖିବାକୁ ମିଳିଛି। ଯାହାକି ଅଭାବନୀୟ ଦୃଶ୍ୟ ବୋଲି କୁହାଯାଉଛି।
ବିଜେଡିର କ୍ୟାମ୍ପରେ ଜଣେ ମହିଳା ହାତରେ ପଦ୍ମ ଫୁଲ ଧରିଥିବା ଦେଖିବାକୁ ମିଳିଥିଲା। ଏହାସହ କ୍ୟାମ୍ପରେ ‘ଜୟ ଶ୍ରୀରାମ’ ଓ ‘ଭାରତ ମାତା କୀ ଜୟ’ ନାରାରେ କମ୍ପିଥିଲା। ଖାଲି ଏତିକି ନୁହେଁ ଫଳାଫଳ ଆସିବା ପୂର୍ବରୁ ବିଜେଡି କର୍ମୀ ନିରାଶ ଥିବା ମଧ୍ୟ ନଜର ଆସିଛି। ବିଜେଡି ଶିବିରରୁ ଚେୟାର ଉଠା ଯାଉଥିବା ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667722288.jpg)